ETV Bharat / bharat

Land dispute: ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଘର ଆଗରେ ଲାଗିଲା ନୋଟିସ୍‌ - ଅମର୍ତ୍ତ୍ୟ ସେନଙ୍କ ଘର ଆଗରେ ଲାଗିଲା ନୋଟିସ୍‌

ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଜମି ବିବାଦ ଘଟଣା । ତାଙ୍କ ପ୍ରାତିଚି ବାସଭବନ ବେଆଇନ ଭାବେ ନିର୍ମିତ ହୋଇଥିବାକୁ ନେଇ ଜାରି ହେଲା ଉଚ୍ଛେଦ ନୋଟିସ୍‌ । ଅଧିକ ପଢନ୍ତୁ

eviction notice to Nobel laureate Amartya Sen

author img

By

Published : Apr 15, 2023, 7:24 AM IST

କୋଲକାତା: ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଜମି ବିବାଦ ଘଟଣା । ବିଶ୍ବ ଭାରତୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅମର୍ତ୍ତ୍ୟଙ୍କୁ ଜାରି ହେଲା ୩ଟି ନୋଟିସ୍‌ । ବେଆଇନ ଭାବେ ଅନ୍ୟ ଜମିରେ ଘର କରିଥିବାରୁ ଉକ୍ତ ଘର ଛାଡ଼ିବାକୁ ଅମର୍ତ୍ତ୍ୟଙ୍କୁ ନୋଟିସ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ଅମର୍ତ୍ତ୍ୟଙ୍କ ବାସଭବନ 'ପ୍ରାତିଚି' ଉକ୍ତ ଜମିରେ ନିର୍ମାଣ ହୋଇଥିଲା । ବିଶ୍ବ ଭାରତୀ କର୍ତ୍ତୃପକ୍ଷ ଅମର୍ତ୍ତ୍ୟଙ୍କ ଜମିଜମା ବିବାଦ ଘଟଣାରେ ଶେଷ ନିଷ୍ପତ୍ତି ଆସନ୍ତା ୧୯ ତାରିଖରେ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ଅମର୍ତ୍ତ୍ୟଙ୍କ ଘର ବାହାରେ ଲାଗିଥିବା ନୋଟିସ ଅନୁଯାୟୀ ଶାନ୍ତିନିକେତନରେ ଥିବା ତାଙ୍କ ପ୍ରାତିଚି ବଙ୍ଗଳାଟି ୧୩ ଡିସେମାଲ ଅଧିକ ଜମିରେ ନିର୍ମିତ ହୋଇଛି । ଯାହାକି ବିଶ୍ବ ଭାରତୀ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି । ଏହି ଜମିରେ ତାଙ୍କର ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି । ଏନେଇ ଅନେକ ଦିନରୁ ବିଶ୍ବ ଭାରତୀ କୁଳପତି ବିଦ୍ୟୁତ ଚକ୍ରବର୍ତ୍ତୀ ଲଗାତାର ଭାବେ ଅଭିଯୋଗ କରିଆସୁଥିଲେ । ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅମର୍ତ୍ତ୍ୟଙ୍କୁ ସମର୍ଥନ କରିଥିଲେ । ମାତ୍ର ସବଡିଭିଜନାଲ ରୁଲର କୋର୍ଟ ଉଚ୍ଛେଦ ଲାଗି ଏହି ନୋଟିସ ଜାରି କରିଛନ୍ତି ।

ଏହା ବି ପଢନ୍ତୁ- Model Village: ସହରଠୁ କମ ନୁହେଁ ଗୁଜୁରାଟର ୬ ଗ୍ରାମ, ଆଖିକି ଦେଉଛି ଚକମା

ଅମର୍ତ୍ତ୍ୟଙ୍କ ପିତା ଆଶୁତୋଷ ସେନ ୧.୩୮ ଏକର ଜମି ଯାହାକି ବୋଲପୁର ରହିଛି ତାହାକୁ ସେ ପୁଅ ଅମର୍ତ୍ତ୍ୟ ସେନଙ୍କ ନାଁରେ ୱିଲ କରିଥିଲେ । ହେଲେ ବିଶ୍ବ ଭାରତୀ କର୍ତ୍ତୃପକ୍ଷ ଏହାକୁ ନିଜର ଜମି ବୋଲି ଦାବି କରି ଅମର୍ତ୍ତ୍ୟଙ୍କୁ ଲିଗାଲ ନୋଟିସ ପଠାଇଥିଲେ । ଏହାପରେ ଶୁକ୍ରବାର ତାଙ୍କ ବାସଭବନ ସମ୍ମୁଖରେ ଉଚ୍ଛେଦ ଲାଗି ଲାଗିଛି ନୋଟିସ । ତେବେ ଏବେ ଅମର୍ତ୍ତ୍ୟ ଦେଶ ବାହାରେ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ତାଙ୍କ ଜମି ଦଖଲ କରିବା ନେଇ ସେ ଚିନ୍ତିତ ରହିଛନ୍ତି । ଏହି ବଙ୍ଗଳା ଦାୟିତ୍ବରେ ଥିବା ଗିତିକଣ୍ଠ ମଜୁମଦାର ବୋଲପୁର ସବଡିଭିଜନର କାର୍ଯ୍ୟକାରୀ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସବ ଡିଭିଜନାଲ ଅଫିସରେ ଶୁଣାଣି ହେବା ସମୟରେ ଆୟନ ନାଥ ଶାନ୍ତିନିକେତନ ପୋଲିସକୁ ଶାନ୍ତି ବଜାୟ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମେ ୬ ତାରିଖ ପର୍ଯ୍ୟନ୍ତ ପୋଲିସକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ବିଶ୍ବ ଭାରତୀ କର୍ତ୍ତୃପକ୍ଷ ଏହି ନୋଟିସ ଜାରି କରିଛି । ଏହି ଜମି ସର୍ବସାଧାରଣ ସମ୍ପତ୍ତି ବୋଲି କହିଛନ୍ତି ବିଶ୍ବ ଭାରତୀ କର୍ତ୍ତୃପକ୍ଷ । ଆସନ୍ତା ୧୯ ତାରିଖରେ ବିଶ୍ବ ଭାରତୀ ଏ ନେଇ ନିଜର ଶେଷ ନିଷ୍ପତ୍ତି ଶୁଣାଇବ ବୋଲି କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.