ETV Bharat / bharat

ଫିଲ୍ମ ଆଦିପୁରୁଷକୁ କାହିଁକି କରାଯିବ ବ୍ୟାନ: ଭିନ୍ନ ଢଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବଘେଲ

author img

By

Published : Jun 20, 2023, 7:04 AM IST

ଫିଲ୍ମ ଆଦିପୁରୁଷକୁ କାହିଁକି କରାଯିବ ବ୍ୟାନ କହିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ।ଭିନ୍ନ ଢଙ୍ଗରେ ବିଜେପିକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ଫିଲ୍ମ ଆଦିପୁରୁଷକୁ କାହିଁକି କରାଯିବ ବ୍ୟାନ: ବଘେଲ

ରାୟପୁର: ଫିଲ୍ମ 'ଆଦିପୁରୁଷ' ବିବାଦକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ବଘେଲ ଏହି ଫିଲ୍ମ ବ୍ୟାନ ଦାବି ଆଳରେ ବିଜେପି ଓ ବଜରଙ୍ଗ ଦଳକୁ ଟାର୍ଗେଟ କରିଛନ୍ତି । ଭିନ୍ନ ଢଙ୍ଗରେ ସାମାଲୋଚନା କରି କହିଛନ୍ତି, ଯେ ଇତିହାସକୁ ବୁଝନ୍ତୁ । ପ୍ରଥମେ, ସେମାନେ ଧୀରେଧୀରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ଜଣେ ଯୋଦ୍ଧା ରାମରେ ପରିଣତ କଲେ । ହନୁମାନ ହେଉଛନ୍ତି ଜ୍ଞାନ, ଭକ୍ତି ଏବଂ ଶକ୍ତିର ପ୍ରତୀକ । କିନ୍ତୁ ଏମାନେ ତାଙ୍କୁ 'ଆଙ୍ଗ୍ରି ବୟରେ' ପରିଣତ କଲେ । ବର୍ତ୍ତମାନ ଯେତେବେଳେ ଜନସାଧାରଣ ଏହା ବିରୁଦ୍ଧରେ ଠିଆ ହୋଇଛନ୍ତି, ସେତେବେଳେ ସେମାନେ କହିବା ଆରମ୍ଭ କଲେଣି ଯେ, ଏହାକୁ ନିଷେଧ କରାଯିବା ଉଚିତ୍ ।

କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ଫିଲ୍ମକୁ ରାଜ୍ୟରେ ବ୍ୟାନ ଘୋଷଣା କରନ୍ତୁ ବୋଲି ସେ ଦାବି କରିଥିଲେ । ଛତିଶଗଡର ସୁରଗୁଜାରୁ ଲୋକସଭା ସଦସ୍ୟ ଥିବା ରେଣୁକା ଦାବି କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀରାମ, ମାତା ଜନକୀ ଏବଂ ହନୁମାନଙ୍କୁ ଏପରି ଭାବେ ପ୍ରଦର୍ଶିତ କରାଯିବା ଦ୍ୱାରା କୋଟି କୋଟି ଲୋକଙ୍କ ଭାବନା ଆଘାତ ହୋଇଛି । ତେଣୁ ଏହାକୁ ପ୍ରସାରିତ କରିବାକୁ ଅନୁମତି ମିଳିବା ଉଚିତ ନୁହେଁ । ଏହାକୁ ବ୍ୟାନ ଘୋଷଣା କରାଯିବା ଉଚିତ । ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ଏହି ଫିଲ୍ମକୁ ବିରୋଧ କରାଯାଇଛି । ସରକାର ଏହାକୁ ବନ୍ଦ କରନ୍ତୁ ବୋଲି ଦାବି ଉଠିଛି । ହେଲେ ମୁଖ୍ୟମନ୍ତ୍ରୀ ବଘେଲ, ବିଜେପିକୁ ଟାର୍ଗେଟ କରି କିପରି ସେମାନେ ରାମାୟଣକୁ କୁତ୍ସିତ କରିଥିଲେ ତାର ଉଦାହରଣ ଦେଇଛନ୍ତି ।

ଛତିଶଗଡରେ ଫିଲ୍ମ ବିରୋଧରେ ବିରୋଧ

ଆଜି ସୋମବାର (ଜୁନ୍ 19) ଛତିଶଗଡର ବିଳାସପୁରରେ ଏହି ସିନେମା ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହିନ୍ଦୁ ସଂଗଠନ ବିଲାସପୁରର ମ୍ୟାଗ୍ନେଟୋ ମଲରେ ପ୍ରଦର୍ଶିତ ହୋଇଥିବା ଏହି ଫିଲ୍ମକୁ ବିରୋଧ କରିବାକୁ ପହଞ୍ଚିଥିଲେ । ଶନିବାର (ଜୁନ୍ 17)ରେ ମଧ୍ୟ ଛତିଶଗଡର ମନେନ୍ଦ୍ରଗଡ-ଚିରମିରୀ-ଭରତପୁର ଜିଲ୍ଲାର କିଛି ସଂଗଠନ ଏହାକୁ ସନାତନ ଧର୍ମ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି କହି ଦେଶବ୍ୟାପୀ ନିଷେଧାଦେଶ ଦାବି କରିଥିଲେ । ମାନେନ୍ଦ୍ରଗଡରେ ଚଳଚ୍ଚିତ୍ର ପ୍ରଦର୍ଶନ କରୁଥିବା ଥିଏଟର ବାହାରେ ଏକତ୍ରିତ ହୋଇ ବିକ୍ଷୋଭକାରୀମାନେ ମଧ୍ୟ ବିରୋଧ କରିଥିଲେ । ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.