ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିରାଟ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉତ୍ତର ପ୍ରଦେଶରେ ବିକାଶକୁ ଶିଖରରେ ପହଞ୍ଚିବା ନେଇ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ବିଧାନସଭା ନିର୍ବାଚନରେ ବିଜେପି ଦ୍ବିତୀୟ ଥର ବିଜୟୀ ହେବା ପରେ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାସହ ପାଖାପାଖି ୨ ଘଣ୍ଟା ଯାଏଁ ତାଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
-
आज @myogiadityanath जी से भेंट हुई। उन्हें उत्तर प्रदेश चुनाव में मिली ऐतिहासिक जीत की बधाई दी। बीते 5 वर्षों में उन्होंने जन-आकांक्षाओं को पूरा करने के लिए अथक परिश्रम किया है। मुझे पूर्ण विश्वास है कि आने वाले वर्षो में वे राज्य को विकास की और अधिक ऊंचाइयों पर ले जाएंगे। pic.twitter.com/TeRcIRFreA
— Narendra Modi (@narendramodi) March 13, 2022 " class="align-text-top noRightClick twitterSection" data="
">आज @myogiadityanath जी से भेंट हुई। उन्हें उत्तर प्रदेश चुनाव में मिली ऐतिहासिक जीत की बधाई दी। बीते 5 वर्षों में उन्होंने जन-आकांक्षाओं को पूरा करने के लिए अथक परिश्रम किया है। मुझे पूर्ण विश्वास है कि आने वाले वर्षो में वे राज्य को विकास की और अधिक ऊंचाइयों पर ले जाएंगे। pic.twitter.com/TeRcIRFreA
— Narendra Modi (@narendramodi) March 13, 2022आज @myogiadityanath जी से भेंट हुई। उन्हें उत्तर प्रदेश चुनाव में मिली ऐतिहासिक जीत की बधाई दी। बीते 5 वर्षों में उन्होंने जन-आकांक्षाओं को पूरा करने के लिए अथक परिश्रम किया है। मुझे पूर्ण विश्वास है कि आने वाले वर्षो में वे राज्य को विकास की और अधिक ऊंचाइयों पर ले जाएंगे। pic.twitter.com/TeRcIRFreA
— Narendra Modi (@narendramodi) March 13, 2022
ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ‘ଆଜି ଯୋଗୀ ଆଦିତ୍ୟନାଥ ଜିଙ୍କ ସହ ଭେଟ ହୋଇଥିଲା। ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଲି। ଗତ ପାଞ୍ଚ ବର୍ଷରେ ସେ ଜନ ଆକାଂକ୍ଷାକୁ ପୂରଣ କରିବା ପାଇଁ ଅବିରତ ପରିଶ୍ରମ କରିଛନ୍ତି। ଭବିଷ୍ୟତରେ ସେ ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
![ଗୃହମନ୍ତ୍ରୀଙ୍କ ସହ ଯୋଗୀ](https://etvbharatimages.akamaized.net/etvbharat/prod-images/14723904_od_vv.jpg)
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଯୋଗୀ ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ଜନତା ପାର୍ଟି ଅଧକ୍ଷ ଜେପି ନଡ୍ଡାଙ୍କ ସହ ରାଜନୈତି ରଣନୀତି ବିଷୟରେ ଆଲୋଚନା କରିଥିଲେ । ଏହା ପରେ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ଭେଟିଥିଲେ ଯୋଗୀ । ଏହାସହା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ମଧ୍ୟ ଭେଟିଥିଲେ ।
![ଉପରାଷ୍ଟ୍ରପତିଙ୍କ ସହ ଯୋଗୀ](https://etvbharatimages.akamaized.net/etvbharat/prod-images/14723904_od_yogi.jpg)
ଚଳିତ ବିଧାନସଭା ନିର୍ବାଚନରେ ମୋଟ 403 ଆସନ ମଧ୍ୟରୁ 255 ଆସନ ହାତେଇ ପୁନର୍ବାର ସରକାର ଗଠନ କରିବାକୁ ଯାଉଛି । ୩୭ ବର୍ଷର ପରମ୍ପରା ଭାଙ୍ଗିଛନ୍ତି ଯୋଗୀ । କାରଣ ୧୯୮୫ ପରଠାରୁ ରାଜ୍ୟରେ କୌଣସି ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତାସୀନ ହୋଇନାହିଁ । ଜଣେ ସନ୍ୟାସୀରୁ ରାଜନେତା ସାଜି ଯାହା ପ୍ରମାଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଗୋରଖପୁରରୁ ନିର୍ବାଚନ ଲଢିଥିଲେ ଯୋଗୀ । ରେକର୍ଡ ସଂଖ୍ୟକ ଭୋଟରେ ଜିତିଛନ୍ତି । ୧ ଲକ୍ଷ ୩ ହଜାର ୩୯୦ ଖଣ୍ଡ ଭୋଟରେ ଜିତି ଗୋରଖପୁର ଆସନ ଦଖଲ କରିଛନ୍ତି ସେ ।
![ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ଯୋଗୀ](https://etvbharatimages.akamaized.net/etvbharat/prod-images/14723904_od_vvr.jpg)
@ANI