ଲକ୍ଷ୍ନୌ: ଉତ୍ତରପ୍ରଦେଶର ସାହାରନପୁରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଯୁଗ୍ମ ସଚିବ ତଥା ଆଇଏଏସ ଅଧିକାରୀ ଲଭ ଅଗ୍ରୱାଲଙ୍କ ଭାଇ ଅଙ୍କୁର ଅଗ୍ରୱାଲଙ୍କ ମୃତ୍ୟୁ । ଗୁଳିବାଜି ସନ୍ଦିଗ୍ଧ ଅବସ୍ଥାରେ ଅଙ୍କୁରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତଦେହ ସାହରଣପୁରର ପିଲଖନୀ ଅଞ୍ଚଳରେ ଉଦ୍ଧାର କରାଯାଇଛି ।
ପୋଲିସର ସୂଚନା ଆଧାରରେ ଗୋଟିଏ ବଗିଚା ପାଖରେ ଅଙ୍କୁରଙ୍କ ମୃତ ଦେହ ମିଳିଛି । ଘଟଣାସ୍ଥଳରୁ ଏକ ଲାଇସେନ୍ସ ଥିବା ପିସ୍ତଲ ମଧ୍ୟ ଜବତ ହୋଇଛି । ମୃତକ ଅଙ୍କୁର ଅଗ୍ରୱାଲ ଜିଲ୍ଲାର ଜଣଶୁଣା ସିଏ କେଜି ଅଗ୍ରୱାଲଙ୍କ ପୁଅ । ପରିଚୟ ମିଳିବା ପରେ ଅଙ୍କୁରଙ୍କ ମୃତଦେହ ଜିଲ୍ଲା ହସ୍ପିଟାଲ ଅଣାଯାଇଛି ।
ବର୍ତ୍ତମାନ ପୋଲିସ ଏହି ମାମଲାରେ କୌଣସି ବୟାନ ଦେଇନାହିଁ । ମାମଲା ହାଇପ୍ରୋଫାଇଲ ହୋଇଥିବାରୁ ପୋଲିସ ତଦନ୍ତର ଗତି ବଢାଇଛି । ଯେଉଁଠାରେ ଅଙ୍କୁରଙ୍କ ମୃତଦେହ ମିଳିଛି ତାହା ସାହରଣପୁର ସହରରୁ ମାତ୍ର 12 କିଲୋମିଟର ଦୂରରେ ବୋଲି ଜଣାପଡିଛି ।