ETV Bharat / bharat

ଶିବସେନାର ପ୍ରକୃତ ସୈନ୍ୟ କିଏ ?

author img

By ETV Bharat Odisha Team

Published : Jan 15, 2024, 5:29 PM IST

Updated : Jan 15, 2024, 7:19 PM IST

Real Army of Shiv Sena: ଦୀର୍ଘ ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏନେଇ ବାଚସ୍ପତି ନିକଟରେ ଶୁଣାଣି କରି ସିନ୍ଦେଙ୍କ ସପକ୍ଷରେ ରାୟ ଦେଇଛନ୍ତି । ରାଜ୍ୟସଭା ପୂର୍ବତନ ମହାସଚିବ ବିବେକ ଅଗ୍ନିହୋତ୍ରୀ ଏ ସମ୍ପର୍କରେ କ'ଣ ବିଶ୍ଳଷଣ ଲେଖିଛନ୍ତି ପଢନ୍ତୁ...

Real Army of Shiv Sena
Real Army of Shiv Sena

ଲେଖକ- ବିବେକ କେ. ଅଗ୍ନିହୋତ୍ରୀ

ପୂର୍ବତନ ମହାସଚିବ, ରାଜ୍ୟସଭା

ହାଇଦ୍ରାବାଦ: ଗତ ୧୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ଉଦ୍ଧବ ଠାକରେ ଏବଂ ସିନ୍ଦେ ଗୋଷ୍ଠୀଙ୍କ ପକ୍ଷରୁ ଦାଖଲ ପିଟିସନ ଓ କାଉଣ୍ଟର ପିଟିସନର ଶୁଣାଣି କରିଛନ୍ତି । ୨୦୨୨ରେ ଶିବସେନାରେ ବିଭାଜନ ସୃଷ୍ଟି ହୋଇଥିଲା । ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନ କରିଥିଲେ ଉଭୟ ସିନ୍ଦେ ଏବଂ ଠାକରେଙ୍କ ଗୋଷ୍ଠୀ । ବାଚସ୍ପତିଙ୍କ କହିବା ଅନୁସାରେ, ସେ ବିଚାର କରିବା ବେଳେ ୩ଟି ଦିଗକୁ ଗୁରୁତ୍ବ ଦେଇଥିଲେ । ଶିବ ସେନାର ନିୟମ, ସଂଖ୍ୟା ଗରିଷ୍ଠତା ଏବଂ ନେତୃତ୍ବ ଗଠନ । ତେବେ ଭାରତର ସମ୍ବିଧାନରେ ଥିବା 'ଆଣ୍ଟି ଡିଫେକ୍ସନ ଲ' ଯେପରି କେହି ବ୍ୟବହାର କରିପାରିବେ ନାହିଁ ସେଥିପ୍ରତି ନଜର ରଖିଥିଲେ ବାଚସ୍ପତି । ଯାହା ଫଳରେ ଦଳ ଭିତରେ ଅସନ୍ତୋଷ ବଢିବ ନାହିଁ।

ଏହାପରେ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ କୌଣସି ନିର୍ଦ୍ଦିଷ୍ଟ କାରଣ ମିଳିନଥିଲା । ସେହିପରି ଠାକରେ ଗୋଷ୍ଠୀଙ୍କ ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ବାଚସ୍ପତି । ବାଚସ୍ପତି କହିଛନ୍ତି ଯେ, ସିନ୍ଦେ ଦଳ ହେଉଛି ପ୍ରକୃତ ଶିବସେନା । ୧୯୯୯ ମସିହାର ସମ୍ବିଧାନକୁ ନଜରରେ ରଖି ଏଭଳି ନିଷ୍ପତି ନେଇଥିବା କହିଥିଲେ ବାଚସ୍ପତି । ନିର୍ବାଚନ କମିଶନ ସିନ୍ଦେଙ୍କୁ 'ଧନୁ' ଓ 'ତୀର' ପ୍ରତୀକ ଦେଇଥିବାବେଳେ ଠାକରେଙ୍କ ନେତୃତ୍ବାଧୀନ ଦଳକୁ ମିଳିଥିଲା 'ଜଳୁଥିବା ମଶାଲ' ର ପ୍ରତୀକ ।

ସମ୍ବିଧାନ ଏବଂ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ନଜରରେ ରଖି ଏକନାଥ ସିନ୍ଦେଙ୍କ ଦଳକୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି ବାଚସ୍ପତି । ହେଲେ କାହାରି ବିଧାୟକ ସଭ୍ୟ ପଦ ରଦ୍ଦ କରାଯାଇନାହିଁ। ସେପଟେ ବାଚସ୍ପତ୍ତିଙ୍କ ନିର୍ଣ୍ଣୟରେ ଅସନ୍ତୋଷ ଥିବା ଉଦ୍ଧବ ଦଳ ଏନେଇ ସୁପ୍ରିମକୋର୍ଟରେ ପୁନର୍ବାର ଆବେଦନ କରିବେ ବୋଲି କହିଛନ୍ତି । ଗତବର୍ଷ ମେ ୧୧ ତାରିଖରେ ଏହି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫ୍ଲୋର ଟେଷ୍ଟ ଦେବା ପାଇଁ ରାଜ୍ୟପାଳ ନେଇଥିବା ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ପରବର୍ତ୍ତୀ ସମୟରେ ଭାରତର ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ବାବଦରେ ନିଷ୍ପତ୍ତି ନେଇଥିଲେ ।

ବର୍ତ୍ତମାନ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ କହିଛନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତି ଆଇନଗତ ନୁହେଁ ବରଂ ରାଜନୈତିକ ବୋଲି ଅଭିଯୋଗ ଆଣିଛନ୍ତି ଉଦ୍ଧବ ଠାକରେଙ୍କ ଦଳ । ଏପରିକି ଏହି ମାମଲା ଯେତେ ପର୍ଯ୍ୟନ୍ତ ବାଚସ୍ପତିଙ୍କ ହାତରେ ଥିବ ସେପର୍ଯ୍ୟନ୍ତ ବିବାଦର ସମାଧାନ କରିବା ହୁଏତ ସମ୍ଭବପର ହେବ ନାହିଁ । ୨୦୧୯ ବିଧାନସଭା ନିର୍ବାଚନ ପରଠୁ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଆଉ ଏହା ଆଗକୁ ମଧ୍ୟ ଲାଗି ରହିବ ବୋଲି ଆଶଙ୍କା କରାଯାଉଛି । ଆଗକୁ ବାଚସ୍ପତିଙ୍କୁ ଆଉ ଏକ ଦଳୀୟ ବିବାଦର ମଧ୍ୟ ସମାଧାନ କରିବାକୁ ପଡିପାରେ ବୋଲି କୁହାଯାଉଛି । ଆସନ୍ତା ୩୧ ସୁଦ୍ଧା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) କନ୍ଦଳର ସମାଧାନ କରିବେ ବାଚସ୍ପତି ।

ଏହା ମଧ୍ୟ ପଢନ୍ତୁ...ଅଯୋଧ୍ୟା ନିମନ୍ତ୍ରଣ; ଯୋଗଦାନକୁ ନେଇ ଦ୍ବନ୍ଦ୍ବରେ କଂଗ୍ରେସ ଶୀର୍ଷ ନେତୃତ୍ବ

Last Updated : Jan 15, 2024, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.