ETV Bharat / bharat

ଟଙ୍କା ଦେଇ ଟିକା ନେବେ ମୋଦି କ୍ୟାବିନେଟ ମନ୍ତ୍ରୀ

author img

By

Published : Feb 24, 2021, 10:20 PM IST

ସରକାରୀ କେନ୍ଦ୍ରରେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାଗଣାରେ ଭ୍ୟାକ୍ସିନ ଦିଆଯିବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ଟଙ୍କା ଦେଇ ଟିକା ନେବେ ମୋଦି କ୍ୟାବିନେଟର ସମସ୍ତ ମନ୍ତ୍ରୀ । ଅଧିକ ପଢନ୍ତୁ...

ଟଙ୍କା ଦେଇ ଟିକା ନେବେ ମୋଦି କ୍ୟାବିନେଟ ମନ୍ତ୍ରୀ
ଟଙ୍କା ଦେଇ ଟିକା ନେବେ ମୋଦି କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀର ମହାଯୁଦ୍ଧରେ ସଫଳତାର ସହ ମୁକାବିଲା କରି ଜନସାଧାରଣଙ୍କ ବିଶ୍ବାସ ଜିତି ଆସିଥିବା ମୋଦି ସରକାର ଏବେ କୋରୋନା ଟୀକାକରଣକୁ ନେଇ କରିଛନ୍ତି ବଡ ଘୋଷଣା । ସରକାରୀ କେନ୍ଦ୍ରରେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାଗଣାରେ ଭ୍ୟାକ୍ସିନ ଦିଆଯିବାର ବ୍ୟବସ୍ଥା ରହିଥିଲେସୁଦ୍ଧା ଟଙ୍କା ଦେଇ ଟିକା ନେବେ ମୋଦି କ୍ୟାବିନେଟର ସମସ୍ତ ମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଧିକାଂଶ ମନ୍ତ୍ରୀ ଟଙ୍କା ଦେଇ ଟିକା ନେବାକୁ ଚାହୁଁଥିବା ବୁଧବାର କ୍ୟାବିନେଟ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏଣୁ କ୍ୟାବିନେଟ ନିଷ୍ପତ୍ତି କ୍ରମେ ସମସ୍ତ ମନ୍ତ୍ରୀ ଟିକା ନେବା ପାଇଁ ଟଙ୍କା ସରକାରୀ କେନ୍ଦ୍ରରେ ଟଙ୍କା ଦେବେ ।

ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଅନେକ ଦେଶରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପ୍ରଥମେ ଟିରକା ନେଇଛନ୍ତି । ହେଲେ ଆମ ଦେଶରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ନେଇଥିଲେ ସରକାର ।

ସେପଟେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଯାଇଥିବା ବେଳେ ମାର୍ଚ୍ଚ 1ରୁ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ସେହିପରି 45 ବର୍ଷରୁ ଉର୍ଦ୍ଧ୍ବ ଯେଉଁ ବ୍ୟକ୍ତିଙ୍କ ପାଖରେ ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଦିଆଯିବ ଟିକା । ଦେଶରେ ଯେଉଁ 10 ହଜାର ସରକାରୀ ସେଣ୍ଟରରେ ଲୋକେ ଭ୍ୟାକ୍ସିନ ଲଗାଇବାକୁ ଯିବେ ସେଠାରେ ସେମାନଙ୍କୁ ମାଗଣା ଭ୍ୟାକ୍ସିନ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.