ETV Bharat / bharat

RSS ଉପରେ ଫୁଲ ବର୍ଷା କରିବାରୁ ଡାକ୍ତରଙ୍କ ବିରୋଧରେ ଫତୱା ଜାରି

author img

By

Published : Apr 7, 2022, 11:58 AM IST

ଆରଏସଏସ(RSS) ପଥରେ ପୁଷ୍ପ ବର୍ଷା କରିବାରୁ ଡାକ୍ତରଙ୍କ ବିରୋଧରେ ଜାରି ହେଲା ଫତୱା । ଅଧିକ ପଢନ୍ତୁ

RSS ଉପରେ ଫୁଲ ବର୍ଷା କରିବାରୁ ଡାକ୍ତରଙ୍କ ବିରୋଧରେ ଫତୱା ଜାରି
RSS ଉପରେ ଫୁଲ ବର୍ଷା କରିବାରୁ ଡାକ୍ତରଙ୍କ ବିରୋଧରେ ଫତୱା ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁସଲିମ୍ ଡାକ୍ତରଙ୍କ ଆରଏସଏସ(RSS) ପ୍ରେମ ଉପରେ ଲାଗିଲା ଫତୱା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର(RSS) ପଥରେ ପୁଷ୍ପ ବର୍ଷା କରିବା ପାଇଁ ଜଣେ ମୁସଲିମ ଡାକ୍ତରଙ୍କ ବିରୁଦ୍ଧରେ ଫତୱା ଜାରି ହୋଇଥିବାର ଅଭିଯୋଗ ହୋଇଛି । ସମ୍ପୃକ୍ତ ଡାକ୍ତର ଫତୱା ଜାରି କରିଥିବା ଅଭିଯୁକ୍ତ ହଫିଜ୍ ଇମରାନ ୱାରସୀ( Hafiz Imran Warsi)ଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଛନ୍ତି । ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଗତ ୨ ତାରିଖରେ ମୋରଦାବାଦର ମହମୁନ୍ଦପୁର ଗାଁରେ ଡାକ୍ତର ନିଜାମ ଭାରତୀ ଆରଏସଏସ କର୍ମୀଙ୍କ ଚଲାବାଟରେ ଫୁଲ ବର୍ଷା କରି ତାଙ୍କୁ ସ୍ବାଗତ ଜଣାଇଥିଲେ । ଫଳସ୍ବରୂପ, ଆରଏସଏସକୁ ସମର୍ଥନ କରିବା ପାଇଁ ତାଙ୍କ ବିରୁଦ୍ଧରେ ଫତୱା ଜାରି ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଯିଏ ବି ଡାକ୍ତରଙ୍କୁ ହତ୍ୟା କରିବ ତାକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ଏପରିକି ଗାଁର ଦୋକାନ ଓ ମସଜିଦରେ ମଧ୍ୟ ଫତୱା ପାମ୍ପପ୍ଲେଟ ବଣ୍ଟା ଯାଇଥିବା ଡାକ୍ତର କହିଛନ୍ତି ।

ନିଜର କାର୍ଯ୍ୟକୁ ନେଇ ଡାକ୍ତର ନିଜାମ ଭାରତୀ କହିଛନ୍ତି, ଆରଏସଏସ କର୍ମକର୍ତ୍ତାଙ୍କ ବାଟରେ ଫୁଲ ବର୍ଷା କରିବା ତାଙ୍କର ବ୍ୟକ୍ତିଗତ ସ୍ବାଧୀନତା ଓ ଇଚ୍ଛା । ଏଥିରେ ଅନ୍ୟ କାହାର କୌଣସି ଆପତ୍ତି ହେବା ଅନୁଚିତ୍ । ସେପଟେ ଫତୱା ଜାରି କରିଥିବା ହଫିଜ ଇମ୍ରାନ ୱାରସୀ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ପିଲାଙ୍କୁ ମୋବାଇଲରେ ବେଟ୍ ଲଗାଇବାକୁ କହୁଥିଲେ । ଯେଉଁ କାରଣରୁ ତାଙ୍କ ପୁଅ ଲକ୍ଷାଧିକ ଟଙ୍କା ହରାଇଥିଲା । ତେଣୁ ବେଟିଂରୁ ପିଲାଙ୍କୁ ଦୂରେଇ ରଖିବାକୁ ସେ ଦୋକାନରେ ଡାକ୍ତରଙ୍କ ବିରୁଦ୍ଧରେ ପାମ୍ପପ୍ଲେଟ ବାଣ୍ଟିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.