ETV Bharat / bharat

Vijayadashami 2023: 4ବର୍ଷ ପରେ ଦ୍ବାରିକାରେ ରାବଣ ଦହନ କରିବେ ପ୍ରଧାନମନ୍ତ୍ରୀ - ବିଜୟାଦଶମୀ 2023

ଆଜି ପବିତ୍ର ବିଜୟାଦଶମୀ । ଏହି ଅବସରରେ ଆଜି ଦ୍ବାରିକାରେ ରାବଣପୋଡିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi to burns effigy of ravana
Vijayadashami 2023
author img

By ETV Bharat Odisha Team

Published : Oct 24, 2023, 8:17 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ପାପର ବିନାଶ ପାଇଁ ଧରାପୃଷ୍ଠକୁ ଅବତରଣ କରିଥିବା ମା' ଦୁର୍ଗତୀନାଶିନୀଙ୍କ ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ଏହି ପର୍ବ ପାଳନ ହୋଇଥାଏ । ଆଜି ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଏହି ଅବସରରେ ରାବଣପୋଡ଼ି କରାଯାଇଥାଏ । ଆଜି ଦ୍ବାରିକାରେ ରାବଣ ଦହନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4ବର୍ଷ ପରେ ଦ୍ବାରିକାରେ ରାବଣପୋଡ଼ିରେ ସାମିଲ ହୋଇ ରାବଣ ପୁତ୍ତଳିକା ଦହନ କରିବେ ପ୍ରଧାନମନ୍ତ୍ରୀ । ଦ୍ବାରିକା ସବସିଟି ସେକ୍ଟେର 10 ସ୍ଥିତ ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ଦହନ କରିବେ । ଏ ନେଇ ରାମଲିଳା କମିଟିର ସଂଯୋଜକ ରାଜେଶ ଗେହଲଟ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ 2019ରେ ଏହି ସ୍ଥାନରେ ରାବଣ ଦହନ କରିଥିଲେ । ଆଜି ସନ୍ଧ୍ୟା 5ଟାରେ ଦ୍ବାରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଯୋଜନା ଅନୁସାରେ ରାବଣପୋଡ଼ି କାର୍ଯ୍ୟକ୍ରମରେ ସାମିଲ ହେବେ ।

ଏହା ବି ପଢନ୍ତୁ...NaMo Bharat: ‘ଅମୃତ ଭାରତ, ବନ୍ଦେ ଭାରତ ନମୋ ଭାରତ ରେଳ ଆଧୁନିକୀକରଣର ପ୍ରତୀକ’

ଦ୍ବାରିକା ସେକ୍ଟର 10ରେ ଆୟୋଜିତ 11ତମ ଭବ୍ୟ ରାମଲିଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏନେଇ ସୋମବାର ରାତି ସୁଦ୍ଧା ସୂଚନା ମିଳିଥିଲା । ଅକ୍ଟୋବର 15 ତାରିଖରୁ ରାମଲୀଳା ଆରମ୍ଭ ହୋଇଥିଲା । ଏହା ସିହତ ବଜରଙ୍ଗ ଦଳ ଦିଲ୍ଲୀ ଶାଖା ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜାଗରଣ ଯାତ୍ରା କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟାର କର୍ମକର୍ତ୍ତା ସାମିଲ ହୋଇଥିଲେ । ରାମଲୀଳାରେ 10 ହଜାର ଲୋକ ବସିବାର କ୍ଷମତା ରହିଛି । ଏଠାରେ ବହୁ ଦୂରଦୂରାନ୍ତରୁ ଲୋକ ଆସିଥାଆନ୍ତି ।

ଏହା ବି ପଢନ୍ତୁ...Cyber Fraud: ରାୟପୁର ପୋଲିସର ନିଆରା ପ୍ରୟାସ, ରାସ୍ତାକଡ଼ରେ ସଚେତନତା ବାର୍ତ୍ତା ବାଣ୍ଟିଲା 'ସାଇବର ରାବଣ'

ଗୋଟିଏ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଦ୍ବାରିକା ଗସ୍ତ: ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ଦ୍ବିତୀୟ ଦ୍ବାରିକା ଗସ୍ତ ହେବାକୁ ଯାଉଛି । ଏହା ପୂର୍ବରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଏଠାରେ ଏକ ବଡ଼ କନଭେନ୍ସସନ ସେଣ୍ଟରର ଉଦଘାଟନ କରିଥିଲେ । ଏହା ସହିକ ଦ୍ବାରିକା ସେକ୍ଟେର 23ରେ ନବ ନିର୍ମିତ ମେଟ୍ରୋ ରେଳ ଷ୍ଟେସନର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଚଳିତ ମାସରେ ଦ୍ବାରିକା ଗସ୍ତ ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ହୋଇଛି । ସଜାଗ ରହିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.