ETV Bharat / bharat

ରିଅଲ ହିରୋ କନେଷ୍ଟବଳ ନେତ୍ରେଶ, ନିଆଁକୁ ଡେଇଁ ବଞ୍ଚାଇଲେ ଶିଶୁର ଜୀବନ - ନିଆଁକୁ ଡେଇଁ ବଞ୍ଚାଇଲେ ଶିଶୁର ଜୀବନ

ରାଜସ୍ଥାନର କରୌଲି ଅଞ୍ଚଳର ଏପରି ଏକ ଫଟୋ ଏବେ ସୋସିଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଅନେକଙ୍କୁ ପ୍ରେରଣା ଓ ସାହାସ ଦେଉଛି। ଫଟୋରେ ନଜର ଆସୁଥିବା ଜଣେ ବ୍ୟକ୍ତି ବାସ୍ତବରେ ହିରୋ ସାଜିଛନ୍ତି । ତାଙ୍କ ନାଁ କନଷ୍ଟେବଳ ନେତ୍ରେଶ ଶର୍ମା । ଅଧିକ ପଢନ୍ତୁ

ରିଅଲ ହିରୋ କନେଷ୍ଟବଳ ନେତ୍ରେଶ
ରିଅଲ ହିରୋ କନେଷ୍ଟବଳ ନେତ୍ରେଶ
author img

By

Published : Apr 6, 2022, 12:02 PM IST

ଜୟପୁର: କଥାରେ ଅଛି ଫଟୋ ହଜାର ଶଦ୍ଧର କଥା କୁହେ । କ୍ୟାମେରା ଲେନ୍ସରେ କଏଦ ହେଉଥିବା ଗୋଟିଏ ଗୋଟିଏ ଫଟୋରୁ ପ୍ରେରଣା ମଧ୍ୟ ମିଳେ । ଘଟଣାକୁ ଜୀବନ୍ତ କରି ଆଖି ଆଗରେ ଥୋଇଦିଏ ଫଟୋ । କିଛି କହିବାକୁ ପଡେନାହିଁ । ରାଜସ୍ଥାନର କରୌଲି ଅଞ୍ଚଳର ଏପରି ଏକ ଫଟୋ ଏବେ ସୋସିଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଅନେକଙ୍କୁ ପ୍ରେରଣା ଓ ସାହାସ ଦେଉଛି। ଫଟୋରେ ନଜର ଆସୁଥିବା ଜଣେ ବ୍ୟକ୍ତି ବାସ୍ତବରେ ହିରୋ ସାଜିଛନ୍ତି । ତାଙ୍କ ନାଁ କନଷ୍ଟେବଳ ନେତ୍ରେଶ ଶର୍ମା । ସାହସର ସହିତ ନିଆଁ ଭିତରୁ ଜଣେ ଶିଶୁକୁ ଉଦ୍ଧାର କରୁଥିବା ଫଟୋ ଭାଇରାଲ ହେଉଛି। କନେଷ୍ଟବଳ ନେତ୍ରେଶଙ୍କ ବାହାଦୂରୀ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଶଂସା କରିଛନ୍ତି । ଏଥିସହ ତାଙ୍କୁ ପଦୋନ୍ନତି ମିଳିଛି ।

ରିଅଲ ହିରୋ କନେଷ୍ଟବଳ ନେତ୍ରେଶ
ରିଅଲ ହିରୋ କନେଷ୍ଟବଳ ନେତ୍ରେଶ

ରାଜସ୍ଥାନର କରୌଲି ଅଞ୍ଚଳରେ ଏକ ଗଣପର୍ବ ଅବସରରେ ହିଂସାକାଣ୍ଡ ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଏକ ଦୋକାନରେ ନିଆଁ ଲାଗି ଯାଇଥିଲା । ଏଥିରେ ଜଣେ ଶିଶୁ ସମେତ ୨ ମହିଳା ଫସି ଯାଇଥିଲେ। ସେମାନେ ନିଆଁକୁ ପାର ହୋଇ ବାହରକୁ ଆସିପାରୁ ନ ଥିବା ବେଳେ ବଞ୍ଚାଇବା ପାଇଁ ଆକୁଳ ଚିତ୍କାର କରୁଥିଲେ। ଏହି ସମୟରେ ନିଜ ଜୀବନକୁ ପାଣି ଛଡ଼ାଇ ନିଆଁ ଭିତରକୁ ଡେଇଁ ପଡ଼ିଥିଲେ କନେଷ୍ଟବଳ ନେତ୍ରେଶ । ଏକ ୩ ବର୍ଷର ଶିଶୁକୁ ଘୋଡ଼ାଇ କାନ୍ଧରେ ପକାଇ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ଏହା ପରେ ମହିଳାଙ୍କୁ ତାଙ୍କ ପଛେ ପଛେ ଆସିବାକୁ କହିଥିଲେ ।

୩୧ ବର୍ଷୀୟ ନେତ୍ରେଶଙ୍କ ଏହି କାର୍ଯ୍ୟ ପରେ ତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ତାଙ୍କୁ ସିଏମ ପ୍ରଶଂସା ସହ ପଦୋନ୍ନତି ମିଳିବା ପରେ ସେ କହିଛନ୍ତି ମୁଁ କେବଳ ମୋ କର୍ତ୍ତବ୍ୟ କରିଛି । ମୁଁ ଯାହାଙ୍କ ଜୀବନ ବଞ୍ଚାଇଲି ତାଙ୍କୁ ଜାଣିନାହିଁ । ସେମାନେ କେଉଁ ଆଡେ ଗଲେ ତାହା ମଧ୍ୟ ଜାଣିନାହିଁ । ତେବେ ଯାହା ବି ହେଉଁ ନେତ୍ରେଶଙ୍କ ଏହି କାର୍ଯ୍ୟ ପାଇଁ ସେ ଅନେକଙ୍କ ପ୍ରେରଣା ପାଲଟିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.