ETV Bharat / bharat

2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ - ବିଦାୟ ନେବ 2022

ବିଦାୟ ନେବ 2022 । ବର୍ଷ ଆରମ୍ଭରୁ ଦେଶରେ ଅନେକ ଅଶୁଭ ଘଟଣା ଘଟାଇଛି ବର୍ଷ 2022 । ଗୁଜୁରାଟ ଝୁଲା ପୋଲ ଟ୍ରାଜେଡି ଭଳି ଘଟଣା ଦେଶକୁ ଦୋହଲାଇ ଦେଇଛି । ଦେଖନ୍ତୁ ଆମର ସ୍ୱତନ୍ତ୍ର ଉପସ୍ଥାପନା ଫର୍ଦ୍ଦ 2022...

year ender 2022
ବିଦାୟ 2022
author img

By

Published : Dec 23, 2022, 9:58 PM IST

Updated : Dec 24, 2022, 10:26 AM IST

ହାଇଦ୍ରାବାଦ: ଦିନ କେଇଟା ଗଲେ ବିଦାୟ ନେବ ବର୍ଷ-2022 । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବେ ବିଶ୍ବବାସୀ । ଏହାରି ଭିତରେ ବର୍ଷ 2022 ଲୋକଙ୍କୁ ଅନେକ ଘଟଣା ଆଉ ଅଘଟଣ ଦେଖାଇଛି । ପ୍ରତିଦିନ କେଉଁଠି ନା କେଉଁଠି ଛୋଟ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । କେଉଁଠି ବେପରୁଆ ଗାଡ଼ି ଚଳାଇ ଅନେକ ଜୀବନ ଦୀପ ଲିଭିଯାଇଛି ତ ପୁଣି କେଉଁଠି ଅବହେଳା ଜନିତ ବଡ଼ବଡ଼ ଅଘଟଣ ଘଟିଛି । ତେବେ ଆସନ୍ତୁ ନଜର ପକାଇବା 2022ରେ ଦେଶକୁ ଦୋହଲାଇ ଦେଇଥିବା କିଛି ଘଟଣା ଉପରେ ।

2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ

ବରଫରେ ଫସି 7 ଯବାନ ଶହୀଦ

2022 ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ପଶ୍ଚିମ ଅରୁଣାଚଳ ପ୍ରଦେଶର କମେଙ୍ଗ ସେକ୍ଟରରେ ବରଫ ମଧ୍ୟରେ ଫସି 7 ଜଣ ଯବାନ ଶହୀଦ ହୋଇଥିଲେ । ପାଟ୍ରୋଲିଂ ବେଳେ ଭାରତୀୟ ସେନାର 7 ଜଣ ଯବାନ ନିଖୋଜ ଥିଲେ । ଏହାର ଦୁଇ ଦିନ ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରବଳ ତୁଷାରପାତ ଓ ହିମସ୍ଖଳନ ଯୋଗୁଁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଥିଲା ।

year ender 2022 big incident happened in india

ଶହେ ଫୁଟ ତଳକୁ ଖସିଲା ସେନା ଟ୍ରକ

ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ଜେମା ନିିକଟରେ ସେନା ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ଥ ହୋଇ ପ୍ରାୟ 100 ଫୁଟ ତଳକୁ ଫସିପଡ଼ିଛି । ଏଥିରେ 16 ଜଣ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଗୁରୁତର ଅଛନ୍ତି । ତେବେ ଭାରସାମ୍ୟ ହରାଇବା ଯୋଗୁଁ ଗାଡ଼ିଟି ତଳକୁ ଖସି ପଡ଼ିଥିଲା । ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନିକଟରେ ଡିସେମ୍ବର 23ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନା ଗାଡ଼ି । ବର୍ଷ ଶେଷରେ ପୁଣି ଏକ ଦୁଃଖଦ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି ।

ବିହାରରେ ବିଷାକ୍ତ ମଦ ମୃତ୍ୟୁ

ବିହାରର ଛପରା ଜିଲ୍ଲାରେ ତାଣ୍ଡବ ରଚିଛି ବିଷାକ୍ତ ମଦ । ଦିନକୁ ଦିନ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ସରକାରୀ ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟରେ 38 ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମୃତ୍ୟୁ ସଂଖ୍ୟା 76ରେ ପହଞ୍ଚିଛି । ଏବେ ମଧ୍ୟ ଅନେକଙ୍କ ଚିକିତ୍ସା ଜାରି ରହିଛି । ମଦ ମୃତ୍ୟୁ ଘଟଣା ପରେ ଏସଆଇଟି ଗଠନ କରାଯାଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ 213 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ଗଣମାଧ୍ୟମରେ ପ୍ରକାଶିତ ମୃତ୍ୟୁ ରିପୋର୍ଟକୁ ଅବକାରୀ ବିଭାଗ ମନ୍ତ୍ରୀ ସୁନୀଲ କୁମାର ଭୁଲ ବୋଲି କହିଛନ୍ତି ।

