ETV Bharat / bharat

କଣ ହେବ ଅଞ୍ଜୁଙ୍କ ଭାଗ୍ୟ ? ଗ୍ରହଣ କରିବ କି ପରିବାର, ଜାଣନ୍ତୁ କଣ କହୁଛନ୍ତି ତାଙ୍କ ସ୍ବାମୀ

କଣ ଭାରତ ଫେରିବେ ଅଞ୍ଜୁ । ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ରାଜସ୍ଥାନର ଅଞ୍ଜୁଙ୍କୁ ଗ୍ରହଣ କରିବେ କି ପରିବାର । କଣ କହୁଛନ୍ତି ତାଙ୍କ ସ୍ବାମୀ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

author img

By

Published : Jul 28, 2023, 11:20 AM IST

Anjus husband statement
ଫେସବୁକ ବନ୍ଧୁଙ୍କ ପାଇଁ ମହିଳାଙ୍କ ପାକିସ୍ତାନ ଯାତ୍ରା

ଜୟପୁର/ରାଜସ୍ଥାନ: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ରାଜସ୍ଥାନର ଅଞ୍ଜୁଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିଛି । ଦୁଇ ପିଲା ଓ ସ୍ବାମୀଙ୍କୁ ଛାଡି ଅଞ୍ଜୁ ପାକିସ୍ତାନରେ ଫତିମା ବନିଥିବା ଖବର ଆସିବା ପରେ ଏବେ ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିଛି । ଅଞ୍ଜୁ ପାକିସ୍ତାନରେ ଆଉ ଥରେ ବିବାହ କରିଥିବା ଖବର ମିଳିଛି । ବିନା ଛାଡପତ୍ରରେ ସେ ଆଉ ଥରେ ବିବାହ କରିଛନ୍ତି । ଏହା କିପର ସମ୍ଭବ ହେଲା । ଆମ ଛାଡପତ୍ର ହୋଇନାହିଁ ସେ କିପରି ଆଉ ଥରେ ବିବାହ କଲେ । ଆମେ ତାଙ୍କୁ ଗ୍ରହଣ କରିବୁ ନାହିଁ ହେଲେ ପିଲାମାନେ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ ।

  • #WATCH | Bhiwadi, Rajasthan: Arvind Kumar, husband of Anju who travelled to Pakistan says, "From my side, she has proved that she has done 'Nikah'...She is seeking divorce from me. She says that she has submitted the documents for it in Delhi but I have not gone there. I will… pic.twitter.com/HmkKie9lbr

    — ANI MP/CG/Rajasthan (@ANI_MP_CG_RJ) July 27, 2023 " class="align-text-top noRightClick twitterSection" data=" ">

ଅଞ୍ଜୁ ପାକିସ୍ତାନରେ ଆଉ ଥରେ ବିବାହ କରିଥିବା ଖବରକୁ ନେଇ ଅରବିନ୍ଦ କହିଛନ୍ତି, ''ସେ ଦିଲ୍ଲୀରେ ଛାଡପତ୍ର ନେଇ ଆବେଦନ କରିବା କଥା କହିଛନ୍ତି ମାତ୍ର ମୋତେ ତ କୌଣସି ସମନ ଆସିନାହିଁ । ସେ ଏବେ ବି ମୋ ପତ୍ନୀ ତେଣୁ ସେ ଆଉ କାହାକୁ ବିବାହ କରି ପାରିବେ ନାହିଁ । ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ସେ ଭାରତ ଫେରିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବି । ଏବେ ମୁଁ ତାଙ୍କୁ ଆଉ ଗ୍ରହଣ କରିବି ନାହିଁ । ମାତ୍ର ଆମ ପିଲା ଶେଷ ନିଷ୍ପତ୍ତି ନେବେ । ବର୍ତ୍ତମାନ ମୋ ପିଲା ତାଙ୍କ ମାଆଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି ।''

ସେ ଆହୁରି କହିଛନ୍ତି,''ମୋ ସହ ପିଲାମାନେ ରହିବେ । କାମ ପ୍ରେସରରେ ସେ ଚିନ୍ତାଗ୍ରସ୍ତ ଥିଲେ । ମୋ ସହ ଝଗଡା ମଧ୍ୟ କରୁଥିଲେ ହେଲେ କେବେ ସ୍ବପ୍ନରେ ଭାବି ନଥିଲି ସେ ଏପରି ପଦକ୍ଷେପ ନେବେ ବୋଲି । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଅଞ୍ଜୁଙ୍କ ପାସପୋର୍ଟ ଓ ଭିସା ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯାଉ । ନକଲି ଉପାୟ ଆପଣାଇ ପାକିସ୍ତାନ ଯାତ୍ରା ପାଇଁ ଭିସା ହାସଲ କରିଛନ୍ତି । ଏହାର ତଦନ୍ତ କରାଯାଉ ।''

