ହାଇଦ୍ରାବାଦ: ସମସ୍ତ କାର୍ଯ୍ୟ ଭିତରୁ ବଂଶ ବିସ୍ତାର ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କର ଏକ ଅନ୍ୟତମ କାର୍ଯ୍ୟ । ବଞ୍ଚିବା ସହିତ ଜୀବନକୁ ସୁଗମ କରିବା ପରିବାର ଲକ୍ଷ୍ୟ । ପୂର୍ବରୁ ଗୋଟିଏ ପରିବାର ସନ୍ତାନ ସଂଖ୍ୟା ଏକାଧିକ ରହୁଥିଲେ । ଗୋଟିଏ ପରିବାରରେ ଅତିକମରେ ତିନୋଟି ସନ୍ତାନ ରହୁଥିଲେ । ବିଶ୍ବରେ ଜନସଂଖ୍ୟା ସମସ୍ୟା ଓ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁଲାଇ 11 ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ ।
ଜନସଂଖ୍ୟା ମଣିଷ ଜୀବନ ଧାରଣର ମୂଲ୍ୟାୟନ କରିଥାଏ । ଏନେଇ ଜନସଂଖ୍ୟା ଅନୁଶୀଳନ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଏ ନେଇ ଲୋକଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । ଚଳିତ ବର୍ଷ 1 ଜୁଲାଇ ସୁଦ୍ଧା ବିଶ୍ବରେ ଜନସଂଖ୍ୟା ପାଖାପାଖି 779 କୋଟି 50 ଲକ୍ଷରେ ପହଞ୍ଚିଛି । ଏହା ବିଶ୍ବ ଜନସଂଖ୍ୟାର 17.17% ଅଟେ । ଜନସଂଖ୍ୟା ବଢିବା ନେଇ ବିଭିନ୍ନ ସମସ୍ୟା ଉପୁଜିଛି । ଦେଶର ପ୍ରଗତିରେ ମଧ୍ୟ ଜନସଂଖ୍ୟା ବାଧା ସୃଷ୍ଟି କରିଛି । ରାଷ୍ଟ୍ରର ସାମୂହିକ ଉନ୍ନତିରେ ପ୍ରରିବନ୍ଧକ ସାଜିଛି ଜନସଂଖ୍ୟା ବୃଦ୍ଧି ।
ଜନସଂଖ୍ୟା ନିୟନ୍ତ୍ରଣ ନ ହେବାକୁ ଦାରିଦ୍ରତା ବଢିଛି । ପାଖା ପାଖି ଏକ ବିଲିୟନ ଲୋକ ତଥା ବିଶ୍ବ ଜନସଂଖ୍ୟାର 8 ଭାଗରୁ ଏକ ଭାଗ ଲୋକ ଭୋକିଲା ରହିଛନ୍ତି । ପ୍ରତିବର୍ଷ 2ମିଲିୟନ ଶିଶୁ ପୁଷ୍ଟିହୀନତା ପାଇଁ ଜୀବନ ହାରୁଛନ୍ତି । ମେହବହୁଳତା ବିସ୍ତାର ନେଇ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ବ୍ରିଟେନର ଡାକ୍ତର । ଅନ୍ୟମାନେ ଭୋକରେ ଥିବାବେଳେ ଆମେ ବହୁତ ଖାଉଛୁ ବୋଲି କହିଛନ୍ତି ଜୋନାଥାନ ସାକସ ।
ପ୍ରତ୍ୟେକ ରାଜ୍ୟର ନିଜସ୍ବ କର୍ତ୍ତବ୍ୟ ହେଉଛି ନିଜର ଜନସଂଖ୍ୟାକୁ ଗୁରୁତର ତଥା ମାନବିକ ଅଧିକାର ଉଲ୍ଲଂଘନରୁ ତଥା ମାନବିକ ସଙ୍କଟର ପରିଣାମରୁ ରକ୍ଷା କରିବା । ବିଶ୍ବ ଜନସଂଖ୍ୟାର ଅଧା ଲୋକ ଗ୍ରାମାଞ୍ଚଳରେ ଏବଂ ଅଧିକାଂଶରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି । ମାନବ ବିକାଶରେ ଏଭଳି ଅସମାନତା ଅଶାନ୍ତି ଏବଂ ବିଶ୍ବର କେତେକ ସ୍ଥାନରେ ହିଂସା ହେବାର ମୂଳ କାରଣ ହୋଇଥାଏ ବୋଲି କହିଛନ୍ତି ଏପିଜେ ଅବଦୁଲ କଲାମ ।
ଦେଶର ପ୍ରଗତି ବ୍ୟତୀତ ଜନସଂଖ୍ୟା ବୃଦ୍ଧି ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଛି । ବାରମ୍ବାର ଗର୍ଭଧାରଣ ଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟହାନୀ ଘଟିବା ସହିତ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଭାରତ ଜନସଂଖ୍ୟା ଦୃଷ୍ଟିରୁ ଚାଇନା ପରେ ଦ୍ବିତୀୟ ସ୍ଥାନରେ ରହିଛି । ଆମ ଦେଶରେ ବର୍ତ୍ତମାନ 1,388,712.570 ଜନସଂଖ୍ୟା ରହିଛି । ଆଗକୁ ଯଦି ଏହି ପରି ଜନସଂଖ୍ୟା ବୃଦ୍ଧି ପାଏ ତେବେ ଚାଇନାକୁ ଭାରତ ଟପି ଯିବା ନେଇ ଆଶଙ୍କା ରହିଛି । ଏଥି ନିମନ୍ତେ ଆମ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ସଚେତନ ହେଲେ ହେଁ ଦେଶ ଆଗେଇ ପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