ETV Bharat / bharat

World Organ Donation Day: ରୋଗୀ ପାଏ ନୂଆ ଜୀବନ

author img

By

Published : Aug 13, 2021, 11:47 AM IST

ଜୀବନରେ ଜନ୍ମ ଓ ମୃତ୍ୟୁ ହେଉଛି ସତ୍ୟ । ନିଶ୍ବାସ ବନ୍ଦ ହୋଇଗଲେ ଶରୀର ଅଲୋଡା ହୋଇଯାଏ । ହେଲେ ମୃତ୍ୟୁ ପରେ ବି ଜଣେ ଜନମାନସରେ ଜୀବିତ ରହିପାରିବ ଏବଂ ଜଣଙ୍କୁ ଆଉ ଗୋଟିଏ ଜୀବନ ଉପହାର ଦେଇ ପାରିବ । ଯାହା କେବଳ ଅଙ୍ଗଦାନ ଦ୍ବାରା ସମ୍ଭବ । ଅଧିକ ପଢନ୍ତୁ...

ବିଶ୍ବ ଅଙ୍ଗଦାନ ଦିବସ
ବିଶ୍ବ ଅଙ୍ଗଦାନ ଦିବସ

ହାଇଦ୍ରାବାଦ: ମୃତ୍ୟୁ ପରେ ବି ଅନେକ ହୃଦୟରେ ରୁହନ୍ତି । କିଏ ଦେଶ ପାଇଁ ଜୀବନ ଦେଇ ଦେଶବାସୀଙ୍କ ହୃଦୟରେ ରୁହେ ତ ଆଉ କିଏ କିଛି ଭିନ୍ନ କରି । ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯିଏ ମୃତ୍ୟୁ ପରେ ଅଙ୍ଗଦାନ କରି ଚିରଦିନ ପାଇଁ ମନେ ରୁହନ୍ତି । ଆଜି ସେହି ଅଙ୍ଗଦାତାଙ୍କ ନିସ୍ବାର୍ଥପର ଅବଦାନକୁ ଦୁନିଆରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ବିଶ୍ବ ଅଙ୍ଗଦାନ ଦିବସ ଭାବରେ ପାଳନ କରାଯାଏ । ଅଙ୍ଗଦାନ ଏବଂ ପ୍ରତିରୋପଣକୁ ପ୍ରୋତ୍ସାହିତ କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ ।

ମଣିଷ ଶରୀରରେ ହାର୍ଟ,କିଡନୀ, ଚକ୍ଷୁ ଓ ଲିଭର ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗର ସ୍ବାସ୍ଥ୍ୟ ଥରେ ବିଗିଡିଲେ ତାହା ଭଲ ହେବା ଅସମ୍ଭବ ହୋଇପଡେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ବି ତାହା ଠିକ ହେବା ସମ୍ଭବ ହୋଇ ନଥାଏ । ହେଲେ ଯଦି ଠିକ ସମୟରେ ଅଙ୍ଗ ପ୍ରତିରୋପଣ କରାଯାଏ ରୋଗୀକୁ ନୂଆ ଜୀବନ ମିଳେ । ଆଉ ଏହା ସମ୍ଭବ ହୁଏ ସେହି ନିସ୍ବାର୍ଥପର ଅଙ୍ଗଦାତାଙ୍କ ପାଇଁ ।

ଭାରତରେ ପ୍ରତିବର୍ଷ ନଭେମ୍ବର ୨୭ରେ ଏହି ଦିନଟିକୁ ପାଳନ କରାଯାଏ । ଅଙ୍ଗଦାନ ପାଇଁ ନାଗରିକଙ୍କୁ ଉତ୍ସାହିତ କରାଯାଇଥାଏ । ବିଭିନ୍ନ ସଚେତନାମୂଳକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ଟିଭି ଶୋ ଆୟୋଜିତ କରାଯାଇ ଲୋକଙ୍କୁ ଉତ୍ସାହିତ କରାଯାଏ । ଆମ ରାଜ୍ୟ ଓଡିଶାରେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ 'ସୁରଜ ପୁରସ୍କାର' ପ୍ରଦାନ କରନ୍ତି ରାଜ୍ୟ ସରକାର । ନିତି ଦିନ ଗଣମାଧ୍ୟମରେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଆମେ ଜାଣୁଛେ ।

ଅଙ୍ଗଦାନ ଇତିହାସରେ ୧୯୫୪ରେ ଆମେରିକାରେ ଜଣେ ବ୍ୟକ୍ତି ଦାନ କରିଥିବା ଲିଭରକୁ ସଫଳ ଭାବରେ ପ୍ରତିରୋପଣ କରାଯାଇଥିଲା । ଏହା ପରେ ଅନେକ ଅଙ୍ଗଦାନର ସଫଳ କାହାଣୀ ସାମ୍ନାକୁ ଆସିଛି । ଜଣେ ସୁସ୍ଥ ବ୍ୟକ୍ତି ସ୍ବେଚ୍ଛାକୃତ ଭାବରେ ଅଙ୍ଗଦାନ କରିପାରିବେ । ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ବୟସ ୧୮ରୁ ଅଧିକ ହୋଇଥିବା ଦରକାର । ଜୀବିତ ଅବସ୍ଥାରେ ମଧ୍ୟ ଅନେକ ଅଙ୍ଗଦାନ କରିଥାନ୍ତି ।

ଜୀବନରେ ଜନ୍ମ ଓ ମୃତ୍ୟୁ ହେଉଛି ସତ୍ୟ । ନିଶ୍ବାସ ବନ୍ଦ ହୋଇଗଲେ ଶରୀର ଅଲୋଡା ହୋଇଯାଏ । ହେଲେ ମୃତ୍ୟୁ ପରେ ବି ଜଣେ ଜନମାନସରେ ଜୀବିତ ରହିପାରିବ ଏବଂ ଜଣଙ୍କୁ ଆଉ ଗୋଟିଏ ଜୀବନ ଉପହାର ଦେଇ ପାରିବ । ଯାହା ଅଙ୍ଗଦାନ ଦ୍ବାରା ସମ୍ଭବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.