ETV Bharat / bharat

ଚଳନ୍ତି ମେଟ୍ରୋରେ ନିଆରା ଖଦି ଫ୍ୟାଶନ ଶୋ'

author img

By

Published : Dec 30, 2020, 10:49 PM IST

ଚଳନ୍ତି ମେଟ୍ରୋ ଫ୍ୟାଶନ ଶୋ'ର ମଞ୍ଚ ପାଲଟିଛି। ମହାରାଷ୍ଟ୍ରର ନାଗପୁରରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଏହି ଫ୍ୟାଶନ ଶୋ'ରେ ଖଦି ବସ୍ତ୍ର ପରିଧାନ କରି ଯୁବକ ଯୁବତୀମାନେ ଫ୍ୟାସନ କରୁଥିବା ଦେଖାଯାଇଛି । ଅଧିକ ପଢ଼ନ୍ତୁ...

unique fashion show in a moving metro at maharashtra nagpur
ଚଳନ୍ତି ମେଟ୍ରୋରେ ନିଆରା ଖଦି ଫ୍ୟାଶନ ସୋ'

ମୁମ୍ବାଇ: ଆପଣ ବିଭିନ୍ନ ପ୍ରକାରର ଫ୍ୟାଶନ ଶୋ ଦେଖିଥିବେ, ତେବେ ଚଳନ୍ତି ମେଟ୍ରୋରେ କେବେ ଫ୍ୟାଶନ ଶୋ ହେଉଥିବା ଦେଖିଛନ୍ତି କି? ଆଜ୍ଞା ହଁ, ମହାରାଷ୍ଟ୍ରର ନାଗପୁରରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଏକ ଚଳନ୍ତି ମେଟ୍ରୋ ଫ୍ୟାଶନ ଶୋର ମଞ୍ଚ ପାଲଟିଛି। ଏହି ଫ୍ୟାଶ ଶୋ ରେ ଖଦି ବସ୍ତ୍ର ପରିଧାନ କରି ଯୁବକ ଯୁବତୀମାନେ ଫ୍ୟାସନ କରୁଥିବା ଦେଖାଯାଇଛି।

ସ୍ଥାନୀୟ ଲାୟନ୍ସ କ୍ଲବ ପକ୍ଷରୁ ଚଳନ୍ତି ମେଟ୍ରୋରେ ଏହି ଫ୍ୟାଶନ ଶୋ ଆୟୋଜନ କରାଯାଇଥିଲା। ଏଭଳି ଏକ ନିଆରା ଫ୍ୟାଶନ ଶୋ ର ମଜା ଉଠାଉଥିଲେ ମେଟ୍ରୋ ଯାତ୍ରୀ। ଏହି ଫ୍ୟାଶନ ଶୋ ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ମିସ ଖଦି ମଡେଲ, ମିସେସ ଖଦି ମଡେଲ, ମିଷ୍ଟର ଖଦି ମଡେଲରେ ଆଦି ସମ୍ମାନରେ ସମ୍ମାନୀତ କରାଯାଥିଲା।

ଚଳନ୍ତି ମେଟ୍ରୋରେ ନିଆରା ଖଦି ଫ୍ୟାଶନ ସୋ'

ନାଗପୁର ଲାୟନ୍ସ କ୍ଲବ ଓ ଖଦିଗ୍ରାମ ସଂସ୍ଥାତ ଫ୍ୟାସନ ସୋ' ନେଇ ନାଗପୁର ମେଟ୍ରୋ ସହ ବୁଝାମଣା କରିଥିଲେ। ଆଜିକାଲି ଖଦ ବସ୍ତ୍ରର ଚାହିଦା କମିକମି ଯାଉଥିବାରୁ ଏଭଳି ଏକ ଫ୍ୟାସନ ସୋ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ଏକ ନିଆରା ଫ୍ୟାସନ ଦେଖି ମେଟ୍ରୋରେ ଥିବା ଯାତ୍ରୀ ମଧ୍ୟ ଖଦି ବସ୍ତ୍ର ପ୍ରତି ଆକର୍ଷିତ ହୋଇଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ବାରା ଖଦି ବସ୍ତ୍ରର ଅସ୍ତିତ୍ବ ରହି ପାରିବ ବୋଲି କହିଛନ୍ତି ମେଟ୍ରୋ ଯାତ୍ରୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.