ETV Bharat / bharat

Uttarakhand polls: ୫୦୦ରେ LPG, ୪ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା କଂଗ୍ରେସ - କଂଗ୍ରେସର ବିଧାନସଭା ଇସ୍ତାହାର ଘୋଷଣା

ଉତ୍ତରାଖଣ୍ଡ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ । ଫୋକସରେ ଚାରି ଲକ୍ଷ ଚାକିରୀ, 5 ଶହ ଟଙ୍କାରେ LPG ଗ୍ୟାସ । ପୋଲିସ ବିଭାଗରେ ମହିଳାଙ୍କ ପାଇଁ 40 ପ୍ରତିଶତ ସଂରକ୍ଷଣ ସହ ଆର୍ଥିକ ପଛୁଆ ବର୍ଗର ପରିବାରକୁ ବାର୍ଷିକ ୪୦ ହଜାର ଟଙ୍କାର ସହାୟତା ପ୍ରତିଶ୍ରୁତି । ଅଧିକ ପଢନ୍ତୁ

Uttarakhand polls: ଇସ୍ତାହାର ଘୋଷଣା କଲା କଂଗ୍ରେସ, ୫ ଶହରେ LPG ଓ ୪ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି

author img

By

Published : Feb 2, 2022, 5:39 PM IST

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ । ଆଜି (ବୁଧବାର) ଦଳର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ‘ପ୍ରତିଜ୍ଞାପତ୍ର’ ନାମରେ ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି । ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ଦରଦାମ ହ୍ରାସ ସମେତ ନାଗରିକମାନଙ୍କର ମୌଳିକ ସମସ୍ୟା ଉପରେ ଫୋକସ କରିଛି ଦଳ ।

ଇସ୍ତାହାରରେ ରାଜ୍ୟବାସୀଙ୍କ ପାଇଁ ଏକାଧିକ ବଡ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ କହିଛି ଏହା କେବଳ ଏକ ନିର୍ବାଚନୀ ଘୋଷଣାପତ୍ର ନୁହେଁ ବରଂ ଏକ ପ୍ରତିଜ୍ଞା । ଯାହା ଦଳ କ୍ଷମତାକୁ ଆସିଲେ କୌଣସି ପରିସ୍ଥିତିରେ ସମ୍ପୂର୍ଣ୍ଣ କରିବାକୁ ପ୍ରତିଜ୍ଞାବଦ୍ଧ ।

କଂଗ୍ରେସ କହିଛି ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ମାତ୍ର ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ଯୋଗାଇ ଦିଆଯିବ । ସେହିପରି ରାଜ୍ଯରେ ଚାରି ଲକ୍ଷ ଚାକିରୀ, ପୋଲିସ ବିଭାଗରେ ମହିଳାମାନଙ୍କ ପାଇଁ 40 ପ୍ରତିଶତ ସଂରକ୍ଷଣ, ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା, ଅର୍ଥନୈତିକ ପଛୁଆ ପରିବାରକୁ ବାର୍ଷିକ 40,000 ଟଙ୍କା ସହାୟତା ପ୍ରତିଶୃତି ଦେଇଛି ଦଳ । ସେହିପରି କୋଭିଡରେ ପ୍ରଭାବିତ ପରିବାରକୁ ମଧ୍ୟ ସହାୟତା, ରାଜ୍ୟରେ ଡ୍ରୋନ ସାହାଯ୍ୟରେ ଔଷଧ ବିତରଣ ପରି ଘୋଷଣା ମଧ୍ୟ କରିଛି ଦଳ ।

ଏହି ଅବସରରେ ରାଜ୍ୟରେ ଶାସନରେ ଥିବା ବିଜେପିକୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା । ରାଜ୍ୟରେ ତଥାକଥିତ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ କୌଣସି ପ୍ରଗତି ହୋଇନାହିଁ । ଲୋକଙ୍କ ଆଶାକୁ ବିଜେପି ସରକାର ଭାଙ୍ଗିଛି । କ୍ଷମତାରେ ଥିବା ବିଜେପି ନିର୍ବାଚନରେ ସରକାରୀ ଅର୍ଥ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା ।

ବିଜେପି କେବଳ ପ୍ରଚାର ସର୍ବସ୍ବ ଦଳ ହୋଇଥିବା ବେଳେ ନିର୍ବାଚନ ସମୟରେ ଏକାଧିକ ବଡ ପ୍ରକଳ୍ପର ଉଦ୍ଘାଟନ କରି ଲୋକଙ୍କୁ ବିକାଶର ମିଛ ଚିତ୍ର ଦେଖାଇବାକୁ ଚେଷ୍ଟା ଜାରି ରଖିଥିବା କହିଛନ୍ତି ପ୍ରିୟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.