ETV Bharat / bharat

Well Accident in Hisar: ୮୦ ଘଣ୍ଟାପରେ ମାଟିତଳୁ ମିଳିଲା ଚାଷୀଙ୍କ ମୃତଦେହ - ମାଟି ଅତଡା ଚାଷୀ ମୃତ୍ୟୁ

ମାଟି ଅତଡା ଖସି କୂଅରେ ଚାପି ହୋଇ ହିସାରରେ ୨ ଚାଷୀଙ୍କ ମୃତ୍ୟୁ । ଦୁର୍ଘଟଣାର ୪ଦିନ ପରେ ଜେସିବି ସାହାର୍ଯ୍ୟରେ ଉଦ୍ଧାର ହେଲା ମୃତଦେହ । ଅଧିକ ପଢନ୍ତୁ

well accident in hisar: କୂଅରେ ମାଟି ଅତଡା ଖସି ୨ ମୃତ

author img

By

Published : May 26, 2022, 12:55 PM IST

ଚଣ୍ଡୀଗଡ: ହିସାରରେ ଅଘଟଣ (Well Accident in Hisar) । ମାଟି ଅତଡା ଖସି କୂଅରେ ଚାପି ହୋଇ ୨ ଜଣ ଚାଷୀଙ୍କ ମୃତ୍ୟୁ । ଦୁର୍ଘଟଣାର ଚାରିଦିନ ପରେ JCB ସାହାର୍ଯ୍ୟରେ ୮୦ ଘଣ୍ଟା ଖୋଳାଯିବା ପରେ ଉଦ୍ଧାର ହେଲା ମୃତଦେହ । ହିସାରର ସାଂହାଡବା ଗ୍ରାମରେ ମାଟି ଅତଡା ଖସିବାରୁ ଦୁଇ ଚାଷୀ ମାଟିତଳେ ଚାପିହୋଇ ରହିଥିଲେ । ୩ଦିନ ଧରି ସର୍ଚ୍ଚ ଅପରେସନ (Search Operation) ଜାରି ରହିଥିଲା । ଶେଷରେ ଦୁର୍ଘଟଣାର ୪ଦିନ ପରେ ଉଦ୍ଧାର ହେଲା ମୃତଦେହ ।

well accident in hisar: କୂଅରେ ମାଟି ଅତଡା ଖସି ୨ ମୃତ

ସୋମବାର ସକାଳ ପ୍ରାୟ ୪.୩୦ ସମୟରେ ସେନା ଏବଂ NDRF କର୍ମଚାରୀଙ୍କ ବହୁ ଉଦ୍ୟମ ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଚତୁର୍ଥ ଦିନରେ ଆଉଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଟି ଅତଡା ଖସିବା କାରଣରୁ ଉଦ୍ଧାର ପାଇଁ NDRF ଟିମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସୂଚନା ମୁତାବକ, ମେ' ୨୨ ତାରିଖ ସକାଳ ୭ଟା ସମୟରେ ଜୟପାଲ ଏବଂ ଜଗଦୀଶ ନାମକ ଦୁଇ ବ୍ୟକ୍ତି କୌଣସି କାମ ପାଇଁ କ୍ଷେତରେ ଥିବା କୂଅକୁ ଓହ୍ଲାଇଥିଲେ ।

ତେବେ ହଠାତ୍‌ ମାଟି ଅତଡା ଖସିବାରୁ ଉଭୟେ କୂଅ ଭିତରେ ଚାପି ହୋଇଯାଇଥିଲେ । ପ୍ରଥମେ ଗ୍ରାମବାସୀ ସେମାନଙ୍କ ସ୍ତରରେ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ NDRF ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.