ETV Bharat / bharat

ଡାଟା ହ୍ୟାକ୍‌ କାରଣରୁ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାକୁ ବାଦ ଦିଆଯାଇ ପାରିବ ନାହିଁ: ପ୍ରଧାନ ବିଚାରପତି

author img

By ETV Bharat Odisha Team

Published : Dec 17, 2023, 7:38 PM IST

Video conferencing data hacked issue: ଡାଟା ହ୍ୟାକ କାରଣରୁ ଭିଡିଓ କନଫରେନ୍ସିଂ ଶୁଣାଣିକୁ ବନ୍ଦ କରାଯାଇପାରିବ ନାହିଁ ବୋଲି କହିଲେ ପ୍ରଧାନ ବିଚାରପତି । ପ୍ରଯୁକ୍ତିବିଦ୍ୟାର ବ୍ୟବହାରରେ ସମସ୍ୟା ଥିଲେ ତାହାର ସମାଧାନ କରିବା ଉଚିତ୍‌ । ଅଧିକ ପଢନ୍ତୁ

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ

ବେଙ୍ଗାଲୁରୁ: ବିଭିନ୍ନ ହାଇକୋର୍ଟରେ ଏବେ ମାମଲା ଗୁଡିକର ଭିଡିଓ କନଫରେନ୍ସିଂ ପ୍ରଣାଳୀରେ ଶୁଣାଣି ଚାଲିଛି । ମାତ୍ର ଶୁଣାଣି ସମୟରେ ଡାଟା ହ୍ୟାକ ହେବାର ଅଭିଯୋଗ ମଧ୍ୟ ଆସିଛି । ତେବେ ଏହି କାରଣରୁ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ବାଦ ଦିଆଯାଇ ପାରିବନାହିଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଆଜି ବେଙ୍ଗାଲୁରୁରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କିତ ପ୍ରସଙ୍ଗରେ ଏହି ଟିପ୍ପଣୀ ରଖିଛନ୍ତି ।

କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଦ୍ବାରା ଆୟୋଜିତ ଇ-ଇନିସିଏଜଟିଭ୍‌ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, କୋର୍ଟରେ ଭିସି ଯୋଗେ ଶୁଣାଣି ବେଳେ ଡାଟା ହ୍ୟାକ ହେବାର ଅଭିଯୋଗ ରହିଛି । ଆମେ ଏଥିରେ ନିଶ୍ଚିତ ପ୍ରଭାବିତ ହେଉଛୁ । ମାତ୍ର ଆମକୁ ଆଗକୁ ବଢିବାର ଅଛି । ଏହି କାରଣ ପାଇଁ ଆମେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ବନ୍ଦ କରିପାରିବା ନାହିଁ । ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆମ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରିପାରିବ । ଯଦି ଏହି କାରଣରୁ ଏପରି ସମସ୍ୟା ସାମ୍ନାକୁ ଆସୁଥାଏ, ତେବେ ଏହାର ସମାଧାନ କରାଯିବ ଉଚିତ୍‌ ।

ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି, ‘‘ଆପଣ ନିଶ୍ଚିତ ଭାବରେ କୋର୍ଟର ଅନଲାଇନ ଭିଡିଓ କନଫରେନ୍ସର କ୍ଲିପ୍ ଦେଖିଥିବେ । ଚଳିତ ବର୍ଷ କର୍ଣ୍ଣାଟକର ନ୍ୟାୟପାଳିକା ଦ୍ୱାରା 1,69,46,085 ମାମଲା ସମାଧାନ ହୋଇଛି । ଯଦି ବିଚାରପତିମାନେ ଅଧିକ ବୈଷୟିକ ଜ୍ଞାନବାନ ହୁଅନ୍ତି, ତେବେ ସେମାନେ ଅଧିକ ପ୍ରଭାବୀ ଭାବେ ଏହାର ସମାଧାନ କରିପାରିବେ । ସେମାନଙ୍କ ଅଧୀନରେ କେତେ ବିଚାରାଧୀନ ମାମଲା ରହିଛି, ତାହା ଉପରେ ସେମାନେ ନଜର ମଧ୍ୟ ରଖିପାରିବେ । କେବଳ କାଗଜ କଲମରୁ ବୈଦ୍ୟୁତିକ ବ୍ୟବସ୍ଥାକୁ ପରିବର୍ତ୍ତନ ନୁହେଁ ବରଂ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଭାରତର ନ୍ୟାୟିକ ବ୍ୟବସ୍ଥାକୁ ଡିଜିଟାଲ ଯୁଗରେ ପହଞ୍ଚାଇବାର ଉଦ୍ଦେଶ୍ୟ ହାସଲ କରାଯିବା ଉଚିତ । କିଛି ବିଚାରପତି ଟେକ୍ନୋଲୋଜି ସମ୍ପର୍କରେ ଜାଣନ୍ତି, ମାତ୍ର ଅନ୍ୟମାନେ ହୁଏତ ଏହା ସମ୍ପର୍କରେ ଅଧିକ ଜାଣିନାହାଁନ୍ତି । ଟେକ୍ନୋଲୋଜି ଆମର ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମେ ଏହାକୁ ଗ୍ରହଣ କରିବା ଉଚିତ୍ ।’’

ବିଶ୍ବର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଲୋକେ କୋର୍ଟକୁ ଯିବା ବେଳେ ଭିନ୍ନ ଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇଥାନ୍ତି । ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଲୋକମାନେ କୋର୍ଟର ନିକଟତର ହୋଇଥିଲେ ମଧ୍ୟ ଭାଷା ସମସ୍ୟା ହେତୁ ସେମାନେ ନ୍ୟାୟିକ ପ୍ରକ୍ରିୟା ବୁଝିବା ଏକ ବଡ ସମସ୍ୟା ହୋଇ ରହିଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଛତିଶଗଡ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂ

କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରସନ୍ନ ବାଲଚନ୍ଦ୍ର ଭାରାଲେ କହିଛନ୍ତି, ହାଇକୋର୍ଟର ୱେବସାଇଟକୁ ନୂତନ ବୈଶିଷ୍ଟ୍ୟ ସହିତ ଡିଜାଇନ କରାଯାଇଛି । ଓକିଲମାନଙ୍କ ପାଇଁ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ଲିକେସନ୍ ‘ଇ-ଇନିସିଏଟିଭି’ର ଏକ ଅଂଶ ଭାବରେ ବିକଶିତ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଚାରପତିମାନଙ୍କୁ ପ୍ରଦାନ କରାଯାଇଥିବା ଡ୍ୟାସବୋର୍ଡ, ଇ-ILR ଅନଲାଇନ-ILR ଓ 6ଟି ଜିଲ୍ଲା କୋର୍ଟରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ଜଷ୍ଟିସ ବି.ଭି ନାଗରତ୍ନା, ଅରବିନ୍ଦ କୁମାର ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତିମାନଙ୍କ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.