ETV Bharat / bharat

କାଲିକୁ ଘୁଞ୍ଚିଲା ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ

ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ସୂଚୀରେ ପରିବର୍ତ୍ତନ । ଆଜି ପରିବର୍ତ୍ତେ ଆସନ୍ତାକାଲି(ସୋମବାର)କୁ ଘୁଞ୍ଚିଲା ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦ ଘୋଷଣା ହେବାକୁ ଅପେକ୍ଷା । ଅଧିକ ପଢନ୍ତୁ

ଆସନ୍ତାକାଲିକୁ ଘୁଞ୍ଚିଲା ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ

author img

By

Published : Mar 20, 2022, 5:47 PM IST

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଥିବାବେଳେ ଆଜି ବସିବାକୁ ଥିବା ବିଜେପି ବିଧାୟକ ଦଳର ବୈଠକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଆଜି ପରିବର୍ତ୍ତେ ବୈଠକ ଆସନ୍ତାକାଲି(ସୋମବାର)କୁ ଘୁଞ୍ଚିଛି । ଆସନ୍ତାକାଲି ସନ୍ଧ୍ୟାରେ ଏହି ବୈଠକ ବସିବା ନେଇ ବର୍ତ୍ତମାନର କାମଚଳା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୂଚନା ଦେଇଛନ୍ତି ।

ଉତ୍ତରାଖଣ୍ଡ ବିଜେପି ଗଣମାଧ୍ୟମ ପ୍ରଭାରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି(ସୋମବାର) ବସିବାକୁ ଥିବା ବିଧାୟକ ଦଳ ବୈଠକରେ ପ୍ରଦେଶ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ମିନାକ୍ଷୀ ଲେଖି ମଧ୍ୟ ଉପସ୍ଥିତ ରହିବେ । ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମତାନୁସାରେ ମୁଖ୍ୟମନ୍ତ୍ରୀ ପଦ ନେଇ ଚୂଡାନ୍ତ ନିଷ୍ପତ୍ତି ହେବ । ଅନ୍ୟପଟେ ଆସନ୍ତାକାଲି (ସୋମବାର) ନିର୍ବାଚିତ ବିଜେପି ବିଧାୟକମାନେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସୂଚନା ମିଳିଛି ।

ଏହା ପୂର୍ବରୁ ଆଜି ଅମିତ ଶାହାଙ୍କୁ ଭେଟିଛନ୍ତି କାମଚଳା ତଥା ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ପୁଷ୍କର ସିଂ ଧାମି, ରାଜ୍ୟ ବିଜେପି ମୁଖ୍ୟ ମଦନ କୌଶିକ ଓ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଚଳିତ ବିଧାନସଭା ନିର୍ବାଚନରେ ୭୦ ବିଧାନସଭା ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇ ଦ୍ବିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି । ମଣିପୁରରେ ମୁଖ୍ୟମନ୍ତ୍ରୀ ପଦ ନେଇ ଲାଗି ରହିଥିବା ଅନିଶ୍ଚିତତା ଶେଷ ହୋଇସାରିଥିବା ବେଳେ ଆସନ୍ତାକାଲିର ବୈଠକ ପରେ ଉତ୍ତରାଖଣ୍ଡରେ ମଧ୍ୟ ଚିତ୍ର ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.