ETV Bharat / bharat

ରାମ ନବମୀରେ ସାମ୍ପ୍ରଦାୟିକ ହିଂସା, ମଧ୍ୟପ୍ରଦେଶରେ କର୍ଫୁ

ରାମ ନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

author img

By

Published : Apr 11, 2022, 10:00 AM IST

violence during ram navami fete in madhya pradesh
ରାମ ନବମୀରେ ସାମ୍ପ୍ରଦାୟିକ ହିଂସା, ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି

ଭୋପାଳ: ରାମ ନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ଖର୍ଗୋନେ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡରେ ଶତାଧିକ ପୋଲିସ କର୍ମଚାରୀ ଆହତ ହୋଇଛି । ସେହିପରି ବରୱାନି ଜିଲ୍ଲାର ସେନ୍ଧୱା ଅଞ୍ଚଳରେ ମଧ୍ୟ କିଛି ଦୁର୍ବୃତ୍ତ ହିଂସା ଘଟାଇଥିବା ସୂଚନା ରହିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫୁ ଜାରି କରାଯାଇଛି ।

ଗତକାଲି (ରବିବାର) ରାମ ନବମୀ ଶୋଭାଯାତ୍ରା ଚାଲିଥିବାବେଳେ କିଛି ଲୋକ ଭିଡ଼ ଭିତରକୁ ପଥର ଫିଙ୍ଗିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସହରରେ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରିବା ସହ କର୍ଫ୍ୟୁ ଜାରି ରହିଛି । ହିଂସାକାଣ୍ଡ ବେଳେ କିଛି ପୋଲିସ କର୍ମଚାରୀ ଓ ସାଧାରଣ ଲୋକେ ଆହତ ହୋଇଥିବା ଜଣାପଡ଼ିଛି ।

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିଲେ । ଖବର ଅନୁଯାୟୀ ପ୍ରଥମେ ଆକ୍ରମଣକାରୀମାନେ ଉଚ୍ଚ ଡିଜେ ସାଉଣ୍ଡ ବଜାଇବାକୁ ଆପତ୍ତି କରିଥିଲେ । ଯାହା ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ମୁତୟନ ହେବାଦ୍ବାରା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ଅନ୍ୟପଟେ ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଖର୍ଗୋନେ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

ସେହିପରି ବରୱାନି ଜିଲ୍ଲାର ସେନ୍ଧୱା ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ରାମ ନବମୀ ଉତ୍ସବ ହେଉଥିବା ସ୍ଥାନରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇ ଛି। ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟତଃ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ସେହି ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ପୋଲିସ କର୍ମଚାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.