ETV Bharat / bharat

ସଂକ୍ରମଣ ରୋକିନଥାଏ ଟିକା, ଲକ୍ଷଣକୁ କରେ ନିୟନ୍ତ୍ରଣ: Apollo MD

author img

By

Published : Jun 14, 2021, 10:05 PM IST

କୋଭିଡ ଟିକା ନେଇ ମତ ରଖିଲେ ଆପୋଲୋ ଯୁଗ୍ମ ଏମଡି । କହିଲେ ଟିକା ସଂକ୍ରମଣ ପ୍ରତିରୋଧ କରିନଥାଏ , ବରଂ ଲକ୍ଷଣକୁ ସାମାନ୍ୟ ନିୟନ୍ତ୍ରଣ କରେ । ଅଧିକ ପଢନ୍ତୁ..

ସଂକ୍ରମଣ ରୋକିନଥାଏ ଟିକା, ଲକ୍ଷଣକୁ  କରେ ନିୟନ୍ତ୍ରଣ : Apollo MD

ନୂଆଦିଲ୍ଲୀ: କୋରୋନା ଟିକା ସଂକ୍ରମଣକୁ ରୋକିପାରିବ ନାହିଁ , ହେଲେ ଲକ୍ଷଣକୁ ସାମାନ୍ୟ କରିବାରେ ସାହାଯ୍ୟ କରିବ । ଆପୋଲୋ ହସ୍ପିଟାଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସାଙ୍ଗିତା ରେଡ୍ଡୀ (Sangita Reddy) ସୋମବାର ଏ ନେଇ ମତ ପ୍ରକାଶ କରିଛନ୍ତି ।

କୋରୋନା ସଂକ୍ରମିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ । ହେଲେ ଆଜି ଘରକୁ ସୁସ୍ଥ ହୋଇ ଫେରିଛନ୍ତି ବୋଲି ସେ ଟ୍ବିଟରରେ ଲେଖିଛନ୍ତି । ସେ କହିଛନ୍ତି କି, ‘‘ କୋଭିଡ-19 କବଳରୁ 500 ଦିନ ଯାଏଁ ବଞ୍ଚି ରହିବା ପରେ ଜୁନ 10 ରେ ମୋର କୋଭିଡ-19 ଟେଷ୍ଟ ପଜେଟିଭି ଆସିଲା । ଆଉ ଆରମ୍ଭରେ ମୁଁ ଆଶ୍ଚର୍ଯ୍ୟ ଓ ହତାସ ହୋଇଗଲି କି- ମୋର କାହିଁକି ହେଲା ? ମୁଁ ତ ସାବଧାନ ଥିଲି । ଆଉ ଟିକା ବି ଲଗାଇଥିଲି । ହେଲେ ପରେ ପ୍ରବଳ ଜ୍ବର ହେବା ପରେ ମତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆରମ୍ଭରେ କକଟେଲ ରେଜେନେରନ୍ ଥେରାପି ନେଇଥିଲି, ଯାହାକି ମତେ ବହୁତ ଫାଇଦା ଦେଲା । ’’

ଟୀକାକରଣର ଭୂମିକା , ରୋଗର ଠିକ ସମୟରେ ନିରାକରଣ ଏବଂ ଚିକିତ୍ସାର ଆବଶ୍ୟକତା ଉପରେ ସେ ଗୁରୁତ୍ବରୋପ କରି କହିଛନ୍ତି ଯେ, ଏକ ଗୁରୁତ୍ବପୂର୍ଣ୍ଣ କଥା ମନେ ରଖିବାକୁ ହେବ ଯେ ଟିକା କୋଭିଡକୁ ପ୍ରତିରୋଧ କରେ ନାହିଁ, କିନ୍ତୁ ଲକ୍ଷଣକୁ ସାମାନ୍ୟ ରଖିବାରେ ସାହାଯ୍ୟ କରେ । ରୋଗରୁ ମୁକ୍ତି ପାଇଁ ଠିକ୍ ସମୟରେ ନିରାକରଣ ଏବଂ ଚିକିତ୍ସା ହେଉଛି ଦୁଇଟି ଜରୁରୀ ଜିନିଷ ।

ସରକାର ଘରୋଇ ଉତ୍ପାଦନ ଓ ବିଦେଶୀରୁ କ୍ରୟ ବଢାଇ ଦେଶରେ କୋଭିଡ ଟୀକା ଉପଲବ୍ଧ ବୃଦ୍ଧି ପାଇଁ ଜୋର ଦେବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.