ETV Bharat / bharat

କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଦିଆଯାଉ କୋରୋନା ଟିକା: ଭୂପେଶ ବାଘେଲ - ଟିକାକରଣ ପ୍ରସଙ୍ଗ ରାଜନୀତି

ଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଥମ କୋରୋନା ଟିକା ପ୍ରଦାନ କରଯିବା ଉଚିତ । ଏପରି ମନ୍ତବ୍ୟ ଦେଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଅଧିକ ପଢନ୍ତୁ....

କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନଙ୍କୁ ଦିଆଯାଉ କରୋନା ଟୀକା : ଛତିଶଗଡ ମୁଖ୍ୟମନ୍ତ୍ରୀ

author img

By

Published : Jan 12, 2021, 10:04 PM IST

ରାୟପୁର: ଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଥମେ କୋରୋନା ଟିକା ପ୍ରଦାନ କରଯିବା ଉଚିତ। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମଗ୍ର କ୍ୟାବିନେଟ ପର୍ଯ୍ୟନ୍ତ ପ୍ରଥମେ ଏହି ଟିକା ଗ୍ରହଣ କରିବା ଉଚିତ ଫଳରେ ଲୋକମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଏପରି ମନ୍ତବ୍ୟ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନଙ୍କୁ ଦିଆଯାଉ କରୋନା ଟୀକା : ଛତିଶଗଡ ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ଦେଶରେ ଜରୁରୀକାଳୀନ ଭାବେ ଟିକାକରଣର ଆରମ୍ଭ ହୋଇଛି । ପ୍ରଥମେ କୋଭିଡ ଯୋଦ୍ଧା ଓ ଆଗ ଧାଡିର କର୍ମୀମାନଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ତେବେ ଟିକାର ବିଶ୍ବସନୀୟତା ବଢାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଓ ସବୁ ପ୍ରଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ଏହି ଟିକା ପ୍ରଦାନ କରାଯିବା ନିହାତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ଏପରି କରିବା ଦ୍ବାରା ଟିକାର ସୁରକ୍ଷା ଓ ବିଶ୍ବସନୀୟତା ଉପରେ ଦେଶବାସୀଙ୍କ ଭରଷା ବଢିବ ବୋଲି ସେ ମତ ଦେଇଛନ୍ତି ।

ସେହିପରି ନୂଆ କୃଷକ ଆଇନକୁ ନେଇ ଦେଶରେ ଦେଖା ଦେଇଥିବା କୃଷକ ଅଶାନ୍ତି ପ୍ରସଙ୍ଗକୁ ନେଇ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନୀତିକୁ ସେ କଡା ସମାଲୋଚନା କରିବା ସହ ଏହି ପ୍ରସଙ୍ଗରେ ରମଣ ସିଂ କାହିଁକି କେନ୍ଦ୍ରକୁ ପ୍ରଶ୍ନ କରିବାରେ ଡରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଭୂପେଶ ।

ତାଙ୍କ ସରକାରଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ରାଜ୍ୟରେ ନିଯୁକ୍ତି ଆରମ୍ଭ ହୋଇଛି । 1998 ପରଠାରୁ ପ୍ରଥମଥର ପାଇଁ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଆସିଷ୍ଟାଣ୍ଟ ଅଫିସରଙ୍କ ଖାଲି ପଦବୀ ଥିଲାବେଳେ ତାଙ୍କ କାର୍ଯ୍ୟକାଳରେ ତାହା ପୂରଣ ହୋଇଥିବା ଦାବି କରିଛନ୍ତି ଭୁପେଶ । ଛତିଶଗଡରେ ଶିଳ୍ଫ ସ୍ଥାପନ ହେବା , ବେକାରୀ ଯୁବକଙ୍କୁ ନିଯୁକ୍ତି ମିଳିବା ଆଦି କାମ ତାଙ୍କ ସରକାର କରିଥିବା ଯୁକ୍ତି ବାଢିଛନ୍ତି ଭୂପେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.