ETV Bharat / bharat

ଆମେ ରାଜନୈତିକ ପର୍ଯ୍ୟଟକ ନୁହେଁ: ପ୍ରିୟଙ୍କା - ୟୁପି

ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ଦୃଷ୍ଟିରେ ୟୁପି ଗଡ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି କଂଗ୍ରେସ । ଏହାରି ମଧ୍ୟରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅଧିକ ପଢନ୍ତୁ...

We are not political tourists, Priyanka hits back at BJP
‘ଆମେ ରାଜନୈତିକ ପର୍ଯ୍ୟଟକ ନୁହେଁ’
author img

By

Published : Jul 18, 2021, 1:25 PM IST

ନୂଆଦିଲ୍ଲୀ: ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ । ଏହାକୁ ଦୃଷ୍ଟିରେ ୟୁପି ଗଡ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି କଂଗ୍ରେସ । ୟୁପିକୁ କଂଗ୍ରେସର ଟାଣୁଆ ନେତାଙ୍କ ଗସ୍ତ ଜାରି ରହିଛି । ଏହାରି ମଧ୍ୟରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ବିଜେପିକୁ ନିନ୍ଦା କରିବା ସହ ସେ ଜଣେ ରାଜନୈତିକ ପର୍ଯ୍ୟଟକ ନୁହଁନ୍ତି ବୋଲି କହିଛନ୍ତି । ସେ ନିୟମିତ ଭାବେ ୟୁପି ଆସନ୍ତି । ମୋତେ ଏବଂ ରାହୁଲଙ୍କୁ ରାଜନୀତିରେ ଗମ୍ଭୀର ନୁହେଁ ବୋଲି ବିଜେପି ପ୍ରଚାର କରୁଛି । କିନ୍ତୁ ଏଥିରେ ଆମେ ଡରିବୁ ନାହିଁ ବୋଲି ସେ କହିଛନ୍ତି ।

କେବଳ ସେତିକି ନୁହେଁ, ବିଜେପି ୟୁପିବାସୀଙ୍କ ମଧ୍ୟରେ ଏପରି ଏକ ଧାରଣା ତିଆରି କରିଛି ଯେ ପ୍ରିୟଙ୍କା ଦୀର୍ଘ ଦେଢ ବର୍ଷ ହେବ ୟୁପିକୁ ଆସୁ ନଥିଲେ । କିନ୍ତୁ ଆଗାମୀ ନିର୍ବାଚନ ଥିବାରୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ରାଜ୍ୟରେ ଆୟୋଜିତ ହେଉଥିବା କିଷାନ ପଞ୍ଚାୟତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛି ବୋଲି କହିଛନ୍ତି ପ୍ରିୟଙ୍କା । ଅନ୍ୟ ଦଳ ତୁଳନାରେ କଂଗ୍ରେସ ସଂଗଠନ ଦୁର୍ବଳ ରହିଛି ବୋଲି ସେ ସ୍ବୀକାର କରିଛନ୍ତି । କଂଗ୍ରେସ ଏଠାରେ 32 ବର୍ଷ ଧରି କ୍ଷମତାରୁ ଦୂରେଇ ରହିଛୁ । କିନ୍ତୁ ସଂଗଠନ ଗଠନ ପାଇଁ କାର୍ଯ୍ୟ ଏବେବି ଜାରି ରହିଛି ।

ଆଗାମୀ ବିଧାନସଭା ନିର୍ବାଚନ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଏଠାରେ ଗଠବନ୍ଧନ କରିବ ନା ଏକାକୀ ଲଢିବ ସେ ନେଇ କିଛି ନିଷ୍ପତି ହୋଇନି । ଲକ୍ଷ୍ମୌ ଗସ୍ତର ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଆଜି ହେଉଛି ତୃତୀୟ ଦିନ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.