ଲକ୍ଷ୍ନୌ: ହ୍ୟାକରଙ୍କ ନଜରରେ ରହିଛି ଏବେ ଉତ୍ତରପ୍ରଦେଶ । ହ୍ୟାକରମାନେ ଗୋଟିଏ ପରେ ଗୋଟିଏ ଆକାଉଣ୍ଟକୁ କରିଚାଲିଛନ୍ତି ହ୍ୟାକ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ(@CMOfficeUP) ଟ୍ବିଟର ଆକାଉଣ୍ଟକୁ ହ୍ୟାକ କରିବା ପରେ ଏବେ ୟୁପି ସରକାରଙ୍କ ଟ୍ବିଟର ଆକାଉଣ୍ଟ(@UPGovt)କୁ ହ୍ୟାକ କରିବାରେ ସକ୍ଷମ ହୋଇଛନ୍ତି ହ୍ୟାକର ।
ଗତ ଏପ୍ରିଲ ୮ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା । ଏହାର ୪୮ ଘଣ୍ଟା ପରେ ୟୁପି ସରକାରଙ୍କ ଟ୍ବିଟର ହ୍ୟାଣ୍ଡେଲକୁ ହ୍ୟାକ କରାଯାଇଛି । ହ୍ୟାକର ନିଜକୁ @Azukiofficialର ସହ-ପ୍ରତିଷ୍ଠାତା ଭାବେ ପରିଚୟ ଦେଇଛି । ଏହି ଘଟଣାରେ ୟୁପି ସାଇବର ଏସପି ତ୍ରିବେଣୀ ସିଂହ କହିଛନ୍ତି ଯେ ଘଟଣାର ଯାଞ୍ଚ ଚାଲିଛି । ଗତ ଏପ୍ରିଲ ୮ ତାରିଖ ରାତି ପ୍ରାୟ ୧୨ଟା ୪୦ ମିନିଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ହ୍ୟାକ ହୋଇଥିଲା ।
ହ୍ୟାକର୍ସ bioରେ ନିଜକୁ @BoredApeYC ଓ @yugalabs ସହ ପ୍ରତିଷ୍ଠାତା ବୋଲି ଲେଖିଥିଲେ । ତେବେ ସୂଚନା ଥାଉ କି ଏହି ୨ଟି କମ୍ପାନୀ କ୍ରିପ୍ଟୋ କରେନ୍ସି ସହିତ ଜଡ଼ିତ । ଅନ୍ୟପଟେ ଟ୍ବିଟର ସହିତ ଯୋଗାଯୋଗର ୩୦ ମିନିଟ ପରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆକାଉଣ୍ଟ ରିଷ୍ଟୋର ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