ETV Bharat / bharat

ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ଉଭୟଙ୍କ ନିକଟରୁ ବିନା ସିମକାର୍ଡର ମୋବାଇଲ ସହ ସନ୍ଦିଗ୍ଧ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
author img

By

Published : Nov 4, 2022, 7:14 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ଆତଙ୍କବାଦ ନିରୋଧି ସ୍କ୍ବାର୍ଡ(ATS) ୟୁପିର ସହାରନପୁର ଓ ହରିଦ୍ବାର ଜିଲ୍ଲାରୁ ଦୁଇ ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ଆସ୍ ମହମ୍ମଦ ଓ ମହମ୍ମଦ ହାରିସ । ଉଭୟ ସନ୍ଦିଗ୍ଧଙ୍କ ଅଲ କାଏଦା ଭାରତୀୟ ଉପମହାଦେଶ(AQIS) ଏବଂ ଜମାତ୍ ଉଲ୍ ମୁଜାହିଦ୍ଦିନ ବାଲାଂଦେଶ(Jamaat-ul-Mujahideen Bangladesh) ଆତଙ୍କୀ ସଂଗଠନ ସହ ଲିଙ୍କ ଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବିନା ସିମକାର୍ଡ ଥିବା ଚାରୋଟି ମୋବାଇଲ ସମେତ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ

ବର୍ତ୍ତମାନ ଉତ୍ତରପ୍ରଦେଶ ଏଟିଏସ୍ ଦୁଇ ସନ୍ଦିଗ୍ଧଙ୍କୁ ଏକ ଗୁପ୍ତ ସ୍ଥାନକୁ ନେଇ ପଚରାଉଚରା କରୁଛି । ସୂଚନା ମୁତାବକ, ଗିରଫ ସନ୍ଦିଗ୍ଧ ଆସ୍ ମହମ୍ମଦ ସହାରନପୁର ଓ ହାରିସ୍ ହରିଦ୍ବାର ନିବାସୀ ଅଟେ । ଗୁଇନ୍ଦା ଏଜେନ୍ସିର ସୂଚନା ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଉଭୟ ସନ୍ଦିଗ୍ଧ WIFIରେ ଇଣ୍ଟରନେଟ କଲ୍ କରି ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିଲେ । ଏହି କାରଣରୁ ସେମାନେ ମୋବାଇଲରେ ସିମ୍‌କାର୍ଡ ବ୍ୟବହାର କରୁନଥିବା ସନ୍ଦେହ କରାଯାଉଛି ।

ଦୁଇ ସନ୍ଦିଗ୍ଧ ଆତଙ୍କୀ AQIS ଓ ଜମାତ୍ ଉଲ୍ ମୁଜାହିଦ୍ଦିନ ବାଲାଂଦେଶ ସଂଗଠନ ସହ ଜଡିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ତେବେ ଏହାପୂର୍ବରୁ ଅନେକ ଥର ସହାରନପୁରରୁ ସନ୍ଦିଗ୍ଧ ଆତଙ୍କୀ ଧରାପଡିଛନ୍ତି । ଯେଉଁ କାରଣରୁ ଏହି ଅଞ୍ଚଳ ଏବେ ATS ରାଡାରରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.