ETV Bharat / bharat

ଜୋଶ୍‌ରେ ମମତା, ମଞ୍ଚ ଉପରେ ଖେଳିଲେ ଫୁଟବଲ

author img

By

Published : Aug 2, 2021, 7:50 PM IST

କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ‘ଖେଲା ହୋବେ’ କାର୍ଯ୍ୟକ୍ରମ ଲଞ୍ଚ ସମୟରେ ଫୁଟବଲ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ଜୋଶ୍‌ରେ ମମତା, ମଞ୍ଚ ଉପରେ ଖେଳିଲେ ଫୁଟବଲ
ଜୋଶ୍‌ରେ ମମତା, ମଞ୍ଚ ଉପରେ ଖେଳିଲେ ଫୁଟବଲ

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ଖେଲା ହୋବେ କାର୍ଯ୍ୟକ୍ରମ । ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୬ରେ ପାଳନ ହେବ ଖେଲା ହୋବେ ଦିବସ । ଏବେ ଖେଳା କମ ହୋଇଛି । ପ୍ରତି ରାଜ୍ୟରେ ଖେଳା ହେବ ବୋଲି କାର୍ଯ୍ୟକ୍ରମ ଲଞ୍ଚ କରି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  • #WATCH | West Bengal CM Mamata Banerjee dribbling a football during launch of “Khela Hobe” program at Netaji Indoor Stadium,Kolkata. She says, " Believe it or not, "Khela Hobe" has become very popular. The slogan was raised in Parliament too, soon it'll be popular across India." pic.twitter.com/xDZYGtQKAD

    — ANI (@ANI) August 2, 2021 " class="align-text-top noRightClick twitterSection" data=" ">

କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ଖେଲା ହୋବେ କାର୍ଯ୍ୟକ୍ରମ ଲଞ୍ଚ ସମୟରେ ଫୁଟବଲ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶ୍ବାସ ହେଉ କି ନ ହେଉ , ଖେଲା ହୋବେ ଅତ୍ୟନ୍ତ ଲୋକପ୍ରିୟ ହୋଇଛି । ଏହି ନାରା ସଂସଦରେ ମଧ୍ୟ ଶୁଣିବାକୁ ମିଳିଛି । ଏହା ଖୁବ ଶିଘ୍ର ଦେଶରେ ମଧ୍ୟ ଲୋକପ୍ରିୟ ହେବ ବୋଲି କହିଛନ୍ତି ମମତା ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​'ଖେଲା ହୋବେ' ସ୍ଲୋଗାନ ଦେଇ ବୃହତ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଜୀବନ୍ତ ରଖିବା ଏବଂ ଆସନ୍ତା ନିର୍ବାଚନରେ ​​ଏହାକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମମତା ବାନାର୍ଜୀ ସୋମବାର କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ 'ଖେଲା ହୋବେ' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସମୟରେ ସେ ନିଜେ ମଧ୍ୟ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି । ​​ସେ ମଞ୍ଚରୁ ଅନେକ ଫୁଟବଲ ଫିଙ୍ଗିଛନ୍ତି ।

୨୦୨୪ରେ ବିରୋଧୀ ଚେହେରା ଭାବରେ ପ୍ରଧାନମନ୍ତ୍ରୀଙ୍କୁ କଡା ଟକ୍କର ଦେବାକୁଯାଉଛନ୍ତି ଦିଦି । ନିକଟରେ ଦରବାରରେ ଦିଦିଙ୍କ ପାଦ ପଡିବା ପରେ ହଲଚଲ ହୋଇଉଠିଥିଲା ଜାତୀୟ ରାଜନୀତିର ପାୱାର କରିଡର । ଯେଉଁ ଖେଲା ହୋବେ ନାରା ବଳରେ ବଙ୍ଗ ମୈଦାନରେ ବାଜି ମାରି ମମତା ହ୍ୟାଟ୍ରିକ କ୍ଷମତା ଦଖଲ କରିଥିଲେ, ତାହାକୁ ଏବେ ଜାତୀୟ ରାଜନୀତିରେ ମଧ୍ୟ ପ୍ରୟୋଗ କରିବାକୁ ଚାହୁଁଛନ୍ତି ମମତା ।

ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟ ହାସଲ କରିବା ପରେ ଏବେ ବିଜେପି ଶାସିତ ରାଜ୍ୟ ଉପରେ ରହିଛି ଦିଦିଙ୍କ ଫୋକସ । ମୋଦି-ଶାହାଙ୍କ ଗଡରେ ମଧ୍ୟ ଏଣ୍ଟ୍ରି କରି ଖେଲା କରିବା ମୁଡରେ ଅଛନ୍ତି ଦିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.