ETV Bharat / bharat

ରାଜପଥ କଡରେ ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

author img

By

Published : Mar 7, 2023, 9:48 PM IST

ହରିୟାଣା ପାନିପତରେ ରାଜପଥ କଡରେ ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ । ମୃତକଙ୍କ ପରିଚୟ ଅସ୍ପଷ୍ଟ । ଅଧିକ ପଢନ୍ତୁ

ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ
ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ଚଣ୍ଡିଗଡ: ହରିୟାଣାର ପାନିପତରେ ଜାତୀୟ ରାଜପଥ କଡରେ ପଡିଥିବା ଏକ ସୁଟକେସ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପାନିପତ-ରୋହତକ ଜାତୀୟ ରାଜପଥ କଡରୁ ଏହି ସନ୍ଦେହଜନକ ସୁଟକେସ ପଡିଥିବା ବେଳେ ଏଥିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲେ ସୁଦ୍ଧା ମୃତ ମହିଳାଙ୍କ ସମ୍ପୂର୍ଣ୍ଣ ପରିଚୟ ପୋଲିସ ସ୍ପଷ୍ଟ କରିପାରିନି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ କିପରି ଓ କେବେ ମହିଳାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ଅପରାହ୍ନ ପ୍ରାୟ 1 ଟା ସମୟରେ ଯାତ୍ରୀମାନେ ରୋହତକ ରାଜପଥ କଡରେ ଏକ ସନ୍ଦେହଜନକ ସୁଟକେସ ପଡିଥିବାର ଦେଖି ପୋଲିସକୁ ସୂଚନା ଦେଇଥଲେ । ସୂଚନା ଆଧାରରେ ସ୍ଥାନୀୟ ପୋଲିସ ପହଞ୍ଚି ସୁଟକେସ ଖୋଲିଥିଲା । ସେଥିରେ ହାତ-ଗୋଡ ଓ ମୁହଁ ବନ୍ଧା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ବୟସ ପ୍ରାୟ 50 ବର୍ଷ ପାଖାପାଖି ହେବା ନେଇ ପୋଲିସ କହିଛି ।

ସ୍ଥାନୀୟ ASP କହିଛନ୍ତି, ଫୋରେନସିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପ୍ରମାଣ ସଂଗ୍ରହ କରିଥିଲା । ପରେ ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମହିଳାଙ୍କ ବୟସ 45 ରୁ 50 ମଧ୍ୟରେ ହେବ । ମହିଳା ଚର୍ମ ରୋଗରେ ମଧ୍ୟ ପୀଡିତ । ମହିଳାଙ୍କ ହାତ ଓ ଗୋଡ ବନ୍ଧା ହୋଇଥିବା ସହ ତାଙ୍କ ପାଟିରେ ଟେପ୍ ମଧ୍ୟ ଲଗାଯାଇଛି । ଏହା ଏକ ହତ୍ୟାକାଣ୍ଡ ଓ ଅନ୍ୟତ୍ର କେଉଁଠି ମହିଳାଙ୍କୁ ହତ୍ୟା କରାଯିବା ପରେ ହତ୍ୟାକାରୀ ଏହି ସ୍ଥାନରେ ମୃତଦେହ ଏକ ସୁଟକେସରେ ଭର୍ତ୍ତି କରି ଫିଙ୍ଗିଦେଇ ଫେରାର ହୋଇଯାଇଥିବା ସନ୍ଦହ କରାଯାଇଛି ।

ମୃତଦେହର ଅବସ୍ଥାରୁ ଏହି ହତ୍ୟାକାଣ୍ଡ ପ୍ରାୟ 8 ରୁ 10 ଘଣ୍ଟା ପୂର୍ବରୁ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ସ୍ପଷ୍ଟ କରିବା ଓ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ଉଦ୍ଯମ କରୁଛି । ନିକଟରେ ଏପରି କିଛି ଆଶ୍ଚର୍ଯ୍ୟ କରିବା ଭଳି ଅପରାଧ ଦେଖିବାକୁ ମିଳୁଛି । ହତ୍ୟା କାଣ୍ଡ ଭିଆଇବା ପରେ ପ୍ରମାଣ ନଷ୍ଟ କରିବା ଓ ପୋଲିସ ଆଖିରୁ ଖସିବା ପାଇଁ ହତ୍ୟାକାରୀମାନେ ନାନାଦି ଭୟଙ୍କର ଉପାୟ ଆପଣାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.