ETV Bharat / bharat

ବିନା ଭକ୍ତରେ ଖୋଲିଲା ଯମୁନୋତ୍ରୀ ଧାମ

author img

By

Published : May 14, 2021, 11:21 AM IST

Updated : May 14, 2021, 12:38 PM IST

ନୀତି ନିୟମ ଅନୁସାରେ ଖୋଲିଲା ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ଧାମ । ପୁରୋହିତ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଖୋଲିଲା ଧାମ । ଅଧିକ ପଢନ୍ତୁ...

ବିନା ଭକ୍ତରେ ଖୋଲିବ ଯମୁନୋତ୍ରୀ ଧାମ
ବିନା ଭକ୍ତରେ ଖୋଲିବ ଯମୁନୋତ୍ରୀ ଧାମ

ଡେରାଡୁନ: କୋରୋନା କାଳରେ ଅନେକ ଅସମ୍ଭବ ଜିନିଷ ଦେଖିବାକୁ ମିଳିଛି । ବିଂଶ ଶତାବ୍ଦୀରେ ମଧ୍ୟ ରାସ୍ତାଘାଟ ଶୂନଶାନ ହୋଇଯିବାର ଦୃଶ୍ୟ ଦେଖିଛି ଏ ମାନବ ସମାଜ । ଏପରିକି ଶହ ଶହ ବର୍ଷ ଧରି କେବେ ବନ୍ଦ ହୋଇନଥିବା ଭଗବାନଙ୍କ ଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ତେବେ କୋରୋନାର ପ୍ରଥମ ଲହର ପରେ ପରେ କିଛିଦିନ ମନ୍ଦିର କବାଟ ଖୋଲା ଯାଇଥିଲେ ମଧ୍ୟ ଏବେ ପୁଣି ଦ୍ବିତୀୟ ଲହରରେ 4 ଧାମର କବାଟ ବନ୍ଦ ରହିଛି ।

ଏହାର ପ୍ରଭାବରେ ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ଧାମ କବାଟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଅକ୍ଷୟ ତୃତୀୟା ଅବସରରେ ଦେବୀଙ୍କ କବାଟ ଖୋଲିବ । ମାତ୍ର ବିନା ଭକ୍ତରେ ମନ୍ଦିରରେ ପର୍ବ ପାଳନ କରାଯିବ । ଆଜି(ଶୁକ୍ରବାର) ଯମୁନୋତ୍ରୀ ଧାମ କବାଟ ଖୋଲାଯାଇ ଥିବାବେଳେ ଆସନ୍ତାକାଲି(ଶନିବାର) ଗଙ୍ଗୋତ୍ରୀ ଧାମ କବାଟ ଖୋଲିବ । ମାତ୍ର 25-25 ଜଣ ପୁରୋହିତ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ପର୍ବ ପାଳନ କରାଯିବ । ଏହି ସମୟରେ କୋଭିଡର ସମସ୍ତ ଗାଇଡଲାଇନ ପାଳନ କରିବାକୁ ରାଜ୍ୟ ସରାକର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ 4 ଧାମର ଯାତ୍ରା ଦ୍ୱିତୀୟ ଥର ପାଇଁ ଆଜି ଅପରାହ୍ନରେ ବିନା ଭକ୍ତରେ ଆରମ୍ଭ ହେବ । ଅପରାହ୍ନରେ ଶୁଭ ମୁହୂର୍ତ୍ତ ଅନୁଯାୟୀ ଯମୁନୋତ୍ରୀ ଧାମର ଦ୍ୱାର 12ଟା 15 ମିନିଟରେ 6 ମାସ ଗ୍ରୀଷ୍ମଋତୁ ପାଇଁ ବିଧି-ବିଧାନ ଅନୁସାରେ ଖୋଲାଯାଇଛି । ସେହିପରି ମାତା ଯମୁନାଜୀଙ୍କ ଡୋଲି ଖରସାଲୀରୁ ଶୀତକାଳୀନ ପ୍ରବାସ ପାଇଁ ଯମୁନୋତ୍ରୀଙ୍କ ଧାମକୁ ସକାଳ 9ଟା 15 ରେ ଶନି ମହାରାଜଙ୍କ ସହିତ ଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି

Last Updated : May 14, 2021, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.