ETV Bharat / bharat

Presidential poll result: ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସିହ୍ନା - ରାଷ୍ଟ୍ରପତି ନିର୍ବାଚନ ଫଳାଫଳ

ମୁର୍ମୁଙ୍କ ଐତିହାସିକ ବିଜୟ ପରେ ଶୁଭେଚ୍ଛାର ବର୍ଷା । ଶୁଭେଚ୍ଛା ଜଣାଇଲେ ପ୍ରତିଦ୍ବନ୍ଦୀ ଯଶୋବନ୍ତ ସିହ୍ନା । ଅଧିକ ପଢନ୍ତୁ

Presidential poll result: ମୁର୍ମୁଙ୍କ ଶୁଭେଚ୍ଛା ଜଣାଇଲେ ସିହ୍ନା

author img

By

Published : Jul 21, 2022, 10:40 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଘୋଷଣା ହୋଇସାରିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବହୁ ବ୍ୟବଧାନରେ ପଛରେ ପକାଇ ଦେଶର 15ତମ ତଥା ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ସର୍ବବୃହତ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି । ତେବେ ଫଳାଫଳ ସ୍ପଷ୍ଟ ହେବା ପରେ ମୁର୍ମୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛଟିବାରେ ଲାଗିଛି । ପ୍ରତିଦ୍ବନ୍ଦୀ ଯଶୋବନ୍ତ ସିହ୍ନା ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭୁଲିନାହାନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲରେ ଐତିହାସିକ ବିଜୟ ପାଇଁ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସିହ୍ନା ।

  • राष्ट्रपति चुनाव 2022 में विजयी होने पर मैं श्रीमती द्रौपदी मुर्मू को बधाई देता हूँ।

    देशवासियों को उम्मीद है कि 15वें राष्ट्रपति के रूप में वो बिना किसी भय या पक्षपात के संविधान की संरक्षक के रूप में जिम्मेदारी निभाएंगी। pic.twitter.com/tphTZe2QoM

    — Yashwant Sinha (@YashwantSinha) July 21, 2022 " class="align-text-top noRightClick twitterSection" data=" ">

ଫଳାଫଳ ପରେ ସିହ୍ନାଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ସେଥିରେ ସେ ନିଜ ପରାଜୟ ସ୍ବୀକାର କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପୂର୍ଣ୍ଣ ଗଣତି ଶେଷ ହେବା ପୂର୍ବରୁ ତୃତୀୟ ରାଉଣ୍ଡ ସୁଦ୍ଧା ମୁର୍ମୁ ଆବଶ୍ୟକୀୟ ସଂଖ୍ୟା ଅତିକ୍ରମ କରିସାରିଥିଲେ ।

ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସିହ୍ନା
ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସିହ୍ନା

ଦେଶର ବିଭିନ୍ନ ରାଜ୍ୟରେ ମୁର୍ମୁଙ୍କ ସପକ୍ଷରେ କ୍ରସଭୋଟିଂ ମଧ୍ୟ ହୋଇଛି । ତେବେ କିଛି ମମୟ ପର୍ବରୁୁ ସମସ୍ତ ରାଉଣ୍ଡ ଗଣତି ଶେଷ ହେବା ସହ ମୁର୍ମୁଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । 24 ରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ମୁର୍ମୁ 25 ରେ ଶପଥ ଗ୍ରହଣ କରିବେ । ଜଣେ ମହିଳା ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବାରେ ମୁର୍ମୁ ଦ୍ବିତୀୟ ଓ ଜଣେ ଆଦିବାସୀ ଭାବେ ପ୍ରଥମ ମହିଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.