ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନରେ 8 ମୃତ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 24, 2021, 1:56 PM IST

Updated : Apr 24, 2021, 6:40 PM IST

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପୁଣି ହିମସ୍ଖଳନ ହୋଇ 8 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ପୁଣି ହିମସ୍ଖଳନ: 8 ମୃତ, 384 ଉଦ୍ଧାର

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପୁଣି ହୋଇଛି ହିମସ୍ଖଳନ । ବରଫ ଅତଡା ଖସି 8 ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ 384 ଜଣଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ସୁରକ୍ଷା ବାହିନୀ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି ।

ଉତ୍ତରାଖଣ୍ଡ ହିମସ୍ଖଳନରେ 8 ମୃତ, 384 ଉଦ୍ଧାର, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଏହି ହିମସ୍ଖଳନ ପ୍ରାୟ 4ରୁ 5ଟି ସ୍ଥାନରେ ହୋଇଛି । ଜୋସିମଥ ଅଞ୍ଚଳରେ ବିଆରଟିଏଫ ଟିମ ରାସ୍ତାରୁ ବରଫଗୁଡିକୁ ହଟାଇବା ସହିତ ସେଥିରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବରଫ ହଟାଇବା ପାଇଁ ପ୍ରାୟ 6ରୁ 8 ଘଣ୍ଟା ଲାଗିବ ବୋଲି ଜଣେ ସୁରକ୍ଷାକର୍ମୀ କହିଛନ୍ତି । ରାଜ୍ୟର ଚମୋଲି ଜିଲ୍ଲାର ଜୋଶିମାଥ ସେକ୍ଟରର ସୁମନା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବିଆରଏ କ୍ୟାମ୍ପରେ ତୁଷାରପାତ ହେବା ପରେ 291 ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ସେନାର ସେଣ୍ଟ୍ରାଲ କମାଣ୍ଡ କହିଛନ୍ତି ।

ହିମସ୍ଖଳନ ପରେ ପ୍ରବଳ ତୁଷାରପାତ ଯୋଗୁଁ ଜିଲ୍ଲା ପ୍ରଶାସନ, NDRF, SDRF ଏବଂ BRO ଦଳ ଦ୍ୱାରା କରାଯାଇଥିବା ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ପ୍ରବଳ ତୁଷାରପାତ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେଇଛି ଏବଂ ରାସ୍ତା ସଫା କରିବାକୁ ଉଦ୍ୟମ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରବଳ ତୁଷାରପାତ ମଧ୍ୟରେ ଉଦ୍ଧାରକାରୀ ଦଳର ଅଳ୍ପ କିଛି ଅଧିକାରୀ ମଧ୍ୟ ଅଟକି ରହିଛନ୍ତି । ସେପଟେ ଚମୋଲି ଜିଲ୍ଲାରେ ଗତ 5 ଦିନ ଧରି ପ୍ରବଳ ତୁଷାରପାତ ହେଉଛି ବୋଲି ସେ କହିଛନ୍ତି ।

ଏହି ହିମସ୍ଖଳନ ଶୁକ୍ରବାର ରାତିରେ ଚମୋଲି ଜିଲ୍ଲାରେ ଥିବା ଭାରତ-ଚୀନ ସୀମା ନିକଟ ସୁମନା ଗ୍ରାମରେ ଘଟିଥିଲା । ଫଳରେ ଋଷି ଗଙ୍ଗା ନଦୀରେ ଜଳ ସ୍ତର ଦୁଇ ଫୁଟ ବୃଦ୍ଧି ପାଇଛି ବୋଲି ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ସୂଚନା ଦେଇଛି । ଏହି ଅଘଟଣ ସମ୍ପର୍କରେ ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସତର୍କ କରାଇଥିଲେ ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗ୍ଲେସିୟର ବିସ୍ଫୋରଣ ବା ହିମସ୍ଖଳନ ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଆଇଟିବିପିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହିତ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ତେବେ ସୂଚନା ଥାଉ କି ଗତ ଫେବୃଆରୀ ମାସରେ ମଧ୍ୟ ଚମୋଲି ଜିଲ୍ଲାର ଜୋଶିମଥଠାରେ ଏକ ବଡ ଧରଣର ହିମସ୍ଖଳନ ହୋଇଥିଲା । ଏହି ହିମସ୍ଖଳନରେ ଧଉଳି ଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପ୍ରାୟ 50 ଜଣ ମୃତ୍ୟୁବରଣ କରିଥିବା ବେଳେ 100ରୁ ଅଧିକ ଲୋକ ନିଖୋଜ ହୋଇଥିବା ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ।

ତେବେ ଏହି ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2021, 6:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.