ETV Bharat / bharat

Gyanvapi Masjid Case: ବଦଳିବେନି କୋର୍ଟ କମିଶନର, ଜାରି ରହିବ ଭିଡିଓଗ୍ରାଫି, ଆସନ୍ତା 17 ସୁଦ୍ଧା ଶେଷ ହେବ ସର୍ଭେ - ଜ୍ଞାନବ୍ଯାପୀ ମସଜିଦ ବିବାଦ ମାମଲାର ଶୁଣାଣି

ଉତ୍ତର ପ୍ରଦେଶ ବାରାଣାସୀରେ ଜ୍ଞାନବ୍ୟାପୀ ମସଜିଦ ଏବଂ କାଶୀ ବିଶ୍ୱନାଥ ମନ୍ଦିର ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ । ବଦଳିବେ ନାହିଁ କୋର୍ଟ କମିଶନର କହିଲେ ବାରାଣାସୀ ସିଭିଲ କୋର୍ଟ । ଜାରି ରହିବ ଭିଡିଓଗ୍ରାଫି । ଅଧିକ ପଢନ୍ତୁ

gyanvapi masjid case: ବଦଳିବେନି କୋର୍ଟ କମିଶନର, ଜାରି ରହିବ ଭିଡିଓଗ୍ରାଫି

author img

By

Published : May 12, 2022, 5:39 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ଏବଂ କାଶୀ ବିଶ୍ୱନାଥ ମନ୍ଦିର ବିବାଦ ମାମଲାରେ ବାରାଣାସୀ ସିଭିଲ କୋର୍ଟ ଆଜି (ଗୁରୁବାର) ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । କୋର୍ଟ କମିଶନରଙ୍କୁ ହଟାଯିବା ନେଇ ହୋଇଥିବା ଆବେଦନକୁ ଖାରଜ କରିବା ସହ କମିଶନର ଏହି ମାମଲାର ତଦନ୍ତ ଜାରି ରଖିବା ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି ।

ମସଜିଦ ପରିସରରେ ଥିବା ଶୃଙ୍ଗାରଗୌରୀ ମନ୍ଦିର ମାମଲାରେ ପୂର୍ବ କୋର୍ଟ କମିଶନର ଅଜୟ ମିଶ୍ରଙ୍କ ସହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନ୍ୟ ଅନ୍ୟ ଦୁଇଜଣ ଓକିଲ ଅଜୟ ଏବଂ ବିଶାଲ ସିଂଙ୍କୁ ସହାୟକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି କୋର୍ଟ । ଏହି 3 କୋର୍ଟ କମିଶନର ବର୍ତ୍ତମାନ ଭିଡିଓଗ୍ରାଫି ମାଧ୍ୟମରେ ସର୍ଭେ ଜାରି ରଖିବେ ଓ ମେ 17 ତାରିଖରେ ବାରାଣାସୀ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବେ ।

ମାମଲା କୋର୍ଟରେ ପହଞ୍ଚିବା ପରେ ଭିଡିଓଗ୍ରାଫି ମାଧ୍ୟମରେ ସର୍ଭେ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ ଏଥିପାଇଁ କୋର୍ଟ କମିଶନର ମଧ୍ୟ ନିଯୁକ୍ତ କରିଥିଲେ । ତେବେ ଭିଡିଓଗ୍ରାଫି ସର୍ଭେ ଆରମ୍ଭ ହେବାର ପ୍ରଥମ ଦିନରୁ ମୁସଲିମ ପକ୍ଷ ଏହାକୁ ବିରୋଧ କରି ଆସୁଛନ୍ତି । ସର୍ବେକ୍ଷଣ ସମୟରେ ଜ୍ଞାନବ୍ୟାପୀ ମସଜିଦ କ୍ୟାମ୍ପସ ବାହାରେ ଉତ୍ତେଜନା ପ୍ରକାଶ ପାଇବା ସହ ସର୍ଭେ ଏବଂ ଭିଡିଓଗ୍ରାଫି ବନ୍ଦ କରିବାକୁ ମୁସଲିମ ପକ୍ଷଙ୍କ ତରଫରୁ ଦାବି କରାଯାଇଥିଲା । ଜ୍ଞାନବ୍ୟାପୀ ମସଜିଦ ଏବଂ କାଶୀ ବିଶ୍ୱନାଥ ମନ୍ଦିର ବିବାଦ ସମ୍ପର୍କିତ ହାଇକୋର୍ଟରେ ମୋଟ 6ଟି ଭିନ୍ନ ଭିନ୍ନ ମାମଲା ଏବେ ବିଚାରାଧୀନ ରହିଛି ।

ଏହା ସହିତ କୋର୍ଟ କହିଛନ୍ତି, ଯଦି କେହି ସର୍ଭେ କାର୍ଯ୍ୟରେ ବାଧା ସୃଷ୍ଟି କରେ ତା ବିରୋଧରେ କର୍ତ୍ତୃପକ୍ଷ ଏତଲା ରୁଜୁ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.