ETV Bharat / bharat

UP Polls: ସରିଲା ଅନ୍ତିମ ପର୍ଯ୍ୟାୟ ମତଦାନ, ଭୋଟ ବାକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

author img

By

Published : Mar 7, 2022, 12:26 PM IST

Updated : Mar 7, 2022, 6:39 PM IST

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୫୪.୧୮ % ମତଦାନ ରେକର୍ଡ ହୋଇଛି । ଅଧିକ ପଢନ୍ତୁ

UP Assembly Election: ଅପରାହ୍ନ ୫ଟା ସୁଦ୍ଧା ୫୪.୧୮ % ମତଦାନ

ଲକ୍ଷ୍ନୌ: ସରିଲା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ବନ୍ଦ ବାକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଆଜି(ସୋମବାର) ରାଜ୍ୟରେ ୭ମ ତଥା ଅନ୍ତିମ ପର୍ଯ୍ୟାୟରେ ପୂର୍ବାଞ୍ଚଳର ୯ ଜିଲ୍ଲାର ୫୪ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ତେବେ ଅପରାହ୍ନ ୫ଟା ସୁଦ୍ଧା ୫୪.୧୮ % ମତଦାନ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ମୋଟ ୪୬.୪୦ % ମତଦାନ ରେକର୍ଡ କରାଯାଇଛି ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ ନେତା ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ସମସ୍ତ ନାଗରିକଙ୍କୁ ଉପଯୁକ୍ତ ନେତା ବାଛିବାକୁ ଅପିଲ୍‌ କରିଥିଲେ । ବିଜେପି ବିଧାୟକ ସୌରଭ ଶ୍ରୀବାସ୍ତବ ବାରଣାସୀରେ ପହଞ୍ଚି ଭୋଟ ଦେଇଥିବା ବେଳେ କେନ୍ଦ୍ରୀୟ ମନ୍ତ୍ରୀ ଅନୁପ୍ରିୟା ସିଂହ ପଟେଲ ମିର୍ଜାପୁର ଠାରେ ମତଦାନ କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଲାଙ୍କ ସୂଚନା ଅନୁସାରେ, ରାଜ୍ୟର ବାରଣାସୀ, ଚନ୍ଦୌଲୀ, ଭଦୋହୀ, ମିର୍ଜାପୁର, ରୌବର୍ଟ୍ସଗଞ୍ଜ, ଗାଜିପୁର, ମଉ, ଆଜମଗଡ଼ ଓ ଜୌନପୁର ଜିଲ୍ଲାର ୫୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା ।

୫୪ ସିଟ ମଧ୍ୟରୁ ୧୧ଟି ଅନୁସୂଚିତ ଜାତି ଓ ୨ଟି ଜନଜାତିଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ଏହି ଅନ୍ତିମ ପର୍ଯ୍ୟାୟରେ ପ୍ରାୟ ୨.୦୬ କୋଟି ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଆଜି ୟୁପିରେ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ । ୟୁପି ସମେତ ୫ ରାଜ୍ୟର ଫଳାଫଳ ଆସିବ । ଯାହା ଉପରେ ସାରା ଦେଶର ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 7, 2022, 6:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.