ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ଭାତପଡ଼ାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

author img

By

Published : Apr 11, 2021, 10:53 AM IST

ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ବେଳେ ଭାତପଡ଼ାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ: ଭାତପଡ଼ାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ପଶ୍ଚିମବଙ୍ଗ ନିର୍ବାଚନ: ଭାତପଡ଼ାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଅନେକ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ତେବେ ଶନିବାର ରାଜ୍ୟରେ 4ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଭାତପଡା ନିର୍ବାଚନୀ ମଣ୍ଡଳୀ ମାଦ୍ରାଲ ଜୟଚଣ୍ଡିତଲା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଛି ।

ଏହି ବିସ୍ଫୋରକ ସାମଗ୍ରୀ ମଧ୍ୟରେ ବୋମା, ବୋମା ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ, ବୁଲେଟ ଓ ଗନ୍ ପାଉଡ଼ରକୁ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ବିସ୍ଫୋରକ ପଦାର୍ଥ ଧାରା ବା ଏକ୍ସପ୍ଲୋଜିଭ ସବଷ୍ଟାସେନ୍ସ ଆକ୍ଟ ଓ ଆର୍ମ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି କରିଛି । ମତଦାନ କେନ୍ଦ୍ର ନିକଟରେ ବିଶୃଙ୍ଖଳା ପରିସ୍ଥିତି ଓ ହିଂସାକାଣ୍ଡକୁ ଏଡ଼ାଇବା ଲାଗି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ବାଚନ ଆୟୋଗ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛି ।

ତେବେ ଆସନ୍ତା ଏପ୍ରିଲ 22 ତାରିଖରେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାତପଡ଼ା ନିର୍ବାଚନୀ ମଣ୍ଡଳୀରେ 6ଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ 17 ତାରିଖରେ 5ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଏହିଭଳି ଅନେକ ହିଂସାକାଣ୍ଡ ଦେଖିବାକୁ ମିଳିଥାଏ । ରାଜ୍ୟରେ ମୋଟ 8ଟି ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ନିର୍ବାଚନକୁ ଶେଷ କରିବ । ପୂର୍ବରୁ 4ଟି ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ 27 ତାରିଖ, ଏପ୍ରିଲ 1, ଏପ୍ରିଲ 6 ଓ ଏପ୍ରିଲ 10 ତାରିଖରେ ଶେଷ ହୋଇଛି । ଭୋଟ ଗ୍ରହଣ ପରେ ଆସନ୍ତା ମେ 2 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.