ETV Bharat / bharat

ଶାହଙ୍କୁ କଲ୍‌ କରିଥିବା ପ୍ରମାଣିତ ହେଲେ ଇସ୍ତଫା ଦେବି: ମମତା

author img

By

Published : Apr 19, 2023, 6:21 PM IST

ଟିଏମସି ଜାତୀୟ ଦଳ ମାନ୍ୟତା ହରାଇବା ପରେ ଅମିତ ଶାହଙ୍କୁ କଲ୍‌ କରିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ଦିଦି । କହିଲେ ପ୍ରମାଣିତ ହେଲେ ଦେବେ ଇସ୍ତଫା । ଅଧିକ ପଢନ୍ତୁ

ଶାହଙ୍କୁ କଲ୍‌ କରିଥିବା ପ୍ରମାଣିତ ହେଲେ ଇସ୍ତଫା ଦେବି: ମମତା
ଶାହଙ୍କୁ କଲ୍‌ କରିଥିବା ପ୍ରମାଣିତ ହେଲେ ଇସ୍ତଫା ଦେବି: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (TMC) ଚଳିତ ଥର ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇଛି । ତେବେ ଦଳ ଜାତୀୟ ଦଳ ତାଲିକାରୁ ବାଦ ପଡିବା ପରେ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଲ କରିଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ । ଆଜି(ବୁଧବାର) ଏହି ପ୍ରସଙ୍ଗରେ ମୁଁହ ଖୋଲିଛନ୍ତି ଦିଦି । ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିବା ସହ ସେ ଶାହଙ୍କୁ କଲ୍‌ କରିଥିବା ପ୍ରମାଣିତ ହେଲେ, ପଦରୁ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି ।

ଆଜି(ବୁଧବାର) ରାଜ୍ୟ ସଚିବାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ବେଳେ ମମତା ଏହି ପ୍ରଶ୍ନର ଉତ୍ତର ରଖିଥିଲେ । କହିଥିଲେ ‘‘ଏପରି ଅଭିଯୋଗ ଶୁଣି ମୁଁ ଆଶ୍ଚର୍ଯ୍ୟଚକିତ । ମୋ ବିରୋଧରେ ଏକ ମିଛ ପ୍ରଚାର କରାଯାଉଛି । ଯଦି ମୁଁ ଅମିତ ଶାହଙ୍କୁ କଲ କରିଥିବା ପ୍ରମାଣିତ ହୁଏ, ତେବେ ପଦରୁ ଇସ୍ତଫା ଦେଇଦେବି ।’’

ମମତାଙ୍କ ନେତୃତ୍ବାଧୀନ ଟିଏମସି ଚଳିତ ଥର ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇଛି । ତେବେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ମମତାଙ୍କ ପୂର୍ବ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଏହି ପ୍ରସଙ୍ଗ ଉଠାଇ ମମତା ଶାହଙ୍କୁ କଲ କରିଥିବା ଅଭିଯୋଗ କରିଥିଲେ । କହିଥିଲେ, "ଦଳ ଜାତୀୟ ଦଳରୁ ବାଦ ପଡିବା ପରେ ମମତା ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ କଲ୍‌ କରିଥିଲେ । ଦଳର ଜାତୀୟ ମାନ୍ୟତା ବଜାୟ ରଖିବା ପାଇଁ ନିବେଦନ ମଧ୍ୟ କରିଥିଲେ ।" ତେବେ ଆଜି ଅଧିକାରୀଙ୍କ ଏହି ସଙ୍ଗୀନ ଅଭିଯୋଗକୁ ଦୃଢ ଖଣ୍ଡନ କରିଛନ୍ତି ମମତା ।

2021 ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କ କ୍ୟାମ୍ପ୍‌ର ବଡ ଚେହେରା ଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ସେ ବିଜେପି ଟିକେଟରେ ନିର୍ବାଚନ ଲଢି ମମତାଙ୍କୁ ନନ୍ଦିଗ୍ରାମ ବିଧାନସଭା ଆସନରୁ ପରାସ୍ତ ମଧ୍ୟ କରିଥିଲେ । ବିଜେପି ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଲେ ଅଧିକାରୀ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସିକୁ ହିଁ ସଂଖ୍ୟା ଗରିଷ୍ଠତା ମିଳିଥିଲା । ନିଜେ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିବା ମମତା ମୁଖ୍ୟମନ୍ତ୍ରୀ ଶପଥ ନେବା ସହ ପରେ ନିଜ ପାରମ୍ପରିକ ଭବାନୀପୁର ଆସନରୁ ଉପନିର୍ବାଚନରେ ଜିତିଥିଲେ ।

ଶୁଭେନ୍ଦୁ ଅଧିକାରୀ ଏବେ ବିରୋଧୀ ଦଳ ନେତା ଥିବା ବେଳେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ସେ ମମତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । କିଛି ଦିନ ତଳେ ସେ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସାରଦା-ନାରଦା ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ । ସେ ଏହି ମାମଲାରେ ତଦନ୍ତରେ ମମତାଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏବେ ଅଧକାରୀଙ୍କ ପୁଣି ଏକ ସଙ୍ଗୀନ ଅଭିଯୋଗ ପରେ ମମତାଙ୍କୁ ସ୍ପଷ୍ଟୀକରଣ ରଖିବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.