ଯୋଧପୁର ଗ୍ୟାସ ବିସ୍ଫୋରଣ

ବିବାହ ବେଳେ ବଡ଼ ଅଘଟଣ । ରାଜସ୍ଥାନ ଯୋଧପୁର ଅନ୍ତର୍ଗତ ଭୁଙ୍ଗରା ଗ୍ରାମରେ ଏକ ବିବାହ ଉତ୍ସବରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ରୋଷେଇ ପାଇଁ ବ୍ୟବହୃତ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଫାଟିବା ଯୋଗୁଁ ପ୍ରାୟ 32ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ 25ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 17 ଲକ୍ଷ ଲେଖାଏଁ ଏବଂ ଆହତଙ୍କୁ 5 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ଗୁଜୁରାଟ ଝୁଲା ପୋଲ ଟ୍ରାଜେଡି

ଅକ୍ଟୋବର 30 ସମୟ ସନ୍ଧ୍ୟା 6.30 । ଐତିହ୍ୟ ପୋଲ ପାଲଟିଲା ଶେଷ ଠିକଣା । ମୃତ୍ୟୁର ବ୍ରିଜ ଉଜାଡ଼ି ଦେଲା ଅନେକ ସଂସାର । ଗୁଜୁରାଟ ମୋର୍ବି ଝୁଲା ପୋଲ ଘଟଣାକୁ ନେଇ ସାରା ସ୍ତବ୍ଧ ହୋଇଯାଇଥିଲା । ମୋର୍ବ ଝୁଲା ପୋଲ ଛିଡିବାରୁ 135ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆତହ ହୋଇଥିଲେ । ଆବଶ୍ୟକଠୁ ଅଧିକ ଲୋକ ଥିବାରୁ ଏହି ଅଘଟଣ ଘଟିଛି । ପୋଲର କ୍ଷମତା 100 ଥିବାବେଳେ ସେଥିରେ ପ୍ରାୟ ଲୋକ ଜମା ହୋଇଥିଲେ । ଏହି ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ 10 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ସହ ଆହତଙ୍କୁ 1 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା । ତେବେ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଛି । ଘଟଣା ସହ ସମ୍ପୃକ୍ତ ଏକାଧିକ ବିଭାଗର 9 ଜଣଙ୍କୁ ଗିରଫ କରାଯାଇଛି ।

କୋରେଇ ରେଳ ଦୁର୍ଘଟଣା

ଯାତ୍ରୀଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ଟ୍ରେନ । ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଥିଲା । ଯାତ୍ରୀମାନେ ପ୍ଲାଟଫର୍ମରେ ଟ୍ରେନ ଅପେକ୍ଷା କରିଥିବାବେଳେ ବିଶ୍ରାମଗାର ଉପରେ ଭାରସାମ୍ୟ ହରାଇ ମାଲବାହୀ ଟ୍ରେନଟି ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିଲେ । ଟ୍ରେନ ଦୁର୍ଘଟଣା ପରେ ୮ଟି ଟ୍ରେନ ବାତିଲ କରାଯାଇଥିଲା । ସେହିପରି ୧୬ଟି ଟ୍ରେନର ମାର୍ଗ ପରିବର୍ତ୍ତନ ଓ ୫ଟି ଟ୍ରେନ ଆଂଶିକ ବାତିଲ ହୋଇଥିଲା । ଟ୍ରେନ ଦୁର୍ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରାଯାଇଥିଲା । ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହାୟତା ଭାବେ ଘୋଷଣା କରାଯାଇଥିଲା । ଏହାସହ ଗୁରୁତର ଆହତ ଲୋକଙ୍କୁ 1 ଲକ୍ଷ ଟଙ୍କାର ସହାୟତା ଏବଂ ସାମାନ୍ୟ ଆହତଙ୍କୁ 25 ହଜାର ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ ।

ନଦୀକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ

ଜମ୍ମୁ କାଶ୍ମୀରରେ ସେନା ବସ ନଦୀକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ 7 ITBP ଯବାନ ଶହୀଦ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ବସରେ 39 ଜଣ ସୁରକ୍ଷାରକର୍ମୀ ଥିଲେ । ଅମରନାଥ ଯାତ୍ରାରେ ଡ୍ୟୁଟି ସାରି ଫେରୁଥିବାବେଳେ ବ୍ରେକ ଫେଲ ହେବାରୁ ପହଲଗାମରେ ବସଟି ନଦୀକୁ ଖସିପଡ଼ିଥିଲା ।

