ETV Bharat / bharat

ଜନ୍ତର ମନ୍ତରରେ ପୁଣି କୁସ୍ତିଯୋଦ୍ଧାଙ୍କ ଧାରଣା, ପୋଲିସ ରଖୁନି ଅଭିଯୋଗ !

author img

By

Published : Apr 23, 2023, 10:35 PM IST

ଦିଲ୍ଲୀ ଜନ୍ତର ମନ୍ତରରେ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା । ଜଣେ ନାବାଳିକାଙ୍କ ସମେତ ୭ ଜଣ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରିବା ପାଇଁ ସଂସଦ ମାର୍ଗ ଥାନାରେ ପହଞ୍ଚିଥିବା ବେଳେ ପୋଲିସ ଏଫଆଇଆର ରଖିବାକୁ ମଧ୍ୟ ମନା କରିଦେଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଜନ୍ତର ମନ୍ତରରେ ପୁଣି କୁସ୍ତିଯୋଦ୍ଧାଙ୍କ ଧାରଣା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧ‌ରେ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଓ ସାକ୍ଷୀ ମଲିକଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାମାନେ ଆଜି ଜନ୍ତର ମନ୍ତରରେ ପୁଣିଥରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏପରିକି ଜଣେ ନାବାଳିକାଙ୍କ ସମେତ ୭ ଜଣ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରିବା ପାଇଁ ସଂସଦ ମାର୍ଗ ଥାନାରେ ପହଞ୍ଚିଥିବା ବେଳେ ପୋଲିସ ଏଫଆଇଆର ରଖିବାକୁ ମଧ୍ୟ ମନା କରିଦେଇଥିବା ଜଣେ କୁସ୍ତିଯୋଦ୍ଧା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Virginity Test: ବିବାହ ପୂର୍ବରୁ ହେଲା କୁମାରୀତ୍ବ ପରୀକ୍ଷା, ମଣ୍ଡପରୁ ଫେରିଲେ ଅନେକ ଯୁବତୀ

ଷ୍ଟାର୍‌ ରେସ୍‌ଲର୍‌ ବିନେଶ ଫୋଗାଟ ଜାନୁଆରୀ ମାସରେ ବ୍ରିଜଭୂଷଣଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଥିଲେ ବିନେଶ । ଏହାର ତଦନ୍ତ କରିବାକୁ ମେରି କମ୍‌ଙ୍କ ନେତୃତ୍ବରେ ୫ ଜଣିଆ କମିଟି ଗଠନ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିନଥିବାରୁ ପୁଣିଥରେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ତେବେ ଏନେଇ ଜଣେ କୁସ୍ତିଯୋଦ୍ଧା କହିଛନ୍ତି, "ଆମକୁ ବିଭିନ୍ନ ପ୍ରକାର ଧମକ ମିଳୁଛି । ଦୀର୍ଘ ୨ ମାସ ଅପେକ୍ଷା କରିବା ପରେ ଆମେ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲୁ । କିନ୍ତୁ ପୋଲିସ ଅଧିକାରୀ ଆମକୁ ଥାନାରୁ ବାହାର କରିଦେଲେ । ତେବେ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଏଠାରେ ଧାରଣାରେ ବସି ରହିବୁ ।"

ଏହା ମଧ୍ୟ ପଢ଼ନ୍ତୁ...କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ରୋଟରେ କଟି UCADA ଅଧିକାରୀଙ୍କ ମୃତ୍ୟୁ

ଅନ୍ୟପଟେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ କହିଛନ୍ତି, "୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏତଲା ମଧ୍ୟ ରୁଜୁ କରାଯାଉନାହିଁ । କାହିଁକି ଏଭଳି ହେଉଛି ଆମେ ଜାଣି ପାରୁନୁ । ପୂର୍ବରୁ ଦିଆଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା, କିନ୍ତୁ କମିଟି କଣ ତଦନ୍ତ କଲା ​ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିଲା ନାହିଁ । ଆମେ ଜାଣିନାହୁଁ ବ୍ରିଜଭୂଷଣଙ୍କୁ କିଏ ସୁରକ୍ଷା ଦେଉଛି । ହେଲେ ‌ଏବେ ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.