ETV Bharat / bharat

ମିଲିଟାରୀ ବେସରେ ନର୍ସିଂ ଅଧିକାରୀଙ୍କୁ ନିର୍ଯାତନା ! ତଦନ୍ତ ନିର୍ଦ୍ଦେଶ ଦେଲା ସେନା - military station in Punjab

ପଞ୍ଜାବର ଏକ ମିଲିଟାରୀ ଷ୍ଟେସନରେ କାର୍ଯ୍ୟରତ ଜଣେ ମହିଳା ନର୍ସିଂ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗ । ସେନା କହିଲା ଶୂନ୍ୟ ସହନଶୀଳତା ସହ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ମିଲିଟାରୀ ବେସରେ ନର୍ସଙ୍କୁ ନିର୍ଯ୍ୟାତନା ! ତଦନ୍ତ ନିର୍ଦ୍ଦେଶ ଦେଲା ସେନା
ମିଲିଟାରୀ ବେସରେ ନର୍ସଙ୍କୁ ନିର୍ଯ୍ୟାତନା ! ତଦନ୍ତ ନିର୍ଦ୍ଦେମିଲିଟାରୀ ବେସରେ ନର୍ସଙ୍କୁ ନିର୍ଯ୍ୟାତନା ! ତଦନ୍ତ ନିର୍ଦ୍ଦେଶ ଦେଲା ସେନାଶ ଦେଲା ସେନା
author img

By

Published : Nov 10, 2021, 8:42 PM IST

ଚଣ୍ଡିଗଡ: ପଞ୍ଜାବସ୍ଥିତ ଏକ ସାମରିକ ପ୍ରତିଷ୍ଠାନରେ କାର୍ଯ୍ୟରତ ଜଣେ ମହିଳା ନର୍ସିଂ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ସେନା । ପଞ୍ଜାବର ଏକ ସାମରିକ ଷ୍ଟେସନରେ ଜଣେ ମହିଳା ସାମରିକ ନର୍ସିଂ ସେବା ଅଧିକାରୀ ସେଠାରେ କାର୍ଯ୍ୟରତ ସେନାଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲା । ତେବେ ଏହାକୁ ଗମ୍ଭୀରତା ସହ ନେଇଛି ସେନା ।

ସାମରିକ ବେସରେ ନିର୍ଯାତନା ରୋକିବା ପାଇଁ ସଂସଦ ତଥା ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଆଇନରେ ଦର୍ଶାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ସେନା ପକ୍ଷରୁ କୁହାଯାଇଛି ।

ଦେଶର ବିଭିନ୍ନ ସାମରିକ ଷ୍ଟେସନରେ ସେନାଧିକାରୀ ଓ କର୍ମଚାରୀଙ୍କୁ ଚିକିତ୍ସା ସେବା ଯୋଗାଇବା ଓ ସେନାରେ ନିୟୋଜିତ ଡାକ୍ତରଙ୍କୁ ସହାୟତା କରିବା ପାଇଁ ମିଲିଟାରୀ ନର୍ସିଂ ସେବା ଜରିଆରେ ସାରା ଦେଶରେ ମହିଳା ନର୍ସିଂ ଅଧିକାରୀ ନିଯୁକ୍ତି ପ୍ରଦାନ କରାଯାଇଥାଏ । ତେବେ ଏପରି କ୍ଷେତ୍ରରେ ସେମାନଙ୍କର ସୁରକ୍ଷା ଓ ଯୌନ ଶୋଷଣ ମୁକ୍ତ କର୍ମସଂସ୍ଥାନ ଯୋଗାଇବା ପାଇଁ ଉଭୟ ସର୍ବୋଚ୍ଚ ନ୍ୟାୟାଳୟ ଓ ସଂସଦ ମଧ୍ୟ ଏକାଧିକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ତେବେ ଏପରି ଅଭିଯୋଗ ଆସିବା ପରେ, ସେନା ପକ୍ଷରୁ ଘଟଣା ବାବାଦରେ ସୂଚନା ଦିଆଯାଇ କୁହାଯାଇଛି, ଭାରତୀୟ ସେନା ସମସ୍ତ ମହିଳା କର୍ମଚାରୀଙ୍କୁ ନିରାପଦ କର୍ମସଂସ୍ଥାନ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଭାରତୀୟ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ଦ୍ବାରା ସ୍ଥାପିତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ସେନା ଶୂନ୍ୟ ସହନଶୀଳତା ପୂର୍ବକ କାର୍ଯ୍ୟାନୁଷ୍ଠାନ କରେ । ତେଣୁ ଏହି ଘଟଣାକୁ ମଧ୍ୟ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆ ସରିଥିବା କହିଛି ସେନା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.