ETV Bharat / bharat

୨ ସନ୍ତାନକୁ ଧରି ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା - ସନ୍ତାନକୁ ଧରି ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ମହାରାଷ୍ଟ୍ର ଭଣ୍ଡାରି ଅଞ୍ଚଳରେ ୨ ସନ୍ତାନଙ୍କ ସହ ମହିଳାଙ୍କ ଆତ୍ମହତ୍ୟା । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

୨ ସନ୍ତାନକୁ ଧରି ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

author img

By

Published : Oct 16, 2022, 8:24 AM IST

ମୁମ୍ବାଇ: ମହାରାଷ୍ଟ୍ର ଭଣ୍ଡାରା ଅଞ୍ଚଳରେ ଦୁଃଖଦ ଘଟଣା । ନିଜ ୨ ସନ୍ତାନଙ୍କୁ ଧରି ଜଣେ ମହିଳା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି (Woman suicide with 2 daughters) । ଶନିବାର ସକାଳେ ଏହି ଘଟଣା ଘଟିଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ମହିଳାଙ୍କ ନାଁ ଦିପାଲି ଶିତଲ ଖଙ୍ଗର (୨୮) ବୋଲି ଜଣାପଡ଼ିଛି । ସେ ନିଜ ୩ ବର୍ଷର ଝିଅ ଦେବାଂଶୀ ଓ ୨ ବର୍ଷର ଝିଅ ବେଦାଂଶୀ ସହିତ ୱେନଗଙ୍ଗା ନଦୀ (Wainganga river )କୁ ଡେଇଁ ପଡ଼ିଛନ୍ତି । ଭଣ୍ଡାରି ଅଞ୍ଚଳର ତିଡ୍ଡି ଗ୍ରାମ ଅଞ୍ଚଳରେ ଥିବା ନଦୀ କୂଳରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଘଟଣା ରାତି ସମୟରେ ଘଟିଥିବା ଲୋକେ ସନ୍ଦେହ କରୁଥିବା ବେଳେ ସକାଳ ପ୍ରାୟ ୧୦ଟା ବେଳେ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଲୋକେ ।

ଏହା ବି ପଢନ୍ତୁ- ମଇଁଷି ପାଟିରେ ଫୁଟିଲା ବୋମା, ଖାଦ୍ୟ ଭାବି ଖାଇଥିଲା ବିସ୍ଫୋଟକ

ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଇନ୍ସପେକ୍ଟର ଥୋରାଟ ଓ ସ୍ଥାନୀୟ ତହସିଲଦାର ଅରବିନ୍ଦ ହିଙ୍ଗେ ଉକ୍ତ ଅଞ୍ଚଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କ ଏହି ଚରମ ନିଷ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.