ETV Bharat / bharat

NDA Applications: ଅନଲାଇନରେ ଆବେଦନ କରିବେ ମହିଳା - ସଂଘ ଲୋକସେବା ଆୟୋଗ

ମହିଳାମାନେ ଦ୍ବିତୀୟ ପର୍ଯ୍ୟାୟ NDA ପରୀକ୍ଷା ପାଇଁ ୮ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ UPSC ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ଅଧିକ ପଢନ୍ତୁ...

NDA Applications: ମହିଳାଙ୍କ ପାଇଁ ଅନଲାଇନ ଆବେଦନ ଖୋଲିଲେ ସରକାର

author img

By

Published : Sep 24, 2021, 6:03 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାଙ୍କ ପ୍ରବେଶ ପାଇଁ ଆରମ୍ଭ ହୋଇଛି ଆବେଦ ପ୍ରକ୍ରିୟା । ଏନେଇ ସଂଘ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆଶାୟୀଙ୍କ ପାଇଁ ଖୋଲିଛି ଏନଡିଏ ଆବେଦର ଦ୍ବାର ଖୋଲିଛି । ବର୍ଷରେ ୨ ଥର ଆୟୋଜିତ ହେଉଥିବା ଏନଡିଏ ପରୀକ୍ଷା ପାଇଁ ୨୦୨୧ର ଦ୍ବିତୀୟ ଆଡମିଶନ ପାଇଁ କେବଳ ମହିଳା ଆଶାୟୀଙ୍କ ପାଇଁ ଶୁକ୍ରବାର ଆବେଦନ ବିଜ୍ଞପ୍ତି ଜାରି କରିଛି ୟୁପିଏସସି ।

ୟୁପିଏସସି ବିଜ୍ଞପ୍ତି ଅନୁଯାୟୀ, ମହିଳାମାନେ ଦ୍ବିତୀୟ ପର୍ଯ୍ୟାୟ NDA ପରୀକ୍ଷା ପାଇଁ ୮ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । ମହିଳାଙ୍କୁ ନଭେମ୍ବର ପରୀକ୍ଷାରେ ସାମିଲ କରାଯାଇବାକୁ ବୁଧବାର ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ୟୁପିଏସସି ପକ୍ଷରୁ ଜାରି ଦ୍ବିତୀୟ ପର୍ଯ୍ୟାୟ NDA ପରୀକ୍ଷାରେ ସ୍ଥଳସେନା ପାଇଁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ବିଶ୍ବବିଦ୍ୟାଳୟରୁ ଦ୍ବାଦଶ ପାସ୍‌ କରିଥିବା ଜରୁରୀ । ସେହିପରି ବାୟୁସେନା ଓ ନୌସେନା ପାଇଁ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ସହ ଦ୍ବାଦଶ ପରୀକ୍ଷା ପାସ୍‌ କରିଥିବାର ଆବଶ୍ୟକତା ରହିଛି । ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁଆରୀ ୨୦୦୩ ପୂର୍ବରୁ ଓ ୧ ଜାନୁଆରୀ ୨୦୦୬ ପରେ ହୋଇନଥିବା ଦରକାର ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାଙ୍କ ପ୍ରବେଶ ନେଇ ବୁଧବାର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ ନଭେମ୍ବରରେ ହିଁ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦିଆଯିବ ବୋଲି ସ୍ପଷ୍ଟ କରିଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏହାକୁ ଆଉ ଗୋଟିଏ ବର୍ଷ ଘୁଞ୍ଚାଯାଇପାରିବ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ UPSC ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ସରକାରଙ୍କ ପକ୍ଷରୁ ପୂର୍ବରୁ ଆସନ୍ତାବର୍ଷ ମେ ମାସରେ ହେବାକୁ ଥିବା ପରୀକ୍ଷାରେ ମହିଳାଙ୍କୁ ପ୍ରବେଶ ନେଇ ପ୍ରସ୍ତୁତ ଥିବା କୁହାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଚଳିତ ବର୍ଷ ପରୀକ୍ଷାରେ ମହିଳାଙ୍କୁ ଏଣ୍ଟ୍ରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.