ETV Bharat / bharat

ସ୍ତ୍ରୀକୁ ଚାକିରୀ ମିଳିବାରୁ ଡାହାଣ ହାତ କାଟିଦେଲା ସ୍ବାମୀ, ବାମ ହାତରେ ଲେଖିବା ଅଭ୍ୟାସ କରୁଛନ୍ତି ମହିଳା - ବାମ ହାତରେ ଲେଖୁଛନ୍ତି ମହିଳା

ପତ୍ନୀର ବାହାରେ ଚାକିରୀ କରିବାକୁ ବିରୋଧ କରି ଡାହାଣ ହାତ କାଟି ଦେଲା ସ୍ବାମୀ । ବାମ ହାତରେ ଲେଖିବା ଅଭ୍ୟାସ କରୁଛନ୍ତି ମହିଳା । ଅଧିକ ପଢନ୍ତୁ

ସ୍ତ୍ରୀକୁ ଚାକିରି ମିଳିବାରୁ ଡାହାଣ ହାତ କାଟିଦେଲା ସ୍ବାମୀ, ବାମ ହାତରେ ଲେଖିବା ଅଭ୍ୟାସ କରୁଛନ୍ତି ମହିଳା

author img

By

Published : Jun 8, 2022, 5:15 PM IST

କୋଲକାତା: ପତ୍ନୀ ସରକାରୀ ହସ୍ପିଟାଲରେ ନର୍ସ ଭାବେ ନିଯୁକ୍ତି ପାଇଥିଲେ । ହେଲେ ପତ୍ନୀଙ୍କ ବାହାର ଚାକିରୀ କରିବାକୁ ପସନ୍ଦ କରୁନଥିଲେ ସ୍ବାମୀ । ତେଣୁ ପତ୍ନୀଙ୍କୁ ଅଟକାଇବାକୁ ତାଙ୍କର ଡାହାଣ ହାତ କାଟି ଦେଲା ପିଶାଚ ସ୍ବାମୀ । ସ୍ବାମୀଙ୍କ ଏପରି ବର୍ବରତା ମହିଳାଙ୍କ ଗୋଟିଏ ହାତ ସିନା ଛଡାଇ ନେଇଛି, ହେଲେ ତାଙ୍କ ମନୋବଳ ଭାଙ୍ଗି ପାରିନାହିଁ । ନିଜ ସ୍ବପ୍ନ ସାକାର କରିବାକୁ ଆଜି ହସ୍ପିଟାଲ ବେଡ୍‌ର ପଡି ରହି ମଧ୍ୟ ନିଜର ବାମ ହାତରେ ଲେଖିବା ଅଭ୍ୟାସ କରୁଛନ୍ତି ମହିଳା । ଏହି ପ୍ରେରଣାଦାୟୀ ମହିଳା ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଦୁର୍ଗାପୁରର ରେଣୁ ଖାତୁନ । ଜୀବନର ତମାମ ଝଡ ଝଞ୍ଜାକୁ ପାର୍ କରି ନର୍ସ ରୂପେ ସେବା କରିବା ପାଇଁ ରେଣୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ରେଣୁ ବର୍ତ୍ତମାନ ଦୁର୍ଗାପୁରସ୍ଥିତ ଶୋଭାପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୫-୬ ଘଣ୍ଟା ବିଳମ୍ବରେ ରେଣୁ ହସ୍ପିଟାଲରେ ପହଞ୍ଚି ଥିବା ଯୋଗୁଁ ତାଙ୍କ କଟା ହାତ ଆଉ ଯୋଡି ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ । ତେଣୁ ଚିକିତ୍ସାଧୀନ ଅବସ୍ଥାରେ ସେ ନିଜ ବାମ ହାତରେ ଲେଖିବାର ଅଭ୍ୟାସ କରୁଛନ୍ତି । ଯାହାର ଏକ ଫଟୋ ଏବେ ଖୁବ୍ ଭାଇରାଲ ହେଉଛି । ରେଣୁଙ୍କ ପରିବାର ଲୋକେ ଏବଂ ସହକର୍ମୀ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ଏହି ଘଟଣା ପାଇଁ ପୋଲିସ ରେଣୁଙ୍କ ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରିଥିବା ଜଣାପଡିଛି ।

ମହିଳା କମିଶନ ମୁଖ୍ୟ ଲୀନା ଗଙ୍ଗୋପାଧ୍ୟାୟ ହସ୍ପିଟାଲରେ ପହଞ୍ଚି ରେଣୁଙ୍କୁ ଭେଟିଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଯଦି ସେ ନର୍ସ ରୂପେ ନିଯୁକ୍ତ ନ ପାଆନ୍ତି ତେବେ ରାଜ୍ୟ ସରକାରଙ୍କୁ କହି ତାଙ୍କୁ ଅନ୍ୟ ଏକ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କମିଶନ ମୁଖ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.