ETV Bharat / bharat

ନୂଆ ଭାରତ ଗଣତାନ୍ତ୍ରିକ ପ୍ରତିବଦ୍ଧତାର ଆହ୍ବାନ ନାରୀ ଶକ୍ତି ବନ୍ଦନ ଅଧିନିୟନ: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 22, 2023, 1:57 PM IST

Updated : Sep 22, 2023, 2:32 PM IST

ସଂସଦର ଉଭୟ ଗୃହରେ ଐତିହାସିକ ମହିଳା ସଂରକ୍ଷଣ ବିଲ ପାସ୍ ହେବା ପରେ ବିଜେପି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi on womens reservation bill
pm modi on womens reservation bill

ନୂଆଦିଲ୍ଲୀ: ଦୀର୍ଘ ଦିନର ସ୍ବପ୍ନ ପୁରଣ ହୋଇଛି । ଏକ ନୂଆ ଇତିହାସ ଲେଖା ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ କେବଳ ଗୋଟିଏ ସାଧାରଣ ଆଇନ ନୁହେଁ ଏହା ନୂଆ ଭାରତର ଗଣତାନ୍ତ୍ରିକ ପ୍ରତିବଦ୍ଧତାର ଆହ୍ବାନ । ଏହା ଦେଶର ଭାଗ୍ୟ ବଦଳାଇବ । ସଂସଦର ଉଭୟ ଗୃହରେ ଐତିହାସିକ ମହିଳା ସଂରକ୍ଷଣ ବିଲ ପାସ୍ ହେବା ପରେ ବିଜେପି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

  • #WATCH | Women's Reservation Policy | When an absolute majority of Government came to power in the country, such a huge work could be completed...We did not let anyone's selfishness become a wall before women's reservation. Before this, whenever this Bill came before the… pic.twitter.com/HuQxpVQGTZ

    — ANI (@ANI) September 22, 2023 " class="align-text-top noRightClick twitterSection" data=" ">

ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ବା ମହିଳା ସଂରକ୍ଷଣ ବିଲ ପାସ ହେବା ନେଇ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟରେ ଏକା କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ବିଲ ପାସ କରିଥିବାରୁ ଧନ୍ୟବାଦ । ସବୁ ଦଳ ଓ ସାଂସଦଙ୍କୁ ଅନେକ ଶୁଭେଚ୍ଛା । ଦେଶର ସବୁ ମାଆ ଓ ଭଉଣୀଙ୍କୁ ଅଭିନନ୍ଦନ । 20 ଓ 21 ସେପ୍ଟେମ୍ବରରେ ନୂଆ ଇତିହାସ ଲେଖା ହୋଇଛି । ଏହା ଆମର ସୌଭାଗ୍ୟ କୋଟି କୋଟି ଲୋକ ଆମକୁ ଏହି ଇତିହାସ ରଚିବାର ଅବସର ଆମକୁ ମିଳିଛି । ଆଗାମୀ ଅନେକ ପିଢି ଯାଏ ଏହି ନିର୍ଣ୍ଣୟର ଚର୍ଚ୍ଚା ହେବ । ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ କେବଳ ଏକ ସାଧାରଣ ଆଇନ ନୁହେଁ ଏହା ନୂଆ ଭାରତର ଗଣତାନ୍ତ୍ରିକ ପ୍ରତିବଦ୍ଧତାର ପ୍ରତୀକ । ଏହା ଦେଶର ଭାଗ୍ୟ ବଦଳାଇବ । କେବେ କିଛି ନିଷ୍ପତ୍ତିରେ ଦେଶର ଭାଗ୍ୟ ବଦଳାଇବାର କ୍ଷମତା ଥାଏ । ମହିଳାଙ୍କ ଭାଗିଦାରୀକୁ ନେଇ ତିନି ଦଶକରୁ ଉଦ୍ୟମ ହେଉଥିଲା ଆଜି ଆମେ ନିଜ ପ୍ରତିଶ୍ରୁତି ପୂରଣ କରିଛୁ । ସଂସଦର ଉଭୟ ସଦନରେ ନାରୀ ଶକ୍ତି ବନ୍ଦନ ଅଧିନିୟନମ ରେକର୍ଡ ମତରେ ପାରିତ ହୋଇଛି । ଆଜି ପ୍ରତିଟି ନାରୀଙ୍କର ଆତ୍ମବିଶ୍ବାସ ଆକାଶ ଛୁଇଁଛି । କୋଟି କୋଟି ମାଆ ଓ ଭଉଣୀଙ୍କ ସ୍ବପ୍ନକୁ ସତ କରିବାର ସୌଭାଗ୍ୟ ଆମ ଭାଜପାକୁ ମିଳିଛି । ରାଷ୍ଟ୍ରକୁ ସର୍ବପ୍ରଥମ ମାନି ଚାଲୁଥିବା ଦଳର କର୍ମକର୍ତ୍ତା ଭାବେ ମୁଁ ଆଜିର ଦିନକୁ ନେଇ ଗର୍ବ ଅନୁଭବ କରୁଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ କେବଳ ଗୋଟିଏ ସାଧାରଣ ଆଇନ ନୁହେଁ ଏହା ନୂଆ ଭାରତର ଗଣତାନ୍ତ୍ରିକ ପ୍ରତିବଦ୍ଧତାର ଆହ୍ବାନ ।''