ସଡ଼କ ଦୁର୍ଘଟଣାରେ 25 ମୃତ

ଉତ୍ତର ପ୍ରଦେଶ କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ପ୍ରାୟ 25 ଜଣଙ୍କ ମୃତ୍ୟୁ ହୋଇଥିଲା । 30 ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ପାଣି ଭର୍ତ୍ତି ଖାଲକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ 25 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କିଛି ଆହତ ହୋଇଥିଲେ । ଏହି ସଡ଼କ ଦୁର୍ଘଟଣାରେ PMO ତରଫରୁ ଅନୁକମ୍ପା ସହାୟତାଲ ରାଶି ଘୋଷଣା କରାଯାଇଥିଲା । ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଥିବାବେଳେ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଥିଲା ।

ବରଯାତ୍ରୀ ବସ ଓଲଟି ଚାଲିଗଲା 25 ଜୀବନ

ଉତ୍ତରାଖଣ୍ଡ ପାଉରୀ ଗରୱାଲ ଜିଲ୍ଲାରେ ବରଯାତ୍ରୀ ବସ ଦୁର୍ଘଟଣାରେ 25 ଜଣଙ୍କ ମୃତ୍ୟୁ ଘଟିଥିଲା । ପାଖାପାଖି 50 ଜଣ ବରଯାତ୍ରୀଙ୍କୁ ନେଇ ଲାଲଢାଙ୍ଗରୁ ବିରୋନଖାଲ ଯାଉଥିବା ବସ ଭାରସାମ୍ୟ ହରାଇ ସିମଡୀ ଗ୍ରାମ ରିଖନୀଖାଲ-ବୀରୋଖାଲ ରାସ୍ତାରେ ଥିବା ଏକ ଘାଟି ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ଏବଂ SDRF ଟିମ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ବସ ଭିତରୁ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ 12 ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: YearEnder 2022: ବିବାଦ ଭିତରେ ଘାଣ୍ଟି ହେଲା ବଲିଉଡ ଜଗତ

ଉଡାଣ ବେଳେ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଅତ୍ୟାଧୁନିକ ହାଲୁକା ତଥା ଲଢୁଆ ବିମାନ ଏକ ରୁଟିନ ଉଡାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାଠୁ 25 କିମି ଦୂର ସିଙ୍ଗିଂ ନିକଟବର୍ତ୍ତି ଜଙ୍ଗଲରେ ଏହି ବିମାନ କ୍ରାସ ହୋଇଥିଲା । ଏଥିରେ ଥିବା ସମସ୍ତ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଅତ୍ୟାଧୁନିକ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଇଥିଲା । ଏହା ପୂର୍ବରୁ ଅନୁରୂପ ଭାବେ ଉତ୍ତରାଖଣ୍ଡ ପ୍ରସିଦ୍ଧ କେଦାରନାଥ ଧାମରେ ମଧ୍ୟ ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟଙ୍କ ସମେତ 7 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Year Ender 2022: ଅସହ୍ୟ ହେଲା ଯନ୍ତ୍ରଣା, ମୃତ୍ୟୁର ରାସ୍ତା ପାଲଟିଥିଲା ଶେଷ ଠିକଣା

ବସ-ଟ୍ରକ ଧକ୍କା ଯୋଗୁଁ ଶ୍ରମିକ ମୃତ୍ୟୁ

ମଧ୍ୟପ୍ରଦେଶ ରିୱା ଜିଲ୍ଲାରେ ଟ୍ରକ ସହ ବସ ଧକ୍କା ହେବା ଯୋଗୁଁ 15 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ 40 ଜଣ ଯାତ୍ରୀ ଆହତ ହୋଇଥିଲେ । ରିୱା ଜିଲ୍ଲାର ସୋହାଗି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ହାଇଦ୍ରାବାଦର ସିକନ୍ଦରାବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । ଏଥିରେ 100ରୁ ଅଧିକ ଯାତ୍ରୀ ଥିଲେ । ବସଟି ଭାରସାମ୍ୟ ହରାଇ ସୋହାଗି ଠାରେ ଏକ ଟ୍ରକ ସହ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ।

ବର୍ଷ 2022 ରହିଥିଲା ଘଟଣାମୟ । ବର୍ଷକ ମଧ୍ୟରେ ଘଟିଯାଇଥିବା ପ୍ରମୁଖ ଘଟଣାମାନ ସାରା ଦେଶକୁ ସ୍ତବ୍ଧ କରିଦେଛି । ମୋର୍ବି ଝୁଲା ପୋଲ ଟ୍ରାଜେଡି ହେଉ ଅବା ଯୋଧପୁର ସିଲିଣ୍ଡର ବିସ୍ଫୋରଣ । ଅକାଳରେ ଅନେକ ନୀରିହ ଦୀପ ଲିଭିଯାଇଛି । ଆଜି ବି ନିଜ ଆତ୍ମୀୟଙ୍କୁ ହରାଇ ପରିବାରଙ୍କ ଆଖିରୁ ଶୁଖିନି ଲୁହ । ଯାହା ସ୍ମୃତିରେ ଚିରସ୍ଥାୟୀ ସତେଜ ହୋଇ ରହିବ । ବିଦାୟ 2022.......

Last Updated : Dec 24, 2022, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.