ETV Bharat / bharat

Chardham Yatra: ସ୍ଥିର ହେଲା ଯାତ୍ରୀଙ୍କ ସଂଖ୍ୟା, ଦରକାର ନାହିଁ କୋଭିଡ ରିପୋର୍ଟ

ଆସନ୍ତା ୩ତାରିଖରେ ଆରମ୍ଭ ହେବାକୁ ଯାଉଛି ଚାରଧାମ ଯାତ୍ରା । ଦୈନିକ ବଦ୍ରିନାଥ ଧାମରେ ୧୫ ହଜାର ତୀର୍ଥଯାତ୍ରୀ, କେଦାରନାଥରେ ୧୨ହଜାର, ଗଙ୍ଗୋତ୍ରୀରେ ପ୍ରତିଦିନ ୭ହଜାର ଓ ୟେମୁନେତ୍ରୀରେ ପ୍ରତିଦିନ ୪ ହଜାର ଭକ୍ତ ଦର୍ଶନ କରିବାର ସୁଯୋଗ ପାଇବେ । ଅଧିକ ପଢନ୍ତୁ

author img

By

Published : May 1, 2022, 7:19 AM IST

Chardham Yatra 2022: ସ୍ଥିର ହେଲା ଯାତ୍ରୀଙ୍କ ସଂଖ୍ୟା, ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ

ଡେରାଡୁନ: ଆସନ୍ତା ୩ତାରିଖରେ ଆରମ୍ଭ ହେବାକୁ ଯାଉଛି ଚାରଧାମ ଯାତ୍ରା । ଏନେଇ ଭକ୍ତଙ୍କ ସଂଖ୍ୟା ସ୍ଥିର କରିଛନ୍ତି ଉତ୍ତରାଖଣ୍ଡ ସରକାର । ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ୟେମୁନେତ୍ରୀ ପାଇଁ ପ୍ରତିଦିନ ଭକ୍ତଙ୍କ ସଂଖ୍ୟା ସ୍ଥିର ହୋଇଛି । ଦୈନିକ ବଦ୍ରିନାଥ ଧାମରେ ୧୫ ହଜାର ତୀର୍ଥଯାତ୍ରୀ, କେଦାରନାଥରେ ୧୨ ହଜାର, ଗଙ୍ଗୋତ୍ରୀରେ ପ୍ରତିଦିନ ୭ହଜାର ଓ ୟେମୁନେତ୍ରୀରେ ପ୍ରତିଦିନ ୪ ହଜାର ଭକ୍ତ ଦର୍ଶନ କରିବାର ସୁଯୋଗ ପାଇବେ ।

ୟେମୁନେତ୍ରୀ ଓ ଗଙ୍ଗୋତ୍ରୀ ମେ’ 3 ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ସେହିପରି କେଦାରନାଥ ଧାମକୁ 6 ତାରିଖ ଓ ବଦ୍ରିନାଥ ଧାମକୁ 8 ତାରିଖରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ । ଏହି ଯାତ୍ରାରେ ସାମିଲ ହେବାକୁ ଥିବା ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ପଞ୍ଜୀକରଣ କରିବାକୁ ପଡିବ । କେଦାରନାଥ ଧାମରେ ମେ ୬ରୁ ଆରମ୍ଭ ହେବ ହେଲି ସେବା । ଡିଜିସିଏ ଟିମ୍ ମେ 3ରେ ସମସ୍ତ ହେଲିପ୍ୟାଡ ଯାଞ୍ଚ କରିବ । ମେ 20 ପର୍ଯ୍ୟନ୍ତ କେଦାରନାଥ ପାଇଁ ସମସ୍ତ ହେଲି ଟିକେଟ୍ ବୁକ୍ କରାଯାଇଛି ।

ତେବେ ଚଳିତବର୍ଷ ଚାରିଧାମ ଯାତ୍ରୀ ପାଇଁ କୋଭିଡ ରିପୋର୍ଟ ଓ ଟୀକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ । ବିନା କୋଭିଡ ରିପୋର୍ଟରେ ତୀର୍ଥଯାତ୍ରୀ ଚାରିଧାମ ଆସିବାକୁ ଅନୁମତି ଦିଆଯାଇଛି । ଗତକାଲି ଉତ୍ତରାଖଣ୍ଡ ସରକାର ମୁଖ୍ୟ ଶାସନ ସଚିବ ଓ ସମ୍ପୃକ୍ତ ଅଧିକାରୀଙ୍କ ସହ ଏକ ବୈଠକ କରି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ଏବଂ ତୀର୍ଥଯାତ୍ରୀଙ୍କ COVID-19 ପରୀକ୍ଷା କରିବା ନେଇ ଦ୍ୱନ୍ଦ୍ୱ ଦୂର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.