ETV Bharat / bharat

ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ - ହୋଟେଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଦିଲ୍ଲୀର ଏକ ହୋଟେଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ । ପ୍ରେମିକାକୁ ହତ୍ୟା କରି ପ୍ରେମିକର ଆତ୍ମହତ୍ୟା ସନ୍ଦେହ । ଫୋରେନସିକ ଟିମ ସହାୟତାରେ ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

author img

By

Published : Jan 11, 2023, 10:33 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରୁ ସନ୍ଦେହଜନକ ସ୍ଥିତିରେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଇଛି । ଦିଲ୍ଲୀର ବାୱାନା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରେ ଏପରି ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ଓ ଯୁବତୀ ଦୁହେଁ ପ୍ରେମୀଯୁଗଳ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ମୃତଦେହର ବେକରେ ଚିହ୍ନ ରହିଛି । ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତିରୁ ଯୁବକଜଣଙ୍କ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ପରି ମନେ ହେଉଥିଲେ ସୁ୍ଦ୍ଧା ପୋଲିସ କିଛି ପ୍ରକାଶ କରିନାହିଁ । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମୃତଦେହ ନିକଟରୁ ଠାବ କରାଯାଇଥିବା ପରିଚୟପତ୍ରରୁ ଉଭୟଙ୍କ ପରିଚୟ ମଧ୍ୟ ପୋଲିସ ହାତରେ ଲାଗିଛି । ଉଭୟ ମୃତ ଯୁବକ ଓ ଯୁବତୀଙ୍କ ବୟସ ପ୍ରାୟ 21 ବର୍ଷ ହେବା ନେଇ ଅନୁମାନ ପ୍ରକାଶ ପାଇଛି । ଉକ୍ତ ଠିକଣା ଆଧାରରେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରବର୍ଗକୁ ଏନେଇ ଅବଗତ ମଧ୍ୟ କରାଯାଇଛି । ପୋଲିସ ମୃତକଙ୍କ ପରିଚୟପତ୍ର ମାଧ୍ୟମରେ ମୃତଦେହ ଚିହ୍ନଟ କରି ସମ୍ପର୍କୀୟଙ୍କୁ ସୂଚନା ଦେଇଛି। ମୃତ ଯୁବକଜଣକ ଦିଲ୍ଲୀର ବୱାନା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା ବିମଲ ବୋଲି ଚିହ୍ନଟ କରାଯାଇଛି । ସେହିପରି ମୃତ ଯୁବତୀ ବିମଲର ପ୍ରେମିକା ହୋଇଥିବା ନେଇ ଅନୁମାନ କରାଯାଉଛି ।

ହୋଟେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତକାଲି (ମଙ୍ଗଳବାର) ଉଭୟ ସକାଳ 10 ଟାରେ ଏହି ପ୍ରେମୀଯୁଗଳ ହୋଟେଲରେ ଚେକ-ଇନ କରିଥିଲେ । ତେବେ ଚେକଆଉଟ ସମୟ ପରେ ମଧ୍ୟ ଉଭୟ ହୋଟେଲ ନଛାଡିବା କାରଣରୁ ହୋଟେଲ ମାଲିକଙ୍କର ସନ୍ଦେହ ବଢିଥିଲା । ହୋଟେଲ କର୍ମଚାରୀ ପ୍ରେମୀଯୁଗଳ ରହୁଥିବା ରୁମରେ ପହଞ୍ଚି ଦୁଇ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉକ୍ତ ରୁମରୁ ମଦ ବୋତଲ ସହ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋଲିସ ଠାବ କରିଛି ।

ସ୍ଥାନୀୟ ବାୱାନା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରନସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିଛି ସାମଗ୍ରୀ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ତଦନ୍ତ ଆଧାରରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.