ETV Bharat / bharat

ଶନିବାର ବସିବ ବିଧାୟକ ଦଳ ବୈଠକ, ସାମିଲ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

author img

By

Published : Jul 2, 2021, 10:45 PM IST

ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଇସ୍ତଫା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହାକୁ ନେଇ ଉତ୍ତରାଖଣ୍ଡରେ ଶନିବାର ବସିବ ବିଜେପି ବିଧାୟକ ଦଳ ବୈଠକ। ଅଧିକ ପଢନ୍ତୁ...

Uttarakhand:
ଶନିବାର ବସିବ ବିଧାୟକ ଦଳ ବୈଠକ, ସାମିଲ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଡେରାଡୁନ: ଉତ୍ତରାଖଣ୍ଡରେ ଦେଖାଦେଇଛି ସାମ୍ବିଧାନିକ ସଂଙ୍କଟ । ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଇସ୍ତଫା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହାକୁ ନେଇ ଉତ୍ତରାଖଣ୍ଡରେ ଶନିବାର ରାଜ୍ୟ ସଭାପତି ମଦନ କୌଶିକଙ୍କ ସଭାପତିତ୍ବରେ ବସିବ ବିଜେପି ବିଧାୟକ ଦଳ ବୈଠକ। ଏହି ବୈଠକରେ ସାମିଲ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।

ମାର୍ଚ୍ଚ 10 ତାରିଖରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ତୀରଥ ସିଂ ରାୱତ ରାଜ୍ୟରେ ସାମ୍ବିଧାନିକ ସଂଙ୍କଟ ଯୋଗୁଁ ଇସ୍ତଫା ଦେବା ପାଇଁ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇଛନ୍ତି । ଏହା ପରେ ଦଳରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା । ଏହି ପରିପ୍ରେକ୍ଷୀରେ ଆସନ୍ତକାଲି 3 ଟାରେ ବସିବ ବିଧାୟକ ଦଳ ବୈଠକ । ଏହି ବୈଠକରେ ସାମିଲ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ସୂଚନାଥାଉକି ଚଳିତ ବର୍ଷ ମାର୍ଚ୍ଚ 10 ତାରିଖରେ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ବ ଗ୍ରହଣ କରିଥିଲେ ତୀରଥ ସିଂ ରାୱତ । ଆସନ୍ତା ସେପ୍ଟେମ୍ବର 10 ତାରିଖରେ ତୀରଥ ସିଂ ରାୱତଙ୍କ କାର୍ଯ୍ୟକାଳର 6 ମାସ ପୂରଣ ହେଉଛି । ଏହି 6 ମାସ ମଧ୍ୟରେ ଉପନିର୍ବାଚନ ସମ୍ଭବ ହୋଇପାରିନାହିଁ । କାରଣ ମହାମାରୀ କୋରୋନା ମଧ୍ୟ ଅନ୍ତରାୟ ସୃଷ୍ଟି କରିଛି । ଏହା ସହ ଆସନ୍ତାବର୍ଷ ଅର୍ଥାତ 2022ରେ ଉତ୍ତରାଖଣ୍ଡରେ ହେବ ବିଧାନସଭା ନିର୍ବାଚନ । କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନର 10 ପୂର୍ବରୁ ଉପନିର୍ବାଚନ ଅନୁଷ୍ଠିତ ହୋଇପାରିବ ନାହିଁ । ତେଣୁ ଏ ଭଳି ସ୍ଥିତିରେ ସାମ୍ବିଧାନିକ ସଂଙ୍କଟ ଦେଖାଦେଇଛି ।

ସେପଟେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଶନିବାର ସକାଳେ ଡେରାଡୁନରେ ପହଞ୍ଚିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର । ଏହା ପରେ ଦଳର ବିଧାୟକଙ୍କ ମତାମତ ନେଇ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ସେପଟେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସତପାଲ ମହାରାଜାଙ୍କ ନାମ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସଂଘ ପ୍ରମୁଖ ମୋହନ ଭାଗବତ ସୁପାରିଶ କରିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.