ETV Bharat / bharat

ଯୌନ ନିର୍ଯାତନା ଅଭିଯୋଗରେ ହରିୟାଣା କ୍ରୀଡାମନ୍ତ୍ରୀଙ୍କୁ SITର ପଚରାଉଚରା - ହରିୟାଣା କ୍ରୀଡାମନ୍ତ୍ରୀଙ୍କୁ ଏସଆଇଟିର ଜେରା

ମହିଳା କୋଚଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ହରିୟାଣା କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂଙ୍କୁ ତାଙ୍କ ବାସଭବନରେ ପଚରାଉଚରା କରିଛି ଏସଆଇଟି ( sandeep singh sit interrogated in chandigarh ) । ଅଧିକ ପଢନ୍ତୁ

harayna minister sandeep singh
ଯୌନ ନିର୍ଯାତନା ଅଭିଯୋଗରେ ହରିୟାଣା କ୍ରୀଡାମନ୍ତ୍ରୀଙ୍କୁ SITର ପଚରାଉଚରା
author img

By

Published : Jan 5, 2023, 1:27 PM IST

ଚଣ୍ଡିଗଡ: ମହିଳା କୋଚଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ହରିୟାଣା କ୍ରୀଡାମନ୍ତ୍ରୀଙ୍କୁ ପଚରାଉଚରା କରିଛି ଏସଆଇଆଟି । ତାଙ୍କ ବାସଭବନରେ ଏସଆଇଟିର ଏକ ଟିମ ମାମଲାକୁ ନେଇ ସନ୍ଦୀପଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛି । ଡିଏସପି ପଲକ ଗୋଏଲଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇଛି ଯିଏକି ଏହି ପୁରା ମାମଲାର ତଦନ୍ତ କରୁଛି । ଜଣେ ମହିଳା କୋଚ ହରିୟାଣା କ୍ରୀଡାମନ୍ତ୍ରୀ ସନ୍ଦିପ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ମହିଳା କୋଚଙ୍କ ଓକିଲ ଦିପାଶୁଂ ବଶଂଲଙ୍କ ସୂଚନାଅନୁସାରେ, ଯେଉଁ ଆଧାରରେ ମାମଲା ଦାୟର ହୋଇଛି ସେ ଆଧାରରେ ସନ୍ଦୀପ ସିଂହଙ୍କୁ ଗିରଫ କରାଯିବା କଥା । ସେ ଆହୁରି କହିଛନ୍ତି ଚଣ୍ଡିଗଡ ପୋଲିସ ଏବେ ସୁଦ୍ଧା ଏହି ଘଟଣାରେ ସକ୍ରିୟ ହୋଇନାହିଁ । ପୀଡିତାଙ୍କୁ ହରିୟାଣା କ୍ରୀଡାମନ୍ତ୍ରୀଙ୍କ ବାସଭବନକୁ ଆଣି ତଦନ୍ତ କରୁଛି ଏସଆଇଛି । କ୍ରୀଡାମନ୍ତ୍ରୀଙ୍କ ବାସଭବନରେ ମହିଳା କୋଚଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଦୁଇଜଣଙ୍କୁ ସାମ୍ନା ସାମ୍ନି କରାଯାଇ ଏସଆଇଟି ପଚରାଉଚରା କରୁଛି । ଧାରା 375 ଏବଂ 511 ଲଗାଇବାକୁ ପୋଲିସ ଉପରେ ଚାପ ପଡିପାରେ । ଦରକାର ପଡିଲେ ଏ ମାମଲାରେ କୋର୍ଟ ଯିବୁ ବୋଲି କହିଛନ୍ତି ପୀଡିତାଙ୍କ ଓକିଲ ।

ବୁଧବାର ସନ୍ଦିପ ସିଂଙ୍କ ଘର ଆଗରେ ପୋଲିସ ପ୍ରହରା ଦେଇଥିଲା । ମଙ୍ଗଳବାର ଏହି ଘଟଣାରେ ସେକ୍ଟର 26 ଥାନାରେ 164 ଜରିଆରେ ଏସଆଇଟି ଦଳ ମହିଳା କୋଚଙ୍କ ବୟାନ ରେକର୍ଡ କରିଥିଲେ । ମାମଲା ସହ ଜଡିତ ସମସ୍ତ ସୂଚନା ଲିଖିତ ଆକାରରେ ଦେଇଥିଲେ ପୀଡିତା । ଘଟଣାକୁ ନେଇ ସମସ୍ତ ଦସ୍ତାବିଜ ଓ ତାଙ୍କ ଫୋନ ମଧ୍ୟ ପୋଲିସ ପାଖରେ ଜମା କରିଥିଲେ ଅଭିଯୋଗକାରିଣୀ ମହିଳା କୋଚ ।

ଏହା ବି ପଢନ୍ତୁ...ଯୌନ ନିର୍ଯାତନା ଅଭିଯୋଗ ପରେ ପଦ ଛାଡିଲେ ହରିୟାଣା କ୍ରୀଡାମନ୍ତ୍ରୀ

ପ୍ରକାଶ ଥାଉ କି, ଜାନୁଆରୀ 1 ତାରିଖରେ ହରିୟାଣା କ୍ରୀଡାମନ୍ତ୍ରୀଙ୍କ ନାମରେ ଏହି ଅଭିଯୋଗ ହୋଇଥିଲା । ଜଣେ ଜୁନିଅର କ୍ରୀଡା ପ୍ରଶିକ୍ଷିକା ଏହି ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେବେ ସନ୍ଦୀପ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେବା ସହ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ତାଙ୍କ ଛବି ଖରାପ କରିବା ଲାଗି ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି କହିଥିଲେ । ଏହା ମୋ ଛବି ଖରାପ କରିବା ପାଇଁ ଏକ ଉଦ୍ୟମ । ତଦନ୍ତରେ ଏହି ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ନେଇ ଆଶାବାଦୀ ଥିବା କହିଥିଲେ ସନ୍ଦୀପ ସିଂ । ସେପଟେ ଅଭିଯୋଗକୁ ନେଇ ହରିୟାଣାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.