ହାଇଦ୍ରାବାଦ: ଦିନିକଆ ତେଲେଙ୍ଗାନା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union minister Amit Shah in Telangana)। ତେଲେଙ୍ଗାନା BJP ପକ୍ଷରୁ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସେ ଆଜି ନାଲଗୋଣ୍ଡା ଜିଲ୍ଲାର ମୁନୁଗୋଡୁରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ । ଅନ୍ୟ ଏକ ସୂଚନା ଅନୁସାରେ ଲୋକପ୍ରିୟ ଅଭିନେତା ଜୁନିୟର NTRଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ କରିବାର (Union minister Amit Shah to meet Actor Junior NTR) କାର୍ଯ୍ୟକ୍ରମ ରହିଛି ।
ଶାହ ଦଳୀୟ କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ଦିଲ୍ଲୀ ଫେରିଯିବା ସମୟରେ ଏୟାରପୋର୍ଟ ନିକଟରେ ଏକ ହୋଟେଲରେ ଜୁନିୟର ଏନଟିଆରଙ୍କ ସହ ସାକ୍ଷାତ କରିବା ନେଇ ସୂଚନା ରହିଛି । ଆଜି (ରବିବାର) ଅପରାହ୍ନରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ଅନ୍ୟ କଛି ଦଳୀୟ କାର୍ଯ୍ୟକ୍ରମ ସାରି ଶାହ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ସେ ଫେରିବା ସମୟରେ ଜୁନିୟର ଏନଟିଆରଙ୍କ ସହ ଏହି ସାକ୍ଷାତକାର ହେବ ।
ତେବେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ତାର ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଛି । ପୂର୍ବରୁ ମଧ୍ୟ ଦଳ ତାର ଜାତୀୟ କାର୍ଯ୍ୟକାରିଣୀ ପାଇଁ ହାଇଦ୍ରାବାଦକୁ ଚୟନ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି ସର୍ବୋଚ୍ଚ ସାଙ୍ଗଠନିକ ବୈଠକରେ ଅଂଶଗ୍ରହଣ କରିବା ପାଇଁ ହାଇଦ୍ରାବାଦ ପହଞ୍ଚିଥିଲେ । ତେବେ କିଛି ଦିନ ବ୍ୟବଧାନରେ ପୁଣି ତେଲେଙ୍ଗାନା ଗସ୍ତ କରିଛନ୍ତି ଦଳର ଦ୍ବିତୀୟ ହେଭିଓ୍ବେଟ ଶାହ । ଆଜି ଏହି ଗସ୍ତ ସମୟରେ ଜୁନିୟର ଏନଟିଆରଙ୍କ (Junior NTR) ସହ ତାଙ୍କର ଏହି ସାକ୍ଷାତ ରାଜନୈତିକ କିମ୍ବା ସୌଜନ୍ୟମୂଳକ ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।