ETV Bharat / bharat

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 11, 2021, 6:30 AM IST

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସହ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜାଭେଡକର

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି । ପୁଣେ ସହରରେ କୋଭିଡ ସଂକ୍ରମଣର ଗମ୍ଭୀର ସ୍ଥିତି ଦେଖାଯାଇଥିବା ବେଳେ ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

କେନ୍ଦ୍ରମନ୍ତ୍ରୀ ଜାଭଡେକର ପୁଣେ ସହରରେ କୋଭିଡ ସ୍ଥିତି ସମୀକ୍ଷା କରିବା ସହ ମୁକାବିଲା ଦିଗରେ ସରକାର ନେଇଥିବା ପଦକ୍ଷେପ ବାବାଦରେ ମଧ୍ୟ ତର୍ଜମା କରିଛନ୍ତି । ରାଜ୍ୟରେ କୋଭିଡ ସଂକ୍ରମଣ ପୁରା ଦେଶରେ ଉଦବେଗ ଜନକ ରହିଛି । ଅନ୍ୟପଟେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେ ମଧ୍ୟ ସର୍ବ ଦଳୀୟ ବୈଠକ ଡାକି ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଆବଶ୍ୟକ ପଡିଲେ ରାଜ୍ୟକୁ ପୁଣି ଲକଡାଉନ ଫେରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.