ETV Bharat / bharat

ବିକାଶର ଟ୍ରାକକୁ ଫେରିବ ପଶ୍ଚିମ ଓଡିଶା - ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ

ପଛେଇ ଯାଇଥିବା ପଶ୍ଚିମ ଓଡିଶାର ହେବ ଦ୍ରୁତ ବିକାଶ । ପଶ୍ଚିମ ଓଡିଶାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

ବିକାଶର ଟ୍ରାକକୁ ଫେରିବ ପଶ୍ଚିମ ଓଡିଶା
ବିକାଶର ଟ୍ରାକକୁ ଫେରିବ ପଶ୍ଚିମ ଓଡିଶା
author img

By

Published : Feb 22, 2021, 9:51 PM IST

ଭୁବନେଶ୍ବର: ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ପଛେଇ ଯାଇଥିବା ପଶ୍ଚିମ ଓଡିଶାର ହେବ ଦ୍ରୁତ ବିକାଶ । ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ । ଅଟକି ଯାଇଥିବା କାର୍ଯ୍ୟ ଦ୍ରୁତ ଗତିରେ ଆଗେଇବ । ଆଗକୁ ହେବାକୁ ଥିବା କାର୍ଯ୍ୟ କିପରି ତ୍ବରିତ ବେଗରେ ହେବ ସେ ନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ବିକାଶର ଟ୍ରାକକୁ ଫେରିବ ପଶ୍ଚିମ ଓଡିଶା

ପଶ୍ଚିମ ଓଡିଶାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ । ସୋମବାର ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅସିତ । କାର୍ଯ୍ୟ କିପରି ତ୍ବରିତ ବେଗରେ ଆଗେଇ ପାରିବ ସେ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ଅସିତ ।

ବିଶେଷ କରି ସ୍ଥାନୀୟ ଯୁବକଙ୍କୁ କିପରି ନିଯୁକ୍ତି ମିଳିବ ସେ ନେଇ ଆଲୋଚନା କରିଛନ୍ତି ଅସିତ । ଅସିତଙ୍କ ସହିତ ଶିଳ୍ପ ବିଭାଗର ପ୍ରମୂଖ ସଚିବ ହେମନ୍ତ ଶର୍ମା, ଇପିକଲର ଏମଡି ପ୍ରମୁଖ ଗସ୍ତରେ ସାମିଲ ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ଅସିତ କହିଛନ୍ତି ।

ସେପଟେ ବିଧାନସଭାରେ ଆଜି ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ । ଏଥର ବଜେଟରେ ପଶ୍ଚିମ ଓଡିଶାକୁ ଅଧିକ ଫୋକସ ଦେଇଛନ୍ତି ରାଜ୍ୟସରକାର । ପଶ୍ଚିମ ଓଡିଶା ବିକାଶ ପାଇଁ ବଜେଟରେ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.