ETV Bharat / bharat

Char Dham Yatra: ଚାରିଧାମ ଯାତ୍ରାର ହେବନି ଲାଇଭ ଷ୍ଟ୍ରିମିଂ

author img

By

Published : Jul 18, 2021, 8:37 AM IST

ଚାରିଧାମ ଯାତ୍ରାର ଲାଇଭ ଷ୍ଟ୍ରିମିଂ ହେବନି ବୋଲି କହିଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ବେଦରେ ଉଲ୍ଲେଖ କରାଯାଇ ନ ଥିବାରୁ ଚାର ଧାମର ଲାଇଭ୍ ଷ୍ଟ୍ରିମିଂ ଅନୁଷ୍ଠିତ ହେବନାହିଁ । ଅଧିକ ପଢନ୍ତୁ...

Uttarakhand CM says no to live streaming of Char Dham Yatra: 'Not mentioned in Vedas'
‘ଚାରଧାମ ଯାତ୍ରାର ହେବନି ଲାଇଭ ଷ୍ଟ୍ରିମିଂ ’

ଡେରାଡୁନ: ଚାରିଧାମ ଯାତ୍ରାର ଲାଇଭ ଷ୍ଟ୍ରିମିଂ ହେବନି ବୋଲି କହିଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ସେ କହିଛନ୍ତି ଯେ ବେଦରେ ଉଲ୍ଲେଖ କରାଯାଇ ନ ଥିବାରୁ ଚାର ଧାମର ଲାଇଭ୍ ଷ୍ଟ୍ରିମିଂ ଅନୁଷ୍ଠିତ ହେବ ନାହିଁ । ସୀମିତ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ସହ ଚାରି ଧାମ ଯାତ୍ରାକୁ ଅନୁମତି ଦେବା ପାଇଁ କ୍ୟାବିନେଟର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଭକ୍ତମାନଙ୍କ ପାଇଁ ଚାରିଧାମ ମନ୍ଦିରର ଲାଇଭ୍ ଷ୍ଟ୍ରିମିଂ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ସମସ୍ତ ପରାମର୍ଶକୁ ଧ୍ୟାନରେ ରଖି ଆମେ ଚାରିଧାମ ଯାତ୍ରାର ଲାଇଭ୍ ଷ୍ଟ୍ରିମିଂ ନ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଏ ବାବଦରେ ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ବର୍ଷ ଯେତେବେଳେ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଆଗମନ ପାଇଁ ଏହି ଯାତ୍ରା ଅନୁମତି ଦିଆଯାଇଥିଲା । ଦିନକରେ 70 ଜଣ ଲୋକ ଗଙ୍ଗୋତ୍ରୀ, 40 ଜଣ ଯମୁନେତ୍ରୀ, 180 କେଦାରନାଥ ଏବଂ ପ୍ରାୟ 400 ଲୋକ ବଦ୍ରିନାଥରେ ପ୍ରତିଦିନ ଦର୍ଶନ ପାଇଁ ଆସୁଥିଲେ । ହେଲେ ସଂକ୍ରମଣ ବଢିବାରୁ ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଚାରିଧାମ ଦର୍ଶନ ପାଇଁ କଟକଣା ଲଗାଯାଇଥିଲା ।

ଏହାକୁ ଧ୍ୟାନରେ ରଖି ମନ୍ଦିର ପରିଦର୍ଶନ କରିବାକୁ କମ ସଂଖ୍ୟାକ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ବିଶେଷ କରି ସ୍ଥାନୀୟ ଲୋକଙ୍କ ପାଇଁ ଏହି ଯାତ୍ରାକୁ ଅନୁମତି ଦିଆଯାଇଛି । 750 ରୁ ଅଧିକ ଲୋକଙ୍କୁ ଚାରିଧାମ ଯାତ୍ରା ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.