ଅଞ୍ଜୁଙ୍କ ସ୍ବାମୀ ଆହୁରି କହିଛନ୍ତି, ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା । ସେ ଜଣେ ଭଲ ମାଆ । ସେ ଆମ ପିଲାଙ୍କୁ ବହୁତ ଭଲ ପାଉଥିଲେ । ମାତ୍ର ପିଲାମାନେ ତାଙ୍କୁ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି । ଛୋଟ ଛୋଟ କଥାରେ ଅଞ୍ଜୁଙ୍କର ମିଛ କହିବା ଅଭ୍ୟାସ ଥିଲା । ସେ ବିଳମ୍ବର ଘରକୁ ଫେରୁଥିଲେ ବର୍ତ୍ତମାନ ସେ ନକଲି ଉପାୟ ଆପଣାଇ ପାକିସ୍ତାନ ଯାତ୍ରା ପାଇଁ ଭିସା ହାସଲ କରିଛନ୍ତି ।'' ଅଞ୍ଜୁଙ୍କ ବାପା ଗୟା ପ୍ରସାଦ ଥୋମାସ ଝିଅ ଅଞ୍ଜୁଙ୍କ ଏପରି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଅଞ୍ଜୁ ଆମ ପାଇଁ ମରି ଯାଇଛି । ବର୍ତ୍ତମାନ ସେ ପାକିସ୍ତାନରେ ରହୁ । ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ କହିଥିଲେ ସେ, 3 ବର୍ଷ ହେବ ଛାଡପତ୍ର ପ୍ରକ୍ରିୟା ନେଇ ଆବେଦନ କରିଥିବା କଥା କହିଥିଲେ ।

ଏହା ବି ପଢନ୍ତୁ...WATCH VIDEO: ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ବନିଲେ ଫାତିମା, ସାମ୍ନାକୁ ଆସିଲା ଭିଡିଓ

ଏହା ବି ପଢନ୍ତୁ...ପ୍ରେମ ପାଇଁ ସୀମା ପାର ଅଞ୍ଜୁଙ୍କ ଭିଡିଓ ମେସେଜ, କହିଲେ 2 ଦିନରେ ଫେରିବି

ଏହା ବି ପଢନ୍ତୁ...Social Media friendship: ପ୍ରେମ ପାଇଁ ପାର୍‌ କଲେ ସୀମା, ସ୍ବାମୀଙ୍କୁ ବୁଲି ଯାଉଛି କହି ପାକିସ୍ତାନରେ ସ୍ତ୍ରୀ

ପ୍ରକାଶ ଥାଉକି, ପ୍ରେମକୁ ପାଇବାକୁ ପାକିସ୍ତାନରୁ ନେପାଳ ଦେଇ ଭାରତ ଚାଲି ଆସିଥିବା ସୀମା ହାଇଦର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମିନାହିଁ । ଏହାରି ଭିତରେ ଗତ ଜୁଲାଇ 24 ତାରିକରେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ରାଜସ୍ଥାନର 34 ବର୍ଷୀୟ ଅଞ୍ଜୁ ତାଙ୍କ ପାକିସ୍ତାନ ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ପାକିସ୍ତାନ ଚାଲି ଯାଇଥିଲେ । 2019ରୁ ଉଭୟ ବନ୍ଧୁ ଥିଲେ । ସ୍ବାମୀଙ୍କୁ ବୁଲି ଯିବାକୁ କହି ସୀମା ପାର କରିଥିଲେ ଅଞ୍ଜୁ । ଭିଡିଓ ମେସେଜ ଜାରି କରି ସେ ଆଇନଗତ ପ୍ରକ୍ରିୟାରେ ପାକିସ୍ତାନ ଆସିଛି କିଛି ଦିନ ପରେ ଭାରତ ଫେରିବି ବୋଲି କହିଥିଲେ । ଏହାର ଦିନକ ପରେ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ଫାତିମା ବନିଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ସେଠାରେ ସେ ବିବାହ କରିଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.