  • #WATCH | The passing of this bill in both houses of the Parliament shows how a country with a majority government can work. We never let anyone's political self-interests obstruct women's reservation: PM Modi on the passage of the Nari Shakti Vandan Adhiniyam in Parliament pic.twitter.com/4mszdu6NeZ

ପ୍ରଧାନମନ୍ତ୍ରୀ ଆହରି କହିଛନ୍ତି,'' ଏହି ଅମୃତକାଳରେ ସବକା ପ୍ରୟାସରେ ବିକଶିତ ଭାରତର ନିର୍ମାଣ ଦିଗରେ ବଡ ପଦକ୍ଷେପ । ଏହି ବିଲ ଆଣିବାକ ଆମର ପ୍ରତିଶ୍ରୁତିବଦ୍ଧତା ଥିଲା । ମହିଳାଙ୍କ ଜୀବନସ୍ତର ସୁଧାରିବାକୁ ମହିଳା ଭାଗିଦାରୀ ବଢାଇବାକୁ ଦିଆଯାଇଥିବା ଗ୍ୟାରେଣ୍ଟିର ଏହା ପ୍ରତ୍ୟକ୍ଷ ପ୍ରମାଣ । ଏହି ବିଲ ପାସ ହେବା ନେଇ ସମସ୍ତ ନାରୀଙ୍କୁ ବହୁତ ବହୁତ ଶୁଭେଚ୍ଛା । ଏହା ମୋଦି ନୁହେଁ ଏକା କୋଟି କୋଟି ଦେଶବାସୀ କରିଛନ୍ତି । 3 ଦଶଶକୁ ଏହି ପ୍ରୟାସ କରାଯାଉଥିଲା । ଆଜି ଏହା ପୂରଣ ହୋଇଛି । ଏହି ବଲି ପାସ କରିବା ରାସ୍ତାରେ ଅନେକ ବାଧା ଥିଲା । ଯେବେ ଉଦ୍ଦେଶ୍ୟ ପବିତ୍ର ଥାଏ ପ୍ରୟାସରେ ପାରିଦର୍ଶିତା ଥାଏ ସମସ୍ତ ସମସ୍ୟା ଭିତରେ ମଧ୍ୟ ପରିଣାମ ସୁନିଶ୍ଚିନ୍ତ ମିଳିଥାଏ । ଏହି ଆଇନକୁ ଏତେ ସଂଖ୍ୟକ ସମର୍ଥନ ମିଳିବା ହିଁ ଏହାର ଉଦାହରଣ । ନୂଆ ସଂସଦ ଭବନରେ ପକ୍ଷ ବିପକ୍ଷ ସୀମାରୁ ଉର୍ଦ୍ଧ୍ବରେ ଉଠି ସମସ୍ତେ ଏହା ପକ୍ଷରେ ଭୋଟ ଦେଇଥିଲେ । ଏନେଇ ସମସ୍ତ ରାଜନୈତିକ ଦଳ ଓ ସମସ୍ତ ସାଂସଦ ସାଥୀଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତକୁ ବିକଶିତ କରିବାକୁ ଆଜି ଭାରତର ନାରୀ ଶକ୍ତିକୁ ଖୋଲା ଆକାଶ ଦେବାକୁ ଏହି ଅବସର ଆସିଛି । ଗତ 9 ବର୍ଷରେ ଆମେ ଦେଶର ମାଆ ଉଭଣୀଙ୍କ ସହ ଜଡିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିଛୁ । ମହିଳାଙ୍କ ସୁବିଧା ପାଇଁ ଆମ ସରକାର ଅନେକ ଯୋଜନା ଆଣିଛୁ । ପରିବାର ସଦସ୍ୟ ଭାବେ ଆମ ସରକାର ମାଆ ଭଉଣୀଙ୍କ ସମସ୍ୟାର ସମାଧାନ କରିଛୁ ।''

ଏହା ବି ପଢନ୍ତୁ...Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

ମହିଳା ସଂରକ୍ଷଣ ପାଇଁ ଦଶନ୍ଧି ଧରି ପ୍ରୟାସ ହୋଇ ଆସୁଥିଲା । ବାଜପେୟୀ ସରକାରରେ ଅନେକ ଥର ବିଲ ଆସିଥିଲା ମାତ୍ର ପାସ ହୋଇପାରିନଥିଲା । ନୂଆ ସଂସଦ ଭବନରେ ନୂଆ ବିଲ ପାସ୍‌ ହୋଇଛି । ନାରୀ ଶକ୍ତିର ସମୃଦ୍ଧି ପାଇଁ ବଡ ପଦକ୍ଷେପ ନେଇ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ ମିଳିଛି । ଲୋକସଭାରେ 454-2 ଭୋଟରେ ବିଧେୟକ ଗୃହିତ ହୋଇଥିଲା । ଗୁରୁବାର ରାଜ୍ୟସଭାରେ ସର୍ବସମ୍ମତ୍ତି କ୍ରମେ ବିଲଟିକୁ ଅନୁମୋଦନ ମିଳିଥିଲା । ବିଲ ସପକ୍ଷରେ 215 ଭୋଟ ମିଳିବା ପରେ ବିଲ ପାସ ହୋଇଛି । ବିଲରେ ରହିଥିବା ପ୍ରସ୍ତାବ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ 33% ସଂରକ୍ଷଣ ମିଳିବ । ଅର୍ଥାତ ଲୋକସଭାରେ 543 ଆସନରୁ 181ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । 2026 ପରେ ଏହି ଆଇନ ଲାଗୁ ହେବ ।

Last Updated : Sep 22, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.