ETV Bharat / bharat

Vidisha Borewell case: ଉଦ୍ଧାର ଅପରେସନ ଶେଷ, ହସ୍ପିଟାଲରେ ଭର୍ତ୍ତି ହେଲା ଶିଶୁକନ୍ୟା

author img

By

Published : Jul 18, 2023, 10:54 PM IST

ମଧ୍ୟ ପ୍ରଦେଶ ଭିଦିସା ବୋରଓ୍ବେଲ ଘଟଣାରେ ଶେଷ ହେଲା ଉଦ୍ଧାର ଅପରେସନ । 2 ବର୍ଷୀୟ ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

Vidisha Borewell case: ଉଦ୍ଧାର ଅପରେସନ ଶେଷ, ହସ୍ପିଟାଲରେ ଭର୍ତ୍ତି ହେଲା ଶିଶୁକନ୍ୟା
Vidisha Borewell case: ଉଦ୍ଧାର ଅପରେସନ ଶେଷ, ହସ୍ପିଟାଲରେ ଭର୍ତ୍ତି ହେଲା ଶିଶୁକନ୍ୟା

ଭୋପାଳ: ମଧ୍ୟପ୍ର ଦେଶରେ ଭିଦିସାରେ ଖୋଳାଯାଉଥିବା ଏକ ବୋରଓ୍ବେଲରେ ଜଣେ ଦୁଇ ବର୍ଷୀୟା ଶିଶୁକନ୍ୟା ଖସିପଡିବା ଘଟଣାରେ ଉଦ୍ଧାର ଅପରେସନ ଶେଷ ହୋଇଛି । ଶିଶୁଟିକୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ ସଫଳତା ପାଇଛି । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଉଦ୍ଧାର ପରେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡାକ୍ତରୀ ଟିମ ଶିଶୁଟର ଚିକିତ୍ସା ଆରମ୍ଭ କରିଛନ୍ତି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥାର ବର୍ତ୍ତମାନ ସ୍ଥିତି ନେଇ କିଛି ସ୍ପଷ୍ଟ ହୋଇପାରିନି ।

ସୂଚନା ଅନୁସାରେ, ସିରୋଞ୍ଜ ତହସିଲର ପାଥରିଆ ପୋଲିସ ଷ୍ଟେସନ ଅଧୀନରେ ଥିବା କାବ୍ରିଜାର୍କେଡା ଗାଁରେ ଏହି ଅଘଟଣ ଘଟିଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଅସ୍ମିତା ନାମ୍ନୀ ଜଣେ 2 ବର୍ଷୀୟା ଶିଶୁକନ୍ୟା ଘର ନିକଟରେ ଖେଳୁଥିବା ବେଳେ ଖୋଳା ଯାଉଥିବା ଏକ ବୋରଓ୍ବେଲରେ ଖସି ପଡିଥିଲା । ପ୍ରାୟ 20 ରୁ 25 ଫୁଟ ଗଭୀରରେ ଶିଶୁଟି ଫସି ରହିଥିବା ଜଣାପଡିଥିଲା । ପରିବାର ସଦସ୍ୟ ଓ ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ପୋଲିସ ଓ ପ୍ରଶାସନକୁ ସୂଚନା ଦେବା ପରେ ପୂର୍ବାହ୍ନରୁ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ସ୍ଥାନୀୟ ଫାଏର ଟିମ ସହ NDRF ଟିମ୍ ଓ ପୋଲିସ ଉଦ୍ଧାର ଅପରେସନ ଜାରି ରଖିଥିଲେ । ମେଡିକାଲ ଟିମ ମଧ୍ୟ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ସହ ସମସ୍ତ ଆଗୁଆ ପ୍ରସ୍ତୁତି ଗ୍ରହଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ:- Major train Accident Averted: ବାଲେଶ୍ବରରେ ଟଳିଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ

ସ୍ଥାନୀୟ ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ପ୍ରଶାସନ ସହିତ ଏନଡିଆରଏଫ, ଏସଡିଆରଏଫ ଏବଂ ମେଡିକାଲ ଟିମ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା । ସଂଧ୍ୟା ପ୍ରାୟ 5ଟା ସମୟରେ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟରେ ବୋରଓ୍ବେଲ ମଧ୍ୟକୁ ଅମ୍ଳଜାନ ପଠାଯିବାର ବ୍ୟବସ୍ଥା କରାଯାଇଥିଲା । ଆଲୋକ ଅଭାବରୁ ଉଦ୍ଧାର କାର୍ଯ୍ୟ କିଛି ସମୟ ପାଇଁ ବନ୍ଦ ମଧ୍ୟ ହୋଇଯାଇଥିଲା । ଏହି ବୋରୱେଲ ସହିତ ସମାନ୍ତରାଳ ଭାବରେ ଏକ ଗାତ ଖୋଳାଯାଇଥିଲା । ପରେ ଶିଶୁକୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମକୁ ସଫଳତା ମିଳିଛି । ଶିଶୁଟିର ସ୍ବାସ୍ଥାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଚିକିତ୍ସା ଜାରି ରହିଥିବା ପ୍ରଶାସନ ରହିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁର ଚିକିତ୍ସା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.