ETV Bharat / bharat

WORLD HEPATITIS DAY; ଜୀବନ ବଞ୍ଚାଇପାରେ ଉତ୍ତମ ଚିକିତ୍ସା

author img

By

Published : Jul 28, 2021, 12:00 PM IST

ପ୍ରତି ବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୨୮ ଜୁଲାଇକୁ ବିଶ୍ବ ହେପାଟାଇଟସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟିଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

ଆଜି ବିଶ୍ବ ହେପାଟାଇଟିସ୍ ଦିବସ
ଆଜି ବିଶ୍ବ ହେପାଟାଇଟିସ୍ ଦିବସ

ହାଇଦ୍ରାବାଦ: ଆଜି ବିଶ୍ବ ହେପାଟାଇଟିସ୍ ଦିବସ । ପ୍ରତି ବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୨୮ ଜୁଲାଇକୁ ବିଶ୍ବ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟିଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଭାରତ ସରକାର 28 ଜୁଲାଇ 2018ରେ ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଚଳିତ ବର୍ଷ ସରକାର ଏହି କାର୍ଯ୍ୟକ୍ରମର ତିନି ବର୍ଷ ପୂରଣ ହୋଇଛି ।

ହେପାଟାଇଟସ୍ କଣ?...

  • ହେପାଟାଇଟିସ୍ ଯକୃତକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ । ଏହା 'ଏ' 'ବି' 'ସି', 'ଡି' 'ଇ'ଆଦି ବିଭିନ୍ନ ପ୍ରକାରର ହୋଇଥାଏ । ହେପାଟାଇଟିସ୍ 'ଏ' ଆଉ 'ଇ' ଜଳ ଦ୍ବାରା ଓ 'ବି' 'ସି', 'ଡି' ରକ୍ତ ଦ୍ବାରା ସଂକ୍ରମିତ ହୋଇଥାଏ । ସାରା ବିଶ୍ବରେ ପ୍ରତି ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି । ଏଣୁ ଆମକୁ ଏଥିପ୍ରତି ସତର୍କ, ସଚେତନ ଓ ଯତ୍ନବାନ ହେବାକୁ ପଡିବ । ଏହି ରୋଗ ବର୍ତ୍ତମାନ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭୂତାଣୁ ଏଚଆଇଭିଠାରୁ ୧୦୦ଗୁଣା ଅଧିକ ସଂକ୍ରାମକ । ପ୍ରଦୂଷିତ ରକ୍ତ ଶରୀର ମଧ୍ୟକୁ ପ୍ରବେଶ କରିବା, ଚିକିତ୍ସା ସମୟରେ ପ୍ରଦୂଷିତ ଯନ୍ତ୍ର ବ୍ୟବହାର କରିବା ଦ୍ବାରା ସଂକ୍ରମଣ ହୋଇଥାଏ ।
  • ସାରା ବିଶ୍ବରେ ଏଚଆଇଭି, ଯକ୍ଷ୍ମା ଏବଂ ମ୍ୟାଲେରିଆ ଭଳି ରୋଗରେ ମୃତ୍ୟୁସଂଖ୍ୟା ହାସ୍ର ପାଉଥିବାବେଳେ ହେପାଟାଇଟସ ରୋଗରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୨ପ୍ରତିଶତ ବଢିଥିବାବେଳେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଏହି ରୋଗ ପାଇଁ ୯ ବର୍ଷ ହେବ ମାଗଣା ସ୍କ୍ରିନିଙ୍ଗ ଓ ଟିକାକରଣ ଯୋଗାଇ ଦିଆଯିବା ସହିତ ରୋଗ ଦୂର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗର କିଛି ଲକ୍ଷଣ ଦେଖାଯାଏ ନାହିଁ ଫଳରେ ଆକ୍ରାନ୍ତ ରୋଗ ବିଷୟରେ ଜାଣିପାରନ୍ତି ନାହିଁ ।
  • ସାରା ପୃଥିବୀରେ ପ୍ରାୟ ୪୦ କୋଟି ଲୋକ ହେପାଟାଇଟସ୍ ରୋଗରେ ଆକ୍ରାନ୍ତ । ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ଦ୍ବାରା ରୋଗୀ ସୁସ୍ଥ ହୋଇଥାଏ । ଚଳିତ ବର୍ଷ ଏହି ଦିବସର ଥିମ ରହିଥି 'ହେପାଟାଇଟିସ କ୍ୟାଣ୍ଟ ୱେଟ' । 2030 ସୁଦ୍ଧା ଏହି ରୋଗର ମୂଳପୋଛ ହେବା ଦରକାର । ସଚେତନତା ହିଁ ଏହି ରୋଗରୁ ବଞ୍ଚେଇ ପାରିବ । ବିଶ୍ବବ୍ୟାପୀ ଏହି ଭୟଙ୍କର ଭୂତାଣୁଜନିତ ରୋଗର ମୂଳପୋଛ କରିବାକୁ ଆମ ନିକଟରେ ସୁଯୋଗ ରହିଛି ଯାହା ଆମ ଭବିକ୍ଷ୍ୟତ ପିଢିକୁ ଏହି ରୋଗରୁ ସୁରକ୍ଷା ଦେବ ।

ବ୍ୟୁରୋ ରିପୋର୍ଟ.ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.