ETV Bharat / bharat

ବଢିଲା ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା - କେଦାରନାଥ

ବଢିଲା ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା । ଜୁଲାଇ 28 ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କଲେ କୋର୍ଟ । ଅଧିକ ପଢନ୍ତୁ...

Uttarakhand HC extends stay on Char Dham Yatra till July 28
ବଢିଲା ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା
author img

By

Published : Jul 9, 2021, 12:22 PM IST

ଡେରାଡୁନ: ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣାକୁ ଉତ୍ତରାଖଣ୍ତ ହାଇକୋର୍ଟ ଜୁଲାଇ 28 ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍ 28ରେ ହାଇକୋର୍ଟ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ସୀମିତ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ଦେଇଥିଲେ । ଏବଂ ଚାରିଧାମ ମନ୍ଦିରର ଲାଇଭ୍ ଷ୍ଟ୍ରିମିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କୋରୋନା ସ୍ଥିତି ଗମ୍ଭୀର ଥିବାରୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଛି ।

ଏହି ସମୟରେ ଉତ୍ତରାଖଣ୍ତ ସରକାର ମଙ୍ଗଳବାର ଦିନ ଚାରିଧାମ ଯାତ୍ରାରେ ରୋକ ଲଗାଇବାକୁ ନେଇ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବଂ ସ୍ପେଶାଲ ଲିଭ ପିଟିସନ (ଏସପିଏଲ) ଦାଖଲ କରିଥିଲେ ।

ଏହାପୂର୍ବରୁ ଜୁନ୍ 25 ରେ ରାଜ୍ୟ କ୍ୟାବିନେଟ ଜୁଲାଇ 1ରୁ ସୀମିତ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ପାଇଁ ଚାରିଧାମ ଯାତ୍ରା ଆଂଶିକ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ସ୍ଥିର ହୋଇଥିଲା ଯେ ଚମୋଲି, ଉତ୍ତରକାଶୀ ଏବଂ ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ଏହି ଯାତ୍ରା ଖୋଲା ରହିବ । ପ୍ରତିଦିନ ମନ୍ଦିର ପରିଦର୍ଶନ କରିବାକୁ ଅଳ୍ପ ସଂଖ୍ୟକ ତୀର୍ଥଯାତ୍ରୀ ଆସିବେ ।

ତିନୋଟି ଜିଲ୍ଲାର ଲୋକଙ୍କ ପାଇଁ ତୀର୍ଥଯାତ୍ରା ପାଇଁ ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଜାରି କରିଥିଲେ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି ଧାମକୁ କେବଳ ଚମୋଲି, ଉତ୍ତରକାଶି ଏବଂ ରୁଦ୍ରପ୍ରୟାଗରୁ ତୀର୍ଥଯାତ୍ରୀଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଉତ୍ତରାଖଣ୍ଡର ଚାରୋଟି ତୀର୍ଥସ୍ଥାନ ରହିଛି । ସେଗୁଡିକ ହେଉଛି, ବଦ୍ରିନାଥ, କେଦାରନାଥ, ଯମୁନୋତ୍ରି ଏବଂ ଗଙ୍ଗୋତ୍ରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